Advertisment

ଚଳନ୍ତା ଟ୍ରେନ୍‌ର ଛାତ ଉପରୁ ଭିଡିଓ କଲେ ବ୍ଲଗର୍‌, ୟୁଜର୍ସ କଲେ ନାପସନ୍ଦ

ସୋଶାଲ ମିଡିଆରେ 'rahul_baba_ki_masti_' ନାମକ ଚ୍ୟାନେଲ ଚଳାଇଥିବା ରାହୁଲ ଗୁପ୍ତା ଏହି ଭିଡିଓ ଶୁଟ୍‌ କରିଛନ୍ତି।

Reel on train roof

Reel on train roof

Advertisment

ସୋଶାଲ ମିଡିଆ ଯୁଗରେ ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା । ପିଲାଠୁ ଆରମ୍ଭ କରି ବୁଢ଼ା ସମସ୍ତେ ରିଲ୍ସ ମାୟାରେ ପାଗଳ । ତେବେ ଏହି ରିଲ୍ସ ବେଳେ ବେଳେ ସାଜୁଛି ଘାତକ। ଏଥିପାଇଁ ଅକାଳରେ ଚାଳିଯାଉଛି ଜୀବନ। ତଥାପି ଚେତୁ ନାହାନ୍ତି ଯୁବ଼ବର୍ଗ। ଜଣେ ବ୍ଲଗର ଚଳନ୍ତା ଟ୍ରେନ୍‌ ଛାତ ଉପରେ ଚଢ଼ି ବ୍ଲଗ୍‌ କରିଥିବା ବେଳେ ତାହା ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏପରି ଭିଡିଓ ଦେଖି ସମ୍ପୃକ୍ତ ବ୍ଲଗର୍‌ଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସୋଶାଲ ମିଡିଆ ୟୁଜର୍ସ।

Advertisment

ସୋଶାଲ ମିଡିଆରେ 'rahul_baba_ki_masti_' ନାମକ ଚ୍ୟାନେଲ ଚଳାଇଥିବା ରାହୁଲ ଗୁପ୍ତା ଏହି ଭିଡିଓ ଶୁଟ୍‌ କରିଛନ୍ତି। ସେ ମୁଖ୍ୟତଃ ଟ୍ରେନ୍‌ ସମ୍ବନ୍ଧିତ ଭିଡିଓ ପୋଷ୍ଟ କରିଥାନ୍ତି। ନିଜ ବାୟୋରେ ସେ ‘I Love Indian Railway’ ବୋଲି ଲେଖିଛନ୍ତି।

ନିଜ ବ୍ଲଗ୍‌ରେ ସେ ଟ୍ରେନ୍‌ ସମ୍ବନ୍ଧିତ ବିଭିନ୍ନ ଜଣାଅଜଣା ଓ ରୋଚକ କଥା ଦର୍ଶକଙ୍କ ସମ୍ମୁଖକୁ ଆଣିଥାନ୍ତି। ଏହି ଭିଡିଓରେ ସେ ଖୁବ୍‌ ବିପଦପୂର୍ଣ୍ଣ ଷ୍ଟଣ୍ଡ କରିଥିବା ବେଳେ ଏହାକୁ ୟୁଜର୍ସମାନେ ନାପସନ୍ଦ କରିଛନ୍ତି।

Advertisment

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ରାହୁଲ ଗୁପ୍ତା ଟ୍ରେନ୍‌ ଛାତ ଉପରେ ଥିବା ବେଳେ ଟ୍ରେନ୍‌ଟି ଟ୍ରାକ୍‌ରେ ଖୁବ୍‌ ଜୋରରେ ଗତି କରୁଛି। ଏହି ସମୟରେ ଭିଡିଓ ଶୁଟ୍‌ କରି ସେ କହିଛନ୍ତି, ମୁଁ ବାଂଲାଦେଶର ଏକ ଟ୍ରେନ୍‌ର ଛାତ ଉପରେ ଯାତ୍ରା କରୁଛି। ଆପଣମାନେ କିନ୍ତୁ ଏପରି ଦୁଃସାହସ କେବି ବି କରନ୍ତୁ ନାହିଁ। ଖୁବ୍‌ ବିପଦପୂର୍ଣ୍ଣ ଭାବେ ମୁଁ ଏହି ଭିଡିଓ ପ୍ରସ୍ତୁତ କରୁଛି। ଏହି ଭିଡିଓ ଏବେ ୨୦ ମିଲିୟନ ଭ୍ୟୁଜ ସହ ଭାଇରାଲ ହେଉଛି। ମାତ୍ର ନିଜ ଜୀବନକୁ ବିପଦରେ ପକାଇ ଏପରି ଭିଡିଓ କରିଥିବା ରାହୁଲ ଗୁପ୍ତାଙ୍କୁ ୟୁଜର୍ସ କଡ଼ା ସମାଲୋଚନା କରୁଛନ୍ତି। 

Viral Video Bangladesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe