Advertisment

ମେଲବର୍ଣ୍ଣ-ଦିଲ୍ଲୀ ବିମାନରେ ଯୁବତୀଙ୍କ ମୃତ୍ୟୁ, ୪ ବର୍ଷ ପରେ ବିଦେଶରୁ ଫେରୁଥିଲେ

ସେ କ୍ୱାଣ୍ଟସ୍ ବିମାନ ଯୋଗେ ମେଲବର୍ଣ୍ଣରୁ ଦିଲ୍ଲୀ ଅଭିମୁଖେ ଆସୁଥିଲେ।

author-image
Debibandita Barick
ଅଦ୍ୟତନ ହୋଇଛି
Manpreet Kaur

Manpreet Kaur

ଅଷ୍ଟ୍ରେଲିଆର ମେଲବର୍ଣ୍ଣରୁ ଦିଲ୍ଲୀ ଆସୁଥିବା ଜଣେ ଯୁବତୀଙ୍କ ମୃତ୍ୟ ଘଟିଛି। ଚାରି ବର୍ଷ ପରେ ସେ ପ୍ରଥମ ଥର ପାଇଁ ପରିବାର ଲୋକଙ୍କୁ ଭେଟିବାକୁ ଦିଲ୍ଲୀ ଆସୁଥିଲେ। ହେଲେ ବିମାନରେ ହିଁ ତାଙ୍କ ଜୀବନ ଚାଲିଯାଇଛି।  

Advertisment

ନ୍ୟୁଜ୍ ଡଟ୍ କମ୍ ରିପୋର୍ଟ ଅନୁସାରେ, ମୃତକ ଜଣକ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ୨୪ ବର୍ଷୀୟ ମନପ୍ରୀତ କୌର। ସେ କ୍ୱାଣ୍ଟସ୍ ବିମାନ ଯୋଗେ ମେଲବର୍ଣ୍ଣରୁ ଦିଲ୍ଲୀ ଅଭିମୁଖେ ଆସୁଥିଲେ। ତୁଲାମାରିନ୍ ବିମାନବନ୍ଦରରେ ବୋଡିଂ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। 

ତାଙ୍କର ଜଣେ ବନ୍ଧୁ କହିଛନ୍ତି ଯେ, ମନପ୍ରୀତ ବିମାନବନ୍ଦରରେ ପହଞ୍ଚିବାର କିଛି ଘଣ୍ଟା ପୂର୍ବରୁ ଅସୁସ୍ଥ ଅନୁଭବ କରିଥିଲେ। ତଥାପି ବିମାନବନ୍ଦରରେ ପହଞ୍ଚିଥିଲେ। ହେଲେ ଯେତେବେଳେ ସେ ବିମାନର ସିଲ୍ଟ ବେଲ୍ଟ ବାନ୍ଧିଥିଲେ, ସେତେବେଳେ ହଠାତ୍ ତଳେ ପଡ଼ି ଯାଇଥିଲେ। ଆଉ ସେହି ସ୍ଥାନରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। 

Advertisment

କାଣ୍ଟସ ମୁଖପାତ୍ର କହିଛନ୍ତି ଯେ, ବିମାନ କର୍ମଚାରୀ ଏବଂ ଜରୁରୀକାଳୀନ ସେବା ପକ୍ଷରୁ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା କରିବାକୁ ଚେଷ୍ଟା କରିଛନ୍ତି। ଟ୍ୟୁବରକୁଲୋସିସ୍(ଟିବି) ବା ଯକ୍ଷ୍ମା କାରଣରୁ ତାଙ୍କର ମୃତ୍ୟୁ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି। 

Indian-Origin Woman Qantas Flight