Advertisment

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ଗତ ମାସରୁ ନିଖୋଜ ଥିଲେ

କ୍ଲିଭଲାଣ୍ଡ ଷ୍ଟେଟ୍ ୟୁନିଭର୍ସିଟିରେ ମାଷ୍ଟର ଡିଗ୍ରୀ କରୁଥିଲେ ମହମ୍ମଦ।

Died Student's File Photo

Died Student's File Photo

Advertisment

ଦିନକୁ ଦିନ ଆମେରିକାରେ ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢୁଛି। ତିନି ଦିନ ତଳେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣେ ଛାତ୍ରଙ୍କ ମୃତଦେହ ମିଳିଛି। ତିନି ସପ୍ତାହ ହେବ ତାଙ୍କର କୌଣସି ଖବର ମିଳୁନଥିଲା, ଶେଷରେ ଆଜି ସକାଳେ ମୃତଦେହ ଉଦ୍ଧାର ହୋଇଛି।

Advertisment

ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ଏନେଇ ସୂଚନା ଦେଇଛି। ସୂଚନା ମୁତାବକ, ଛାତ୍ର ଜଣକ ହେଉଛନ୍ତି ହାଇଦ୍ରାବାଦର ୨୫ ବର୍ଷୀୟ ମହମ୍ମଦ ଅବଦୁଲ ଅର୍ଫାଦ୍। ସେ ୨୦୨୩ରେ ଆମେରିକା ଯାଇଥିଲେ। ଓହିଓର କ୍ଲିଭଲାଣ୍ଡ ଷ୍ଟେଟ୍ ୟୁନିଭର୍ସିଟିରେ ମାଷ୍ଟର ଡିଗ୍ରୀ କରୁଥିଲେ ମହମ୍ମଦ। ଗତମାସ ହଠାତ୍ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ। ତାଙ୍କର କୌଣସି ଖୋଜ ଖବର ମିଳିନଥିଲା।

ନିଖୋଜ ନେଇ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଥିଲା। ସେମାନେ ଅବଦୁଲଙ୍କ ପରିବାର ସହ ଯୋଗାଯୋଗରେ ଥିବା କହିଥିଲେ। ଏଥିସହ ସ୍ଥାନୀୟ ପୁଲିସ ପ୍ରଶାସନ ସହ ମହମ୍ମଦଙ୍କ ସନ୍ଧାନ ପାଇଁ କାର୍ଯ୍ୟ କରୁଥିବା କହିଥିଲେ। ହେଲେ ତିନି ସପ୍ତାହ ପରେ ଆଜି ତାଙ୍କ ମୃତ୍ୟୁ ଘଟିଥିବା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

Advertisment

ତେବେ ଆମେରିକାରେ ଏପରି ଘଟଣା ବାରମ୍ବାର ଘଟିଚାଲିଛି। ତିନି ଦିନ ତଳେ ଅର୍ଥାତ୍ ଏପ୍ରିଲ ୬ ତାରିଖରେ ମଧ୍ୟ କ୍ଲିଭଲାଣ୍ଡରେ ପଢୁଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁର କାରଣ ବି ଏପର୍ଯ୍ୟନ୍ତ ସ୍ପଷ୍ଟି ହୋଇପାରିନାହିଁ। ଏହାକୁ ମିଶାଇ ଚଳିତ ବର୍ଷ ମାତ୍ର ୩ ମାସ ମଧ୍ୟରେ ୧୧ ଜଣ ଛାତ୍ରଙ୍କ ଜୀବନ ଗଲାଣି। 

Indian Student Died In America Student Death News US
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe