Advertisment

ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର! ମାସକରେ ଗଲାଣି ୪ ଜଣଙ୍କ ଜୀବନ

ମାତ୍ର ସପ୍ତାହେ ତଳେ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ଚତୁର୍ଥ ମାମଲା।

author-image
Debibandita Barick
Shreyas Reddy's File Photo

Shreyas Reddy's File Photo

ଦିନକୁ ଦିନ ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି ଆମେରିକା। ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମାତ୍ର ସପ୍ତାହେ ତଳେ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ଚତୁର୍ଥ ମାମଲା।

Advertisment

ମୃତ ଛାତ୍ର ହେଉଛନ୍ତି, ୧୯ ବର୍ଷୀୟ ଶ୍ରେୟସ ରେଡ୍ଡୀ ବେନିଗେର। ଶ୍ରେୟସ ଓହିଓର ଲିଣ୍ଡର୍ ସ୍କୁଲ୍ ଅଫ୍ ବିଜିନେସର ଛାତ୍ର ଥିଲେ। ତାଙ୍କ ବାପା-ମାଆ ହାଇଦ୍ରାବାଦରେ ରହୁଥିବା ବେଳେ ତାଙ୍କର ଆମେରିକୀୟ ପାସପୋର୍ଟ ଥିଲା। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ଏପର୍ଯ୍ୟନ୍ତ କାରଣ ସ୍ପଷ୍ଟ ହୋଇନାହିଁ। ଅଧିକାରୀମାନେ ଏହି ଘଟଣାରେ କୌଣସି ପ୍ରକାର ହେଟ୍ କ୍ରାଇମ୍ ହୋଇନଥିବା କହିଛନ୍ତି। ଆମେରିକା ପୁଲିସ ଏକ ଟିମ୍ ଗଠନ କରି ତଦନ୍ତ କରୁଛି ବୋଲି କହିଛନ୍ତି। 

ଆମେରିକାରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଛାତ୍ରଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଗତ ବର୍ଷ ଜଣେ ଛାତ୍ରୀଙ୍କୁ ଆମେରିକା ପୁଲିସ ଭ୍ୟାନ୍ ମଡ଼ାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ଏହି ଘଟଣାକୁ ପ୍ରଥମେ ଦୁର୍ଘଟଣାର ରୂପ ଦିଆଯାଇଥିଲା, କିନ୍ତୁ ପରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା, ଯେଉଁଥିରେ ଭ୍ୟାନରେ ଥିବା ପୁଲିସ କର୍ମୀ ହସୁଥିବାର ଦେଖିବାକୁ ମିଳିଥିଲା।

Advertisment

ଏହି ଘଟଣା ପରେ ଭାରତ ପକ୍ଷରୁ ଆମେରିକା ପ୍ରଶସନକୁ ଜବବା ମଗାଯାଇଥିଲା, ଏହାର ତଦନ୍ତ ହେବ କହି ଚୁପି ହୋଇଯାଇଥିଲା ଆମେରିକା ପୁଲିସ। ଚଳିତ ବର୍ଷ ଆରମ୍ଭରୁ ପୁଣି ଏପରି ମାମଲା ବାରମ୍ବାର ସାମ୍ନାକୁ ଆସୁଛି। କେବଳ ଜାନୁଆରୀରେ ତିନି ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହେଲାଣି। 

ଗତ ମଙ୍ଗଳବାର (ଜାନୁଆରୀ ୩୦)ରେ ଭାରତୀୟ ଛାତ୍ର ନୀଲ ଆଚାର୍ଯ୍ୟଙ୍କ ମୃତଦେହ ଖବର ସାମ୍ନାକୁ ଆସିଥିଲା। ସେ ଦୁଇ ଦିନ ତଳେ ନିଖୋଜ ହୋଇଥିଲେ ଏବଂ ପରେ ତାଙ୍କ ମୃତଦେହ ମିଳିଥିଲା। ସେ ପର୍ଡୁ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଏବଂ ଡାଟା ସାଇନ୍ସରେ ପାଠ ପଢୁଥିଲେ।

ସେହିପରି ଜାନୁଆରୀ ୧୫ରେ ଆମେରିକାର ଏକ ଘରୁ ଦୁଇ ଜଣ ରୁମମେଟଙ୍କ ମୃତଦେହ ମିଳିଥିଲା। ମୃତ ଦୁଇ ଛାତ୍ର ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ବାସିନ୍ଦା। ସେମାନେ ଆମେରିକାର କନେକ୍ଟିକଟ ସହରରେ ରହି ପାଠ ପଢୁଥିଲେ। 

Student Death News Indian Student Student Dead In US