Indian passengers at Kuwait Airport
କୁଏତ୍ ବିମାନବନ୍ଦରରେ ଫସିଛନ୍ତି ଅନେକ ଭାରତୀୟ ଯାତ୍ରୀ। ମୁମ୍ବାଇରୁ ମାଞ୍ଚେଷ୍ଟର ଯାଉଥିବା ଭାରତୀୟ ଯାତ୍ରୀମାନେ ପ୍ରାୟ ୧୩ ଘଣ୍ଟା ହେବ କୁଏତ୍ ବିମାନବନ୍ଦରରେ ଫସି ରହିଛନ୍ତି। ବିମାନ ଇଂଜିନରେ ନିଆଁ ଲାଗିଯିବାରୁ କୁଏତ୍ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ସେମାନଙ୍କ ଫ୍ଲାଇଟ୍।
ତେବେ କୁଏତ୍ ବିମାନବନ୍ଦରରେ ସେମାନଙ୍କୁ ଖାଇବା ପିଇବା ତ ଦୂରର କଥା, କୌଣସି ସହାୟତା ମିଳୁନଥିବା ଅଭିଯୋଗ ହୋଇଛି। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଗଲ୍ଫ ଏୟାର (Gulf Air)ର ଯାତ୍ରୀମାନେ କୁଏତ୍ ବିମାନବନ୍ଦରର ଅଧିକାରୀଙ୍କ ସହ ଏନେଇ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି। ଏକ୍ସରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି ଯେ ଆମକୁ ଏଠାରେ ଜାଣିଶୁଣି ହଇରାଣ କରାଯାଉଛି। ଏଠାରେ କେବଳ ୟୁରୋପ, ୟୁକେ ଓ ଆମେରିକା ଯାତ୍ରୀଙ୍କୁ ବିଶ୍ରାମ କରିବାକୁ ସ୍ଥାନ ମିଳୁଛି ବୋଲି ଅଭିଯୋଗ ହୋଇଛି। ଭାରତ ସମେତ ପାକିସ୍ତାନ ଓ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡ଼କର ଯାତ୍ରୀଙ୍କୁ ଏଭଳି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି।
ଯାତ୍ରୀମାନେ କହିଛନ୍ତି ଯେ କୁଏତରେ ଅବତରଣ କରିବା ପୂର୍ବରୁ ସେମାନଙ୍କର ବିମାନ ୟୁ-ଟର୍ଣ୍ଣ ନେଇ ଫେରିଯାଇଛି। ଅବତରଣ କରିବାର ୨୦ ମିନିଟ୍ ପୂର୍ବରୁ ଏହି ଘୋଷଣା କରାଯାଇଥିଲା ବୋଲି କୁହାଯାଇଛି। ଆରଜୁ ସିଂହ ନାମକ ଜଣେ ଯାତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପ୍ରାୟ ୧୩ ଘଣ୍ଟାରୁ ଅଧିକ ସମୟ ହେବ ଆମେ ୬୦ରୁ ଅଧିକ ଯାତ୍ରୀ ଏଠାରେ ଫସିଛୁ। ବିଶ୍ରାମ ନେବା ପାଇଁ ଆମେ ବିମାନବନ୍ଦରରେ ଥିବା ଲାଉଂଜରେ ପ୍ରବେଶ ଅନୁମତି ମାଗିଥିଲୁ। ହେଲେ ଆମକୁ ମନା କରିଦିଆଗଲା। ବିମାନବନ୍ଦରରେ ଆମକୁ ପ୍ରଥମ ତିନି ଘଣ୍ଟା ପର୍ଯ୍ୟନ୍ତ ପାଣି ବି ପିଇବାକୁ ଦିଆଯାଇନଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us