Advertisment

ଆମେରିକାରେ ପୁଣି ଭାରତୀୟ ଛାତ୍ରଙ୍କୁ ହତ୍ୟା, ଜଙ୍ଗଲରୁ ମିଳିଲା ମୃତଦେହ

ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

indian Student Killed In USA

indian Student Killed In USA

Advertisment

ଆମେରିକାରେ ସୁରକ୍ଷିତ ନୁହନ୍ତି ଭାରତୀୟ। ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତଦେହ ଆମେରିକାର ଏକ ଜଙ୍ଗଲରୁ ମିଳିଛି। ହତ୍ୟା ପରେ କାର୍‌ ଭିତରେ ତାଙ୍କର ମୃତଦେହକୁ ରଖି କେହି ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

Advertisment

ମୃତ ଛାତ୍ର ଜଣକ ହେଲେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ବୁରିପାଲେମର ପି.ଅଭିଜିତ। ସେ ବୋଷ୍ଟନ ୟୁନିର୍ଭସିଟିରେ ଇଞ୍ଜିନିୟରିଂ ପଢ଼ୁଥିଲେ। ଅଭିଜିତଙ୍କ ମୃତଦେହ କ୍ୟାମ୍ପସ ପରିସରରେ ଥିବା ଏକ ଜଙ୍ଗଲରୁ ଉଦ୍ଧାର ହୋଇଛି। ଏକ ଭଙ୍ଗା କାର୍‌ ଭିତରୁ ସନ୍ଧିଗ୍ଧ ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। ତେବେ ତାଙ୍କୁ କିଏ ହତ୍ୟା କଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ୟୁନିର୍ଭସିଟି ପରିସର ଭିତରେ ଛାତ୍ରଙ୍କ ମୃତଦେହ ମିଳିବ ପରେ ଅନେକ ପ୍ରଶ୍ନ ଉଠୁଛି। ଟଙ୍କା ଓ ଲାପଟପ୍‌ ପାଇଁ ଅଭିଜତଙ୍କୁ ଆକ୍ରମଣକାରୀମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟ କିଛି ଛାତ୍ରଙ୍କ ସହ ଅଭିଜିତଙ୍କ ଝଗଡା ହୋଇଥାଇପାରେ ବୋଲି ମଧ୍ୟ ପୁଲିସ ସନ୍ଦେହ କରୁଛି। ହତ୍ୟାକାରୀଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Advertisment

ବାପା ପାରୁଚୁରୀ ଚକ୍ରଧର ଓ ମା' ଶ୍ରୀଲକ୍ଷ୍ମୀଙ୍କ ଏକ ମାତ୍ର ସନ୍ତାନ ଥିଲେ ଅଭିଜିତ। ତାଙ୍କ ପରିବାର ଲୋକଙ୍କ କହିବା ମୁତାବକ, ଅଭିଜିତ ପିଲାଟି ଦିନରୁ ହିଁ ଜଣେ ମେଧାବୀ ଛାତ୍ର ଥିଲା। ତେବେ ପ୍ରାରମ୍ଭରୁ ମା' ଅଭିଜିତଙ୍କୁ ବଦେଶରେ ପାଠ ପଢ଼ାଇବା ପାଇଁ ବିରୋଧ କରୁଥିଲେ। କିନ୍ତୁ ପରେ ପୁଅର ଭଲ ଭବିଷ୍ୟତ ପାଇଁ ସେ ରାଜି ହୋଇଥିଲେ। ଏବେ ପୁଅର ମୃତ୍ୟୁ ଖବର ଶୁଣି ବାପା-ମା' ଉଭୟ ଦୁଃଖରେ ଭାଙ୍ଗି ପଡିଛନ୍ତି। ତାଙ୍କୁ ଶକ୍ତ ଧକ୍କା ଲାଗିଛି।

ପୁଅକୁ କିଏ ହତ୍ୟା କଲା ଓ କାହିଁକି ସେ ନେଇ ସେମାନେ ଚିନ୍ତିତ ହୋଇପଡିଛନ୍ତି। ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। 

କହିରଖୁ ଏହାକୁ ମିଶାଇ ଚଳିତବର୍ଷ ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହେବା ୯ମ ଘଟଣା।

USA Indian Student Died In US Boston University
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe