Advertisment

ଆମେରିକାରେ ଭାରତୀୟ ଛାତ୍ରଙ୍କ ଆତ୍ମହତ୍ୟା, ଅନଲାଇନ୍ ଗେମ୍ ଖେଳି ଜୀବନ ହାରିଥିବା ସନ୍ଦେହ

ମୃତ ୨୦ ବର୍ଷୀୟ ଛାତ୍ର ଜଣକ ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲେ।

author-image
Debibandita Barick
Representative Image

Representative Image

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଛାତ୍ର ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। 'ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ' ଅନଲାଇନ୍ ଗେମ୍ ଖେଳିବା ପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ମୃତ ୨୦ ବର୍ଷୀୟ ଛାତ୍ର ଜଣକ ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ଥିଲେ। ମାର୍ଚ୍ଚ ୮ରେ ଏକ ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରଥମେ ହତ୍ୟାକାଣ୍ଡର କାରଣ ଲୁଟ୍ ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ଅନୁସନ୍ଧାନରୁ ଏହା ଆତ୍ମହତ୍ୟା ବୋଲି କୁହାଯାଉଛି।

ଆତ୍ମହତ୍ୟାର କାରଣ ସରକାରୀ ସ୍ତରରେ ପ୍ରକାଶ କରାଯାଇ ନଥିଲେ ମଧ୍ୟ, 'ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ' ଅନଲାଇନ୍ ଗେମ୍ ଖେଲିବା ପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। 

Advertisment

'ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ' ହେଉଛି ଏକ ଅନଲାଇନ୍ ଗେମ୍। ଏହି ଗେମରେ ଖେଳାଳିଙ୍କୁ କିଛି କରିବାକୁ ଚ୍ୟାଲେଞ୍ଜ କରାଯାଇଥାଏ। ଏହି ଖେଳରେ ୫୦ଟି ସ୍ତର ଥାଏ, ଯାହା ଅତ୍ୟନ୍ତ କଷ୍ଟସାଧ୍ୟ। ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜକୁ ଅତିକ୍ରମ କଲେ ଆଗକୁ ବଢିବାକୁ ପଡିଥାଏ। ଏହି ଗେମ୍ ଖେଳିବା ସମୟରେ ସତରକ୍ତା ଅବଲମ୍ବନ କରିବା ପାଇଁ ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏକ ପରାମର୍ଶଦାତା ଜାରି କରାଯାଇଛି।  

Indian Student Death In US Online Game Blue Whale Indian Student Death News