Advertisment

ପୁଣି ଆମେରିକାରେ ଭାରତୀୟ ଛାତ୍ରୀ ନିଖୋଜ, ୭ ଦିନ ହେଲା ମିଳୁନି ପତ୍ତା

ତାଙ୍କୁ ଶେଷଥର ପାଇଁ ଲସ୍‌ ଏଞ୍ଜଲିସ୍‌ରେ ଦେଖିବାକୁ ମିଳିଥିଲା ବୋଲି ପୁଲିସ କହିଛି।

ଅଦ୍ୟତନ ହୋଇଛି
Missing Indian Student

Missing Indian Student

Advertisment

ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଦିନକୁ ଦିନ ବିପଦ ବଢ଼ିବାରେ ଲାଗିଛି। ଏଠାରେ ଭାରତୀୟ ଛାତ୍ରଛାତ୍ରୀ ନିଖୋଜ ଓ ସେମାନଙ୍କୁ ହତ୍ୟା କରିବା ଘଟଣା ସାଧାରଣ ପାଲଟି ଗଲାଣି। ଏଠାରେ ଲଗାତର ଭାରତୀୟଙ୍କୁ ଟାର୍ଗେଟ୍‌ କରାଯାଉଛି। ଏବେ ପୁଣି ଥରେ କାଲିଫର୍ଣ୍ଣିଆରୁ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ଗତ ସପ୍ତାହରୁ ତାଙ୍କ ପତ୍ତା ମିଳୁନି। ପୁଲିସ ତାଙ୍କୁ ଖୋଜାଖୋଜି କରିବା ଜାରି ରଖିଛି।

Advertisment

ପୁଲିସ ଅନୁସାରେ କାର୍ଲିଫର୍ଣ୍ଣିଆ ଷ୍ଟେଟ୍‌ ୟୁନିର୍ଭସିଟିର ସେନ୍‌ ବର୍ଣ୍ଣାର୍ଡିନୋର ଛାତ୍ରୀ ନୀତିଶା କୁଣ୍ଡଲା ମେ' ୨୮ ତାରିଖରୁ ନିଖୋଜ ଅଛନ୍ତି। ସିଏସ୍‌ୟୁଏସ୍‌ବିର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏନେଇ ରବିବାର ସୋଶାଲ ମିଡିଆ ହ୍ୟାଣ୍ଡେଲ 'x'ରେ ସୂଚନା ଦେଇଥିଲେ। ତାଙ୍କୁ ଶେଷଥର ପାଇଁ ଲସ୍‌ ଏଞ୍ଜଲିସ୍‌ରେ ଦେଖିବାକୁ ମିଳିଥିଲା ବୋଲି ପୁଲିସ କହିଛି।

ଏହି ନିଖୋଜ ଭାରତୀୟ ଛାତ୍ରୀଙ୍କୁ ଖୋଜିବା ପାଇଁ ପୁଲିସ ସାଧାରଣ ଲୋକଙ୍କ ସହାୟତା ଲୋଡିଛି। ପୁଲିସ ଏକ ନମ୍ବର (909) 537-5165 ଜାରି କରିଛି। ଅଧିକାରୀ କହିଛନ୍ତି ଯେ ଯଦି କେହି ନୀତିଶାଙ୍କ ବିଷୟରେ କୌଣସି ସୂଚନା ପାଆନ୍ତି ତେବେ ଏହି ନମ୍ବରକୁ କଲ କରି ଜଣାନ୍ତୁ। ଛାତ୍ରର ଉଚ୍ଚତା ପାଞ୍ଚ ଫୁଟ ଛଅ ଇଞ୍ଚ ଥିବା ବେଳେ ଓଜନ ପ୍ରାୟ ୭୨.୫ କିଲୋ ଏବଂ କଳା ଆଖି ଅଛି ବୋଲି ଜଣାଇଛି।

Advertisment

କହିରଖୁ ଯେ, ଚଳିତ ବର୍ଷ ଆମେରିକାରେ ୭ ଜଣ ଭାରତୀୟ ଓ ଭାତରୀୟ ବଂଶୋଦ୍ଭବ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ଏଠାରେ ଲଗାତର ଆକ୍ରମଣ କରାଯାଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି। ଏହି କାରଣ ଯୋଗୁ ଏଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଭୟଭୀତ ହୋଇ ପଡିଛନ୍ତି।

Indian Student Missing In US California State University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe