Advertisment

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନ୍ୟୁୟର୍କ ଷ୍ଟେଟର ଆଲବାନିରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

Sai Surya Avinash Gadde

Sai Surya Avinash Gadde

Advertisment

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ନ୍ୟୁୟର୍କ ଷ୍ଟେଟର ଆଲବାନିର ଜଳପ୍ରପାତରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ଏନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସୂଚନା ଅନୁସାରେ, ମୃତ ଛାତ୍ର ହେଉଛନ୍ତି ୨୬ ବର୍ଷୀୟ ସାଇ ସୂର୍ଯ୍ୟ ଅବିନାଶ ଗଡ୍ଡେ। ତାଙ୍କ ଘର ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲା ଚିତ୍ୟାଲାରେ। ଜୁଲାଇ ୭ରେ ନ୍ୟୁୟର୍କ ଷ୍ଟେଟର ଏକ ଜଳପ୍ରପାତରେ ପଡ଼ି ତାଙ୍କର ମୃତ୍ୟୁ ଘଟିଛି। 

ଜୁଲାଇ ୭ରେ ଛାତ୍ର ଜଣକ ତାଙ୍କ ବଡ଼ ଭଉଣୀଙ୍କ ପରିବାର ସହ ଏକ ବନ୍ଧୁଙ୍କ ଘରକୁ ଯାଇଥିଲେ। ସେଠାରୁ ଉଭୟ ପରିବାରର ସଦସ୍ୟମାନେ ନିକଟସ୍ଥ ଜଳପ୍ରପାତ ବୁଲିବାକୁ ଯାଇଥିଲେ। ଏହି ସମୟରେ ସାଇ ସୂର୍ଯ୍ୟ ହଠାତ୍ ଜଳପ୍ରପାତରେ ପଡ଼ି ଯାଇଥିଲେ। 

Advertisment

ଏହାପରେ ତାଙ୍କୁ ଖୋଜାଖୋଜି କରା ଯାଇଥିଲେ ମଧ୍ୟ ସନ୍ଧାନ ମିଳି ପାରିନଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଏକ ସ୍ଥାନରୁ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତବେଳଙ୍କୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା।

୨୦୨୪ରେ ଆମେରିକାରେ ଏକାଧିକ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। କିଛି ଜଣ ଆତ୍ମହତ୍ୟା କରିଥିବା ରିପୋର୍ଟ ହୋଇଥିବା ବେଳେ କେତେକଙ୍କୁ ହତ୍ୟା ଏବଂ ଅନ୍ୟ କିଛି ଜଣଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି। 

Andhra Student Indian Student Dies In US
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe