Advertisment

ଜାଣିଶୁଣି ହ୍ୱାଇଟ ହାଉସ୍‌ ବ୍ୟାରିକେଡ୍‌ରେ ଟ୍ରକ୍‌ ପିଟିଥିଲେ ଭାରତୀୟ ବଂଶୋଦ୍ଭବ ଯୁବକ

ହ୍ୱାଇଟ ହାଉସରେ ଆକ୍ରମଣ କରିବା ପାଇଁ ସାଇ ୬ ମାସ ହେଲା ଯୋଜନା କରିଥିଲେ। ଗ୍ରୀନ ବୁକ୍‌ରେ ପୂରା ଆକ୍ରମଣର ଯୋଜନା ରହିଥିଲା। ହ୍ୱାଇଟ ହାଉସରେ ପ୍ରବେଶ କରିବା, କ୍ଷମତା ଦଖଲ କରିବା ଓ ନିଜକୁ ଦେଶର ସର୍ବେସର୍ବା ଭାବେ ପରିଗଣିତ କରିବା ହିଁ ତାଙ୍କର ଲକ୍ଷ୍ୟ ଥିଲା।

Truck

Truck

Advertisment

ଆମେରିକା ରାଷ୍ଟ୍ରପତି ରହୁଥିବା ହ୍ୱାଇଟ ହାଉସର ଗୋଟିଏ ବ୍ୟାରିକେଡ୍‌ରେ ଜାଣିଶୁଣି ଟ୍ରକ୍‌ ପିଟିଛନ୍ତି ଜଣେ ୧୯ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଯୁବକ। ସେ ଭଡ଼ାରେ ୟୁ-ହଲ ଟ୍ରକ୍‌ ଆଣି ଏପରି କରିଥିଲେ। ଯୁବକ ଜଣଙ୍କ ହ୍ୱାଇଟ ହାଉସରେ ପଶି ସେଠାରେ ପଣବନ୍ଦୀ ସ୍ଥିତି ସୃଷ୍ଟି କରିବା ଓ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ବୋଲି ଜଣାପଡ଼ିଛି।

Advertisment

ଆମେରିକା ପାର୍କ ପୁଲିସ୍‌ ଟ୍ରକ୍‌ ପିଟିବା ଘଟଣାରେ ସାଇ ବର୍ଶିତ କାଣ୍ଡୁଲାଙ୍କୁ ଗିରଫ କରିଥିଲା। ସେ ରାତି ପ୍ରାୟ ୧୦ଟା ବେଳେ ହ୍ୱାଇଟ ହାଉସର ଉତ୍ତର ପାର୍ଶ୍ୱରେ ଥିବା ଲାଫାୟେଟ୍ଟେ ପାର୍କ ଠାରେ ଥିବା ସୁରକ୍ଷା ବ୍ୟାରିକେଡ୍‌କୁ ଟ୍ରକ୍‌ ଦ୍ୱାରା ଧକ୍କା ଦେଇ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ।

ତାଙ୍କର ଏପରି ଆଚରଣ ଯୋଗୁ ସେଠାରେ ଚାଲିଚାଲି ଯାଉଥିବା ଅନେକ ଲୋକ ମଧ୍ୟ ଭୟରେ ଏଣେତେଣେ ଦୌଡ଼ି ପଳାଇଥିଲେ। ଘଟଣା ପରେ ପୁଲିସ ଟ୍ରକ୍‌ ସହ ସାଇଙ୍କୁ ଗିରଫ କରିଥିଲା।

Advertisment

ହ୍ୱାଇଟ ହାଉସ ଠାରୁ ଯଥେଷ୍ଟ ଦୂରରେ ବ୍ୟାରିକେଡ ରହିଥିଲା। କିନ୍ତୁ ଘଟଣା ପରେ ରାସ୍ତା ଓ ସାଇଡ୍‌ୱାକକୁ ବନ୍ଦ କରାଯାଇଥିଲା। ସେହିପରି ନିକଟରେ ଥିବା ହାୟ ଆଡାମ୍ସ ହୋଟେଲରୁ ଲୋକଙ୍କୁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଘଟଣାରେ କେହି ବି ମୃତାହତ ହୋଇ ନାହାନ୍ତି।

ପୁଲିସ୍‌ କହିଛି ଯେ ମିସୌରୀର କେଷ୍ଟରଫିଲ୍ଡରେ ରହୁଥିବା ସାଇ ସେଣ୍ଟ ଲୁସିଆରରୁ ଡୁଲେସ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟକୁ ୱାନ ୱେ ଟିକେଟରେ ଆସିବା କ୍ଷଣି ଭଡ଼ାରେ ଗୋଟିଏ ବଡ଼ ଟ୍ରକ୍‌ ନେଇଥିଲେ। ସେ ଏହି ଟ୍ରକ୍‌କୁ ସାଇଡୱାକ୍‌ ପାଇଁ ଧାର୍ଯ୍ୟ ହୋଇଥିବା ରାସ୍ତା ଦେଇ ହ୍ୱାଇଟ ହାଉସ ଆଡ଼କୁ ନେଇଥିଲେ। 

ଏହାପରେ ହ୍ୱାଇଟ ହାଉସର ସୁରକ୍ଷା ପାଇଁ ରହିଥିବା ମେଟାଲ ବ୍ୟାରିକେଡ୍‌କୁ ଧକ୍କା ଦେଇଥିଲେ। ସେ ପ୍ରଥମେ ସାମ୍ନା ପଟୁ ଧକ୍କା ଦେଇଥିଲେ। ଏହାପରେ ରିଭର୍ସ ଗିୟର ପକାଇ ପୁଣି ଏହାକୁ ଧକ୍କା ଦେଇଥିଲେ। ଟ୍ରକ୍‌ଟି ଅଟକି ଯିବାରୁ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ପୁଲିସ୍‌ କହିଛି ଯେ ହ୍ୱାଇଟ ହାଉସରେ ଆକ୍ରମଣ କରିବା ପାଇଁ ସାଇ ୬ ମାସ ହେଲା ଯୋଜନା କରିଥିଲେ। ଗ୍ରୀନ ବୁକ୍‌ରେ ପୂରା ଆକ୍ରମଣର ଯୋଜନା ରହିଥିଲା। ହ୍ୱାଇଟ ହାଉସରେ ପ୍ରବେଶ କରିବା, କ୍ଷମତା ଦଖଲ କରିବା ଓ ନିଜକୁ ଦେଶର ସର୍ବେସର୍ବା ଭାବେ ପରିଗଣିତ କରିବା ହିଁ ତାଙ୍କର ଲକ୍ଷ୍ୟ ଥିଲା।

କେମିତି କ୍ଷମତା ଦଖଲ କରିବାକୁ ଚାହୁଁଥିଲେ ବୋଲି ପ୍ରଶ୍ନର ଉତ୍ତରରେ ସାଇ ପୁଲିସ୍‌କୁ କହିଛନ୍ତି ଯେ ଯଦି ତାଙ୍କ ଲକ୍ଷ୍ୟରେ ହାସଲରେ କେହି ବି ବାଧା ସୃଷ୍ଟି କରିଥାଆନ୍ତେ, ତା’ହେଲେ ସେ ରାଷ୍ଟ୍ରପତି ବାଇଡେନଙ୍କୁ ମଧ୍ୟ ଦରକାର ପଡ଼ିଥଲେ ହତ୍ୟା କରି ଦେଇଥାଆନ୍ତେ। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Joe Biden USA White House
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe