Advertisment

Zohran Mamdani: ମଧ୍ୟରାତ୍ରରେ ମେୟର ଭାବେ ଶପଥ ନେଲେ ଜୋହରାନ ମମଦାନି

ସେ ପ୍ରଥମେ ଭାରତୀୟ ବଂଶୋଦ୍ଭବ ତଥା ମୁସଲିମ ଯିଏ ଆମେରିକା(USA)ର ସବୁଠାରୁ ବଡ଼ ସହର ନ୍ୟୁୟର୍କ ମେୟର ନିର୍ବାଚନରେ ବାଜିମାତ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପାଳି ଆରମ୍ଭ ହେବା ପରେ ଏହା ଥିଲା ସବୁଠାରୁ ବଡ଼ ନିର୍ବାଚନ।

ଅଦ୍ୟତନ ହୋଇଛି
Mamadani

ଜୋହରାନ ମମଦାନି

Advertisment

ଆମେରିକାର ସବୁଠାରୁ ବଡ଼ ସହର ନ୍ୟୁୟର୍କର ମେୟର ଭାବେ ଠିକ ମଧ୍ୟରାତ୍ରରେ ଶପଥ ନେଇଛନ୍ତି ଜୋହରାନ ମମଦାନି। ମାନହାଟ୍ଟନରେ ବନ୍ଦ ହୋଇ ସାରିଥିବା ସବୱେ ଷ୍ଟେସନରେ ସେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଡେମୋକ୍ରାଟିକ ନେତା ମମଦାନି ପ୍ରଥମ ମୁସଲିମ ଭାବେ ନ୍ୟୁୟର୍କର ମେୟର ହୋଇଛନ୍ତି।

Advertisment

ସେ ପବିତ୍ର କୁରାନ ଉପରେ ହାତ ରଖି ମେୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ବାସ୍ତବରେ ମୋ ଜୀବନ କାଳର ସବୁଠାରୁ ସମ୍ମାନ ଓ ସୌଭାଗ୍ୟର ମୁହୂର୍ତ୍ତ ବୋଲି ମମଦାଦି ନିଜର ଛୋଟିଆ ଭାଷଣରେ କହିଛନ୍ତି। 

ଶପଥ ପାଠ କାର୍ଯ୍ୟକ୍ରମକୁ ରାଜନୀତିକ ସହଯୋଗୀ ଲେଟିଟିୟା ଜେମନ୍ସଙ୍କ ଦ୍ୱାରା ପୁରୁଣା ସିଟି ହଲ ସବୱେ ଷ୍ଟେସନରେ ଆୟୋଜନ କରାଯାଇଥିଲା। ମେୟର ଭାବେ ଶପଥ ନେବା ମମଦାନି ନିଜର ନୂଆ ପରିବହନ ବିଭାଗର କମିଶନର ଭାବେ ମାଇକ ଫ୍ଲିନଙ୍କୁ ନିଯୁକ୍ତ କରିଛନ୍ତି।

Advertisment

ସବୱେ ଷ୍ଟେସନରେ ମମଦାନି ଶପଥ ନେଇଥିଲେ ହେଁ ଦିନ ୧ଟା ବେଳେ ବିଧିବଦ୍ଧ ଭାବେ ପୁଣିଥରେ ସିଟ ହଲରେ ଆୟୋଜିତ ସାଧାରଣ ସଭାରେ ଶପଥ ନେବେ। ଆମେରିକା ସାଂସଦ ବେରନି ସାଣ୍ଡର୍ସ ତାଙ୍କୁ ମେୟରୁ ଭାବେ ଶପଥ ପାଠ କରାଇବେ। ମାତ୍ର ୩୪ ବର୍ଷ ବୟସରେ ମମଦାନି ମେୟର ହୋଇ ନୂଆ ରେକର୍ଡ କରିଛନ୍ତି। ଯୁବଗୋଷ୍ଠୀ ତାଙ୍କ ଉପରେ ବେଶ ଭରସା ଦେଖାଇଛନ୍ତି। 

ସେ ପ୍ରଥମେ ଭାରତୀୟ ବଂଶୋଦ୍ଭବ ତଥା ମୁସଲିମ ଯିଏ ଆମେରିକା(USA)ର ସବୁଠାରୁ ବଡ଼ ସହର ନ୍ୟୁୟର୍କ ମେୟର ନିର୍ବାଚନରେ ବାଜିମାତ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ପାଳି ଆରମ୍ଭ ହେବା ପରେ ଏହା ଥିଲା ସବୁଠାରୁ ବଡ଼ ନିର୍ବାଚନ। ଆଉ ଏହି ନିର୍ବାଚନରେ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା।

କାରଣ ମେୟର ନିର୍ବାଚନରେ ଡେମୋକ୍ରାଟିକ ପାର୍ଟି ଦମଦାର ପ୍ରଦର୍ଶନ କରି ବିଜୟ ବାନା ଉଡ଼ାଇଛି। ନ୍ୟୁୟର୍କ(New York)ର ମେୟର ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋହରାନ ମମଦାନି ତାଙ୍କ ପ୍ରତିପକ୍ଷ ଆଣ୍ଡ୍ର୍ୟୁ କୟୁମୋଙ୍କୁ ହରାଇ ଐତହାସିକ ବିଜୟ ହାସଲ କରିଥିଲେ। ଏବେ ସେ ବିଧିବଦ୍ଧ ଭାବେ ମେୟର ଭାବେ ଶପଥ ନେଇଛନ୍ତି। 

USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe