Advertisment

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ର ନିଖୋଜ, ୮ ଦିନ ହେବ ମିଳୁନି ପତ୍ତା

ମେ' ୨ ତାରିଖରୁ ଏହି ଛାତ୍ର ଜଣକ ନିଖୋଜ ଅଛନ୍ତି।

author-image
Madhupriya Mistry
Indian Student Missing

Indian Student Missing

ଭାରତୀୟ ଛାତ୍ରଙ୍କ ପାଇଁ ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି ବିଦେଶ ମାଟି। ଦିନକୁ ଦିନ ଏଠାରେ ଭାରତୀୟ ଛାତ୍ର ନିଖୋଜ ଓ ହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଏବେ ପୁଣି ଥରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଆମେରିକାର ଚିକାଗେରେ ଜଣେ ଭାରତୀୟ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଗଲା ୮ ଦିନ ହେବ ତାଙ୍କ ପତ୍ତା ମିଳୁନାହିଁ।

Advertisment

ନିଖୋଜ ଭାରତୀୟ ଛାତ୍ର ହେଲେ ରୂପେଶ ଚନ୍ଦ୍ର ଚିନ୍ତାକିଣ୍ଡି। ସେ ହାଇଦ୍ରାବାସର ବାସିନ୍ଦା। ଗଲା ମେ' ୨ ତାରିଖରୁ ସେ ନିଖୋଜ ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ବା ତାଙ୍କ ସହ ଯୋଗାଯୋଗ କରିବା ପାଇଁ ପୁଲିସ୍‌ ଚେଷ୍ଟା ଚଳାଇଛି। ଆମେରିକାରେ ରହୁଥିବା ଭାରତୀୟ ଛାତ୍ରଙ୍କ ସହ ଯୋଗାଯୋଗ ମଧ୍ୟ କରାଯାଇଥିବା ନେଇ ଚିକାଗୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ କହିଛି।

ଚିକାଗୋରେ ଥିବା ଭାରତର ବାଣିଜ୍ୟ ଦୂତାବାସ ପକ୍ଷରୁ ସୋଶାଲ ମିଡିଆରେ ପୋଷ୍ଟ କରି କୁହାଯାଇଛି ଯେ, 'ଭାରତୀୟ ଛାତ୍ର ରୂପେଶ ଚନ୍ଦ୍ର ଗତ ମେ ୨ ତାରିଖରୁ କେଉଁଆଡ଼େ ନିଖୋଜ ହୋଇ ଯାଇଛନ୍ତି। ଏହା ଗଭୀର ଚିନ୍ତାର ବିଷୟ। ତାଙ୍କୁ ଖୋଜିବା ପାଇଁ କନ୍‌ସୁଲେଟ୍‌ ପୁଲିସ୍‌ ସହ ଯୋଗାଯୋଗରେ ରହିଛି। ଖୁବ ଶୀଘ୍ର ତାଙ୍କ ପତ୍ତା ମିଳିଯିବ ବୋଲି ଆଶା କରାଯାଇଛି।'

Advertisment

ସେପଟେ ଚିକାଗୋ ପୁଲିସ ଲୋକଙ୍କୁ ନିବେଦନ କରିଛି ଯେ ଯଦି ସେମାନେ ରୂପେଶଙ୍କ ବିଷୟରେ କୌଣସି ସୂଚନା ପାଆନ୍ତି, ତେବେ ଏହାକୁ ପୁଲିସ ସହ ସେୟାର କରନ୍ତୁ। ଚିକାଗୋର ୪୩୦୦ବ୍ଲକ ଏନ୍‌ ଶେରିଡାନ ରୋଡରୁ ରୂପେଶ ନିଖୋଜ ହୋଇଥିବା ପୁଲିସ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ ମାର୍ଚ୍ଚ ମାସରେ ମଧ୍ୟ ଜଣେ ଭାରତୀୟ ଛାତ୍ର ନିଖୋଜ ହୋଇଯାଇଥିଲେ, ଯାହାର ମୃତଦେହ ଏପ୍ରିଲରେ ଉଦ୍ଧାର କରାଯାଇଥିଲା। ଓହିଓର କ୍ଲିଭଲ୍ୟାଣ୍ଡରୁ ହାଇଦ୍ରାବାଦ ନିବାସୀ ମହମ୍ମଦ ଅବଦୁଲ ଅରଫାତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅରଫାତ କ୍ଲିଭଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରୁ ଆଇଟିରେ ମାଷ୍ଟର ଡିଗ୍ରୀ ପଢ଼ିବା ପାଇଁ ଆମେରିକା ଯାଇଥିଲେ।

Indian Student Missing In US Consulate General Of India In Chicago Chicago Police