Advertisment

ମୁକ୍ତ ହେବେ ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ, ଆଜି ଉଡ଼ିବ ବିମାନ

ମାନବ ଚାଲାଣ ସନ୍ଦେହରେ ୩୦୩ ଯାତ୍ରୀ ଥିବା ବିମାନଟିକୁ ଫ୍ରାନ୍ସରେ ଅଟକ ରଖାଯାଇଥିଲା।

author-image
Madhupriya Mistry
Indian travellers detained

Indian travellers detained

ଫ୍ରାନ୍ସରେ ଫସିଥିବା ୩୦୦ ଭାରତୀୟ ଯାତ୍ରୀଙ୍କ ପାଇଁ ଖୁସି ଖବର। ଦୀର୍ଘ ତିନି ଦିନ ପରେ ଆଜିଠୁ ଆରମ୍ଭ ହେବ ଯାତ୍ରା। ଫ୍ରାନ୍ସରେ ମାନବ ଚୋରା ଚାଲାଣ ସନ୍ଦେହରେ ପ୍ୟାରିସ ନିକଟ ଏକ ବିମାନବନ୍ଦରରେ ତିନି ଦିନ ପାଇଁ ଅଟକି ରହିଥିବା ବିମାନଟି ସୋମବାର ବିମାନ ଉଡ଼ାଣ କରିବ ବୋଲି କୁହାଯାଉଛି।

Advertisment

ମିଳିଥିବା ସୂଚନା ମୁତାବକ, ଫ୍ରାନ୍ସ ଏଜେନ୍ସି ଉକ୍ତ ବିମାନଟିକୁ ମୁକ୍ତ କରିଛି। ବିମାନରେ ୩୦୩ ଜଣ ଯାତ୍ରୀ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ। ତେବେ ବିମାନଟି ଏବେ କୁଆଡେ ଯିବ ସେ ନେଇ କୌଣସି ସୂଚନା ମିଳିନାହିଁ। ବିମାନଟି ଭାରତକୁ ଉଡ଼ାଣ କରିପାରିବ କିମ୍ବା ନିକାରାଗୁଆକୁ ଯାତ୍ରା କରି ପାରିବ। ଅବା ଏହା ଦୁବାଇ ଆସି ପାରିବ। ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, କିଛି ଯାତ୍ରୀ ହିନ୍ଦୀରେ ଏବଂ କିଛି ତାମିଲରେ କଥାବାର୍ତ୍ତା କରୁଛନ୍ତି ଏବଂ ଟେଲିଫୋନ ମାଧ୍ୟମରେ ସେମାନଙ୍କ ପରିବାର ସହ ଯୋଗାଯୋଗ କରିଥିବା ଜଣାପଡିଛି।

ଶୁକ୍ରବାର ଫ୍ରାନ୍ସ ହଠାତ ସଂଯୁକ୍ତ ଆରବ ଏମିରେଟ୍ସରୁ ନିକାରାଗୁଆ ଅଭିମୁଖେ ଯାଉଥିବା ଏକ ବିମାନକୁ ଅଟକାଇଥିଲା। ଏହି ବିମାନରେ ପ୍ରାୟ ୩୦୦ ଭାରତୀୟ ଯାତ୍ରୀ ଥିଲେ। ରୋମାନିଆର ଚାର୍ଟର କମ୍ପାନୀ ଲିଜେଣ୍ଡ ଏୟାରଲାଇନ୍ସର ଏୟାରବେସ୍‌ ଏ୩୪୦ ବିମାନଟି ୩୦୩ ଜଣ ଯାତ୍ରୀଙ୍କୁ ନେଇ ସଂଯୁକ୍ତ ଆରବ ଏମିରେଟ୍ସରୁ ନିକାରାଗୁଆ ଅଭିମୁଖେ ଯାଉଥିଲା। ତେବେ ମାନବ ଚାଲାଣ ସନ୍ଦେହରେ ଉକ୍ତ ବିମାନଟିକୁ ଫ୍ରାନ୍ସରେ ଅବତରଣ କରାଯାଇଥିଲା। ଏଥିସହ ବିମାନରେ ଥିବା ଲୋକଙ୍କୁ ପଚରାଉଚରା କରାଯାଇଥିଲା। ଅର୍ଗାନାଇଜଡ୍‌ କ୍ରାଇମ୍‌ ବିଶେଷଜ୍ଞତା ୟୁନିଟ୍‌ ଦୁଇ ଜଣଙ୍କୁ ଅଟକ ମଧ୍ୟ ରଖିଥିଲା।

Advertisment

ଫ୍ରାନ୍ସର ନ୍ୟୁଜ ପ୍ରସାରଣ ଟେଲିଭିଜନ ଏବଂ ରେଡିଓ ନେଟୱାର୍କ ବିଏଫଏମ ଟିଭି ରିପୋର୍ଟ କରିଛି ବିମାନକୁ ଛାଡିବାକୁ ଅନୁମତି ଦେବା ପରେ ଫ୍ରାନ୍ସର ବିଚାରପତିମାନେ ଏହି ପ୍ରକ୍ରିୟାରେ ଅନିୟମିତତା ଯୋଗୁ ଯାତ୍ରୀଙ୍କ ମାମଲାର ଶୁଣାଣି ବନ୍ଦ କରିଦେଇଥିଲେ। ‘ମାନବ ଚୋରା ଚାଲାଣ’ ସନ୍ଦେହରେ ଗୁରୁବାର ଠାରୁ ଫ୍ରାନ୍ସର ଚାରିଜଣ ବିଚାରପତି ପ୍ୟାରିସର ୧୫୦ କିଲୋମିଟର ପୂର୍ବରେ ଥିବା ଭାଟ୍ରି ବିମାନବନ୍ଦରରେ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଟକ ଥିବା ଯାତ୍ରୀଙ୍କୁ ପଚରାଉଚରା ଆରମ୍ଭ କରିଥିଲେ। 

AFP ରିପୋର୍ଟ କରିଛି ଯେ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ଯାତ୍ରୀମାନେ ହୁଏତ ଆମେରିକା କିମ୍ବା କାନାଡାକୁ ବେଆଇନ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରିବା ପାଇଁ ଯୋଜନା କରିଛନ୍ତି। ଯାତ୍ରୀମାନଙ୍କୁ ପ୍ରଥମେ ବିମାନରେ ରଖାଯାଇଥିଲା, କିନ୍ତୁ ପରେ ସେମାନଙ୍କୁ ବାହାରକୁ ଆଣି ଟର୍ମିନାଲ ବିଲଡିଂରେ ଅଲଗା ଅଲଗା ଶଯ୍ୟା ଦିଆଯାଇଥିଲା।

France Indian Travellers