Advertisment

ଚଳିତ ବର୍ଷର ପଞ୍ଚମ ଘଟଣା; ପୁଣି ଆମେରିକାରେ ଆଖି ବୁଜିଲେ ଭାରତୀୟ ଛାତ୍ର

ପୁଣି ଆମେରିକାରେ ମୃତ୍ୟୁମୁଖରେ ପଡ଼ିଛନ୍ତି ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ର । ମୃତ ଛାତ୍ରଜଣକ ସମୀର କାମଥ୍‌ ବୋଲି ଜଣାଯାଇଛି।

Sameer Kamath

Sameer Kamath

Advertisment

ଭାରତୀୟ ଛାତ୍ରଙ୍କ ପାଇଁ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ଆମେରିକା। ସେଠାରେ ଲଗାତର ଭାବେ ଭାରତୀୟ ଛାତ୍ର ହତ୍ୟାର ଶିକାର ହେଉଛନ୍ତି। ଚଳିତ ବର୍ଷ ଏଯାବତ ୪ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ପୁଣି ଥରେ ଆସିଛି ଆଉ ଏକ ଦୁଃଖଦ ଖବର ।

Advertisment

ପୁଣି ଆମେରିକାରେ ମୃତ୍ୟୁମୁଖରେ ପଡ଼ିଛନ୍ତି ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ର । ମୃତ ଛାତ୍ରଜଣକ ସମୀର କାମଥ୍‌ ବୋଲି ଜଣାଯାଇଛି। କାମଥ୍‌ଙ୍କ ମୃତଦେହ ଗତ ସୋମବାର ଆମେରିକାର ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଗତକାଲି ତାଙ୍କ ଶବ ବ୍ୟବଚ୍ଛେଦ ହୋଇଥିବା ଜଣାଯାଇଛି। ଆମେରିକା ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏହାର କାରଣ ସ୍ପଷ୍ଟ ହୋଇ ପାରି ନାହିଁ ।

ସମୀର ପର୍ଡ୍ୟୁ ୟୁନିର୍ଭସିଟିରେ ମେକାନିକାଲ ଇଞ୍ଜିନିୟରିଂ ରେ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ସେଠାରେ ମାଷ୍ଟର ଡିଗ୍ରୀ କରୁଥିଲେ। କାମଥ୍‌ଙ୍କ ନିକଟରେ ଆମେରିକାର ନାଗରିକତ୍ୱ ଥିବା ଜଣାଯାଇଛି। ଏହାର ୮ ଦିନ ପୂର୍ବରୁ ପର୍ଡ୍ୟୁ ୟୁନିର୍ଭସିଟିରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି।

Advertisment

ଚଳିତ ବର୍ଷ ଏଯାବତ ଯୁକ୍ତରାଷ୍ଟ୍ର ଆମେରିକାରେ ୪ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏହା ହେଉଛି ପଞ୍ଚମ ଘଟଣା। ଏହା ପୂର୍ବରୁ ଜାନୁଆରୀ ୩୦ରେ ଭାରତୀୟ ଛାତ୍ର ନୀଲ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା।  ସେ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସ ଏବଂ ଡାଟା ସାଇନ୍ସରେ ପାଠ ପଢୁଥିଲେ।

ଜାନୁଆରୀ ୧୫ରେ ଆମେରିକାର ଏକ ଘରୁ ଦୁଇ ଜଣ ରୁମମେଟଙ୍କ ମୃତଦେହ ମିଳିଥିଲା। ମୃତ ଦୁଇ ଛାତ୍ର ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ବାସିନ୍ଦା। ସେମାନେ ଆମେରିକାର କନେକ୍ଟିକଟ ସହରରେ ରହି ପାଠ ପଢୁଥିଲେ। ସପ୍ତାହେ ପୂର୍ବରୁ ଓହିଓର ଲିଣ୍ଡର୍ ସ୍କୁଲ୍ ଅଫ୍ ବିଜିନେସର ଛାତ୍ର ଥିବା ୧୯ ବର୍ଷୀୟ ଶ୍ରେୟସ ରେଡ୍ଡୀ ବେନିଗେରଙ୍କ ମୃତ୍ୟୁ ଘଟିଥିଲା। ଏହାର କାରଣ ମଧ୍ୟ ଏଯାବତ ସ୍ପଷ୍ଟ ହୋଇ ପାରିନି।

Indian Student Died In US America
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe