Advertisment

ଇଟାଲିରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଭାରତୀୟ ଛାତ୍ରଙ୍କ ମୃତଦେହ

ପୁଅର ମୃତଦେହକୁ ଭାରତକୁ ଫେରାଇ ଆଣିବାକୁ ସରକାରଙ୍କୁ ଗୁହାରି କଲେ ପରିବାର ଲୋକେ।

Indian Student

Indian Student

Advertisment

ଇଟାଲିରେ ଟଳି ପଡିଲେ ଭାରତୀୟ ଛାତ୍ର। ସନ୍ଦିଗ୍ଧ ଅବସ୍ଥାରେ ଇଟାଲୀରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ହେଲେ ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଜିଲ୍ଲାର ରାମ ରାଉତ। ଜାନୁଆରୀ ୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ। ପୁଅ ମୃତ୍ୟୁ ଖବର ମିଳିବା ପରେ ପରିବାରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମୃତଦେହକୁ ଭାରତକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ଛାଡଖଣ୍ଡ ସରକାରଙ୍କୁ ଗୁହାରି କରିଛନ୍ତି।

Advertisment

ପୁଲିସ କହିବା ମୁତାବକ, ଏମ୍‌ବିଏ ପଢ଼ିବାକୁ ଇଟାଲି ଯାଇଥିବା ରାମ ରାଉତ ଗୋଟାଏ ଭଡ଼ାଘରେ ରହୁଥିଲେ। ନବବର୍ଷ ଶୁଭେଚ୍ଛା ଜଣାଇବା ଲାଗି ତାଙ୍କୁ ତାଙ୍କ ବାପା ମା' ଫୋନ୍‌ କରିଥିଲେ। କିନ୍ତୁ ସେ ଫୋନ୍‌ ଉଠାଇ ନଥିଲେ। ଏହାପରେ ସେମାନେ ଘରମାଲିକଙ୍କୁ ଫୋନ୍‌ କରିଥିଲେ। ରାମଙ୍କୁ ବାଥରୁମ୍‌ରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ଘର ମାଲିକ ସୂଚନା ଦେଇଥିଲେ।

ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଛନ୍ତି ବାପା-ମା'। ସେମାନେ ଝାଡ଼ଖଣ୍ଡର ବରିଷ୍ଠ ଅଧିକାରୀ ଓ ଜନ ପ୍ରତିନିଧିମାନଙ୍କୁ ଭେଟି ପୁଅର ମୃତଦେହକୁ ଭାରତକୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ଘର ଲୋକଙ୍କ କହିବା କଥା ହେଲେ ଘଟଣା ପରେ ବିଦେଶ ମନ୍ତ୍ରଣାଳୟ ଓ ଝାଡଖଣ୍ଡ ସରକାରଙ୍କ ଠାରୁ କୌଣସି ବିଶେଷ ସହାୟତା ଏପର୍ଯ୍ୟନ୍ତ ମିଳିନାହିଁ। ସେପଟେ ପୁଅ ମୃତ୍ୟୁ ଖବର ଶୁଣି ତାଙ୍କ ମା'ଙ୍କର ମାନସିକ ଅବସ୍ଥା ବିଗିଡି ଯାଇଛି।

Advertisment

ସେପଟେ ପଶ୍ଚିମ ସିଂହଭୂମର ଡେପୁଟି କମିସନର୍‌ ଅନନ୍ୟା ମିତ୍ତଲ କହିଛନ୍ତି ଯେ, ରାମ ରାଉତଙ୍କ ମୃତ୍ୟୁ ବିଷୟରେ ସେ ସୂଚନା ପାଇଛନ୍ତି। ଆବଶ୍ୟକ ପଦକ୍ଷେପ ନେବାକୁ ସେ ଝାଡ଼ଖଣ୍ଡର ଗୃହ ବିଭାଗ ଓ ‘ମାଇଗ୍ରେସନ୍‌ ସେଲ୍‌’କୁ ଅବଗତ କରାଇଛନ୍ତି। ମାମଲାର ପରବର୍ତ୍ତୀ ବ୍ୟବସ୍ଥାର ତଦାରଖ କରିବା ସହିତ ସେ ରାମ ରାଉତଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗରେ ଅଛନ୍ତି।

ତେବେ ଇଟାଲୀରେ ଏହି ଭାରତୀୟ ଏମ୍‌ବିଏ ଛାତ୍ରଙ୍କ ମୃତ୍ୟୁ କିପରି ହେଲା? ତାଙ୍କୁ ହତ୍ୟା କରାଯାଇଛି ନା କୌଣସି ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ସେ ନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ।

Jharkhand Italy Indian Student Died In Italy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe