Advertisment

ପୁଣି ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା, ସାମ୍ନାକୁ ଆସିଲା ଭିଡିଓ

କାନାଡାର ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାନାଡାରେ ପାଠ ପଢ଼ିବା ସହ ସୁରକ୍ଷା ଗାର୍ଡ ଭାବେ ପାର୍ଟଟାଇମ୍‌ ଜବ୍‌ କରୁଥିଲେ।

Indian Student Shot Dead

Indian Student Shot Dead

Advertisment

ଭାରତୀୟଙ୍କ ପାଇଁ ଆଉ ସୁରକ୍ଷିତ ନୁହେଁ ବିଦେଶ। ଏଠାରେ ବାରମ୍ବାର ଭାରତୀୟଙ୍କୁ କରାଯାଉଛି ଟାର୍ଗେଟ୍‌। ଏବେ ପୁଣି ଥରେ କାନାଡାରେ ଜଣେ ଭାରତୀୟ ଛାତ୍ରଙ୍କୁ ଅତିନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ସପ୍ତାହ ଭିତରେ ଏହା ହେଉଛି ଦ୍ୱିତୀୟ ଘଟଣା।

Advertisment

କାନାଡାର ଏଡମୋଣ୍ଟନରେ ଡିସେମ୍ବର ୬ ତାରିଖରେ ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଛାତ୍ର ଜଣକ ହେଲେ ହର୍ଷନଦୀପ। ସେ କାନାଡାରେ ପାଠ ପଢ଼ିବା ସହ ସୁରକ୍ଷା ଗାର୍ଡ ଭାବେ ପାର୍ଟଟାଇମ୍‌ ଜବ୍‌ କରୁଥିଲେ। ତାଙ୍କୁ ହତ୍ୟା କରିବା ବେଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।

ଏଥିରେ ପ୍ରଥମେ ହର୍ଷନଦୀପଙ୍କୁ ଦୁର୍ବୃତ୍ତମାନେ ସିଡିରୁ ଧକ୍କା ଦେଉଛନ୍ତି। ଏହାପରେ ତାଙ୍କ ଉପରକୁ ଗୁଳିମାଡ଼ କରୁଥିବା ଦେଖିବାକୁ ମିଳିଛି। ଏକ ଆପାର୍ଟମେଣ୍ଟ ଭିତରେ ଏହି ଗୁଳିକାଣ୍ଡ ଘଟିଥିଲା। ସୂଚନା ପାଇବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ହର୍ଷନଦୀପଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଏହି ମାମଳାରେ କାନାଡା ପୁଲିସ ଇଭାନ୍‌ ରେନ୍‌ ଓ ଜୁଡିଥ ସଲ୍ଟୋ ନାମକ ଦୁଇ ଜଣଙ୍କୁ ଗିରଫ କରିଛି। ଉଭୟଙ୍କ ବୟସ ୩୦ ବର୍ଷ ପାଖାପାଖି। ଏମାନଙ୍କ ପାଖରୁ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି।

Indian Student Shot Dead Canada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe