Advertisment

ବିଶ୍ୱରେ ପ୍ରଥମ, ଭଗବଦ୍‌ ଗୀତା ଛୁଇଁ ଶପଥ ନେଲେ ଅଷ୍ଟ୍ରେଲିଆ ସିନେଟର୍‌

ବାରିଷ୍ଟର ବରୁଣ ଘୋଷ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ପଶ୍ଚିମ ଅଷ୍ଟ୍ରେଲିଆରେ ରହୁଥିବା ବରୁଣଙ୍କ ଜନ୍ମ ଭାରତରେ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Indian Origin Senator Varun Ghosh

Indian Origin Senator Varun Ghosh

ଇତିହାସ ରଚିଲେ ବାରିଷ୍ଟର ବରୁଣ ଘୋଷ। ଅଷ୍ଟ୍ରେଲିଆ ସଂସଦରେ ଭଗବଦ୍‌ ଗୀତା ଛୁଇଁ ଅଷ୍ଟ୍ରେଲିଆ ସିନେଟର୍‌ ଭାବେ ଶପଥ ନେଇଛନ୍ତି ବରିଷ୍ଟର ବରୁଣ। ସେ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ପଶ୍ଚିମ ଅଷ୍ଟ୍ରେଲିଆରେ ରହୁଥିବା ବରୁଣଙ୍କ ଜନ୍ମ ଭାରତରେ ହୋଇଛି। ତାଙ୍କୁ ଅଷ୍ଟ୍ରେଲିଆର ନୂଆ ସିନେଟର୍‌ ଭାବେ ନିର୍ବାଚିତ କରାଯାଇଛି।

Advertisment
varun-ghoshବରୁଣ ଘୋଷଙ୍କୁ ଅଷ୍ଟ୍ରେଲିଆ ସଂସଦରେ ସ୍ୱାଗତ କରାଯାଉଛି।

ଏଥିସହ ବିଧାନ ପରିଷଦ ତାଙ୍କୁ ସଂଘୀୟ ସଂସଦର ସିନେଟରେ ଅଷ୍ଟ୍ରେଲିଆ ରାଜ୍ୟ ପ୍ରତିନିଧିତ୍ୱ କରିବାକୁ ମନୋନୀତ କରିଛି। ଅଷ୍ଟ୍ରଲିଆର ବୈଦେଶିକ ମନ୍ତ୍ରୀ ପେନୀ ଓ୍ୱାଙ୍ଗ, ବରୁଣ ଘୋଷଙ୍କୁ ସ୍ୱାଗତ କରି ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍‌ କରିଛନ୍ତି। ସେ କହିଛନ୍ତି, ଆପଣଙ୍କୁ ଲେବର ସିନେଟ ଦଳକୁ ସ୍ୱାଗତ। ଆପଣ ଲେବର ସିନେଟ୍‌ ଟିମ୍‌ରେ ଅଛନ୍ତି। ମୁଁ ଜାଣିଛି ଯେ ସିନେଟ୍‌ ବରୁଣ ଘୋଷ ନିଜ ସମ୍ପ୍ରଦାୟ ଓ ପଶ୍ଚିମ ଅଷ୍ଟ୍ରେଲିଆର ଲୋକଙ୍କ ପାଇଁ ପ୍ରେରଣାଦାୟୀ ହେବେ। ତାଙ୍କ ପାଇଁ ଦୃଢ଼ ସ୍ୱର ଉଠାଇବେ। ସେପଟେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥନୀ ଅଲବାନିଜ ତାଙ୍କୁ ଶୁଭକାମନା ଜଣାଇ ସ୍ୱାଗତ କରିଛନ୍ତି।

ପର୍ଥରେ ଅଷ୍ଟ୍ରେଲିଆର ଲେବର ପାର୍ଟିରେ ଯୋଗ ଦେଇ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ବରୁଣ। କିଛି ବର୍ଷ ଧରି ସେ ଜଣେ ବାରିଷ୍ଟର ଭାବରେ କାମ କରି ପଶ୍ଚିମ ଅଷ୍ଟ୍ରେଲିଆରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ବିଶ୍ୱବ୍ୟାଙ୍କ ସହିତ ଆଇନଗତ ମାମଲା ପରିଚାଳନା କରିଥିଲେ। ୨୦୧୯ ଫେଡେରାଲ ନିର୍ବାଚନରେ ବରୁଣ ପଶ୍ଚିମ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିୟ ଲେବର ପାର୍ଟି ସିନେଟ ଟିକେଟରେ ପଞ୍ଚମ ସ୍ଥାନ ପାଇଥିଲେ।

Advertisment

ସିନେଟର୍‌ ବରୁଣ ଘୋଷ ପେସାରେ ଜଣେ ଓକିଲ। ସେ ପଶ୍ଚିମ ଅଷ୍ଟ୍ରେଲିଆର ବିଶ୍ୱବିଦ୍ୟାଳୟରୁ କଳା ଓ ଆଇନ୍‌ରେ ଡିଗ୍ରୀ ହାସଲ କରିଛନ୍ତି। କେମ୍ବ୍ରିଜର ସେ ଆଇନର କମନଓ୍ୱେଲଥ୍‌ ସ୍କଲାର୍‌ ମଧ୍ୟ ଅଟନ୍ତି। ସିନେଟର ହେବା ପୂର୍ବରୁ ସେ ନ୍ୟୁୟର୍କରେ ଫାଇନାନ୍ସ ଓକିଲ ତଥା ୱାଶିଂଟନ ଡିସିରେ ୱାର୍ଲ୍ଡ ବ୍ୟାଙ୍କ ପାଇଁ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି। ୧୯୮୦ରେ ଯେତେବେଳେ ତାଙ୍କ ବାପା-ମା' ଭାରତ ଛାଡିଥିଲେ ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା। ଖ୍ରାଇଷ୍ଟ ଚର୍ଚ୍ଚ ଗ୍ରାମାର ସ୍କୁଲରେ ସେ ପାଠ ପଢ଼ିଥିଲେ।

Varun Ghos Bhagavad Gita Australian Senator