Advertisment

ଲଣ୍ଡନରେ ଭାରତୀୟ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଚେଇସ୍ତା ଭାରତର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡ. ଏସ୍‌ପି କୋଚରଙ୍କ ଝିଅ । ସେ ପୂର୍ବରୁ ଭାରତରେ ନୀତି ଆୟୋଗରେ କାର୍ଯ୍ୟରତ ଥିବା ବେଳେ ଉଚ୍ଚତର ଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Indian Student

Indian Student

ଲଣ୍ଡନରେ ଆଖି ବୁଜିଛନ୍ତି ଜଣେ ଭାରତୀୟ ଛାତ୍ରୀ । ୟୁନିଭରସିଟିରୁ ଫେରିବା ବେଳେ ଟ୍ରକ୍‌ ଧକ୍କା ଦେବାରୁ ରାସ୍ତା ଉପରେ ହିଁ ଚାଲି ଯାଇଛି ତାଙ୍କ ଜୀବନ। ମୃତା ଛାତ୍ରୀଜଣକ ହେଲେ ୩୩ ବର୍ଷୀୟା ଚେଇସ୍ତା କୋଚର।

Advertisment

ଚେଇସ୍ତା ଭାରତର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡ. ଏସ୍‌ପି କୋଚରଙ୍କ ଝିଅ । ସେ ପୂର୍ବରୁ ଭାରତରେ ନୀତି ଆୟୋଗରେ କାର୍ଯ୍ୟରତ ଥିବା ବେଳେ ଉଚ୍ଚତର ଶିକ୍ଷା ପାଇଁ ଲଣ୍ଡନ ଯାଇଥିଲେ। ସେଠାରେ ସେ ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକ୍ସରେ ପିଏଚଡି କରୁଥିଲେ।

ଏହି ଦୁର୍ଘଟଣା ଗତ ୧୯ ତାରିଖରେ ଘଟିଛି। ରାତି ପ୍ରାୟ ୮ଟା ୩୦ରେ ଚେଇସ୍ତା ସାଇକେଲ ଯୋଗେ ନିଜ ରୁମ୍‌କୁ ଫେରୁଥିଲେ। ଉକ୍ତ ସମୟରେ ସାମନାରୁ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥଇଲା।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। ଡ୍ରାଇଭରଙ୍କୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଥିବା ବେଳେ କାହାକୁ ଗିରଫ କରିନି ।

ଝିଅ ମୃତ୍ୟୁର ଖବର ପାଇ ଡ. ଏସ୍‌ପି କୋଚର ଲଣ୍ଡନ ଯାଇଛନ୍ତି । ନିଜ ଝିଅର ଦେହାବଶେଷ ସଂଗ୍ରହ କରିବାକୁ ଚେଷ୍ଟା କରୁଛି ବୋଲି ଭାବୁକ ହୋଇ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

Accident USA Indian Student Died In US