Advertisment

ଆମେରିକାରେ ଇସ୍ରାଏଲ ବିରୋଧୀ ପ୍ରତିବାଦରେ ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରୀ ଗିରଫ

ଗିରଫ ଯୁବତୀ ପ୍ରିନ୍ସଟନ୍ ବିଶ୍ୱାବିଦ୍ୟାଳୟର ଛାତ୍ରୀ...

author-image
Debibandita Barick
Achinthya Sivalingan

Achinthya Sivalingan

ଆମେରିକାରେ ଇସ୍ରାଏଲ ବିରୋଧୀ ପ୍ରଦର୍ଶନରେ ସାମିଲ ହୋଇଥିବା ଜଣେ ଭାରତୀୟ ବଂଶୋଦ୍ଭବ ଛାତ୍ରୀ ଗିରଫ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୬୦ରୁ ଅଧିକ ବିକ୍ଷୋଭ ପ୍ରଦର୍ଶନକାରୀ ଗିରଫ ହୋଇଥିବା ବେଳେ ସେଥିରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ଅଛନ୍ତି। ଏନେଇ ଷ୍ଟୁଡେଣ୍ଟ୍ସ ଆଲୁମିନି ଖବରକାଗର ପିପୋର୍ଟ ପ୍ରକାଶ କରିଛି।

Advertisment

ସୂଚନା ଅନୁସାରେ, ଗୁରୁବାର ପୂର୍ବାହ୍ନରେ ଇସ୍ରାଏଲ ବିରୋଧରେ ପ୍ରିନ୍ସଟନ୍ ବିଶ୍ୱାବିଦ୍ୟାଳୟ ଫାଟକରେ ପ୍ରବଳ ହଙ୍ଗାମା ହୋଇଥିଲା। ପାଲେଷ୍ଟାଇନକୁ ସମର୍ଥନରେ ହଜାର ହଜାର ଛାତ୍ରଛାତ୍ରୀ ଆନ୍ଦୋଳକୁ ଓହ୍ଲାଇଥିଲେ। ପ୍ରଥମେ ନ୍ୟୁୟର୍କ କଲମ୍ବିଆ ୟୁନିଭରସିଟିରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପରେ ପରେ ଅନ୍ୟ ୟୁନିଭର୍ସିଟି ଛାତ୍ରଛାତ୍ରୀ ଏଥିରେ ସାମିଲ ହେବା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁଲିସ ଏକାଧିକ ବିକ୍ଷୋଭକାରୀଙ୍କୁ ଗିରଫ କରିଛି।

ଏଥିରେ ଭାରତୀୟ ବଂଶୋଦ୍ଭବ ଛାତ୍ରୀ ଅଚିନ୍ତ୍ୟା ସିବଲିଙ୍ଗାନ ଥିବା ଜଣାପଡିଛି। ଅଚିନ୍ତ୍ୟା ତାମିଲନାଡୁରେ ଜନ୍ମ, ସେ ପ୍ରିନ୍ସଟନର ବିଶ୍ୱବିଦ୍ୟାଳୟରେ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟର ମାଷ୍ଟର ଅଫ୍ ପବ୍ଲିକ୍ ଆଫେୟାର୍ସର ଛାତ୍ରୀ।

Advertisment

ତାଙ୍କୁ କ୍ୟାମ୍ପସ ପ୍ରବେଶ ଉପରେ ବାରଣ କରାଯାଇଛି ବୋଲି ବିଶ୍ୱବିଦ୍ୟାଳୟ ମୁଖପାତ୍ର ଜେନିଫର ମୋରିଲ କହିଛନ୍ତି। ମୁଖପାତ୍ରଙ୍କ କହିବା ଅନୁସାରେ, ଛାତ୍ରମାନଙ୍କୁ ଆନ୍ଦୋଳରୁ ହଟିବା ସହ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ ନକରିବାକୁ ବାରମ୍ବାର ଚେତାବନୀ ଦିଆଯିବା ପରେ ଏହି ପଦକ୍ଷେପ ନିଆଯାଇଛି। 

US Campus Protests Pro-Palestine Protests