Advertisment

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା

୨୦୨୨ରେ ଷ୍ଟଡି ଭିସାରେ ନବଜିତ ଅଷ୍ଟ୍ରେଲିଆ ଆସିଥିଲେ। ଏଠାରେ ରହି ସେ ଏମ୍‌ ଟେକ୍‌ ପଢ଼ୁ ଥିଲେ।

author-image
Madhupriya Mistry
Indian Student

Indian Student

ବିଦେଶରେ ଦିନକୁ ଦିନ ଗଡୁଛି ଭାରତୀୟ ଛାତ୍ରଙ୍କ ମୁଣ୍ଡ। ଏଠାରେରେ ଭାରତୀୟ ଛାତ୍ରଙ୍କ ହତ୍ୟା ମାମଲା ଥମିବାର ନାଁ ନେଉ ନାହିଁ। ଏବେ ପୁଣି ଥରେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି ଅଷ୍ଟ୍ରେଲିଆରୁ। ଏଠାରେ ଜଣେ ଭାରତୀୟ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ମୁତାବକ, ମୃତ ଛାତ୍ର ଜଣକ ହେଲେ କର୍‌ନାଲ୍‌ର ୨୨ ବର୍ଷୀୟ ନବଜିତ ସାନ୍ଧୁ। ସେ ଏମ୍‌ଟେକ୍‌ ଛାତ୍ର ଥିଲେ। ରବିବାର ମେଲବର୍ଣ୍ଣ ଠାରେ ଅନ୍ୟ କିଛି ଛାତ୍ରଙ୍କ ସହ ତାଙ୍କର ଝଗଡା ହୋଇଥିଲା। ଏହାପରେ ତାଙ୍କ ଉପରକୁ ଅନ୍ୟ ଛାତ୍ରମାନେ ଛୁରୀରେ ଆକ୍ରମଣ କରିଥିଲେ। ଛୁରୀ ଭୁଷି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସେପଟେ ଏହି ଆକ୍ରମଣରେ ଅନ୍ୟ ଜଣେ ଛାତ୍ର ଗୁରୁତର ମଧ୍ୟ ହୋଇଛନ୍ତି।

ନବଜିତଙ୍କ ପରିବାର ଲୋକଙ୍କ କହିବା ମୁତାବକ, ସେ ଅଷ୍ଟ୍ରେଲିଆରେ ବସତାଡା ଗାଁର ୪ ଅନ୍ୟ ଛାତ୍ରଙ୍କ ସହ ରହୁଥିଲେ। ତେବେ ରବିବାର ଭଡା ଟଙ୍କାକୁ ନେଇ ତାଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏତିକି ବେଳେ ନବଜିତଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ନେଇ ତାଙ୍କ ସାଙ୍ଗମାନେ ଫୋନ୍‌ କରି ଜଣାଇଥିଲେ। ହରିଆଣାର ଦୁଇ ଭାଇ ନବଜିତଙ୍କୁ ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି।

Advertisment

ସେପଟେ ପୁଅର ମୃତ୍ୟୁ ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକେ ସରକାରଙ୍କୁ ପୁଅର ମୃତଦେହକୁ ଭାରତ ଫେରାଇ ଆଣିବାକୁ ଗୁହାରି କରିଛନ୍ତି। ନବଜିତଙ୍କ ବାପା ଜୀତେନ୍ଦ୍ର ସାନ୍ଧୁଙ୍କ କହିବା ମୁତାବକ, ୨୦୨୨ରେ ଷ୍ଟଡି ଭିସାରେ ନବଜିତ ଅଷ୍ଟ୍ରେଲିଆ ଆସିଥିଲେ। ଏଠାରେ ରହି ସେ ଏମ୍‌ ଟେକ୍‌ କରୁଥିଲେ। ସେ ଜଣେ ଭଲ ଛାତ୍ର ଥିଲେ। ସେ ପାଠ ପଢ଼ିବା ସହ ସେଠାରେ କାମ ମଧ୍ୟ କରୁଥିଲେ।

Stabbed To Death Student Death Australia