Advertisment

Murder: ଆମେରିକାର ପୂର୍ବତନ ପ୍ରେମିକାକୁ ହତ୍ୟା କରି ଭାରତ ପଳେଇ ଆସିଲେ ଅର୍ଜୁନ

ନିକିତାଙ୍କ ମୃତଦେହ ପୁଲିସ୍‌ ଜବତ କରିବା ପରେ ଅର୍ଜୁନଙ୍କ ନାଁରେ ଗିରଫ ପରୱାନା ଜାରି କରିଛି। ହେଲେ ସେ ଭାରତ ଚାଲି ଆସିଥିବାରୁ ତାଙ୍କୁ ଗିରଫ କରାଯାଇ ପାରିନାହିଁ।  ଜାନୁଆରୀ ୨ରେ ଅର୍ଜୁନ ଶର୍ମା ହିଁ ପ୍ରଥମେ ନିକିତାଙ୍କ ନିଖୋଜ ଅଭିଯୋଗ ପୁଲିସ ନିକଟରେ କରିଥିଲେ।

author-image
Hemant Lenka
Nikitha

ନିକିତା ଓ ଅର୍ଜୁନ (ଫାଇଲ ଫଟୋ)

ଜିରୋ ନାଇଟରୁ ନିଖୋଜ ଥିବା ୨୭ ବର୍ଷୀୟ ଭାରତୀୟ ଯୁବତୀଙ୍କ ମୃତଦେହ ଶେଷରେ ପୁଲିସ୍‌ ଠାବ କରିଛି। ଆମେରିକାର ମାରୀଲାଣ୍ଡ ସ୍ଥିତ ଗୋଟିଏ ଆପାର୍ଟମେଣ୍ଟ ଭିତରୁ ଯୁବତୀଙ୍କ ମୃତଦେହ ମିଳିଛି। ମୃତଦେହରେ ଛୁରୀ ଭୁଷାର ଚିହ୍ନ ରହିଛି। ମୃତଦେହ ଯୁବତୀଙ୍କ ପୂର୍ବତନ ପ୍ରେମିକଙ୍କ ଆପାର୍ଟମେଣ୍ଟରୁ ମିଳିବା ପରେ ହଇଚଇ ସୃଷ୍ଟି ହୋଇଛି।

Advertisment

ଯୁବତୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ହିଁ ହତ୍ୟା କରିଛନ୍ତି ଓ ଘଟଣା ପରେ ସେ ଭାରତ ପଳେଇ ଆସିଥିବା ସ୍ଥାନୀୟ ପୁଲିସ୍‌ ସୂଚନା ଦେଇଛି। ମୃତ ଯୁବତୀ ଜଣଙ୍କ ହେଲେ ନିକିତା ଗୋଡିଶାଲା। ସେ ଡାଟା ଓ ଷ୍ଟାର୍ଟେଜୀ ଆନାଲିଷ୍ଟ ଭାବେ ଇଲିକୋଟ ସିଟିରେ କାମ କରୁଥିଲେ ବୋଲି ହାୱାର୍ଡ କାଉଣ୍ଟୀ ପୁଲିସ କହିଛି। ନିକିତାଙ୍କ ମୃତଦେହ ତାଙ୍କ ପୂର୍ବତନ ପ୍ରେମିକ ୨୬ ବର୍ଷୀୟ ଅର୍ଜୁନ ଶର୍ମାଙ୍କ ନାଁରେ ଥିବା ଆପାର୍ଟମେଣ୍ଟର ଗୋଟିଏ ରୁମରୁ ମିଳିଛି। 

ନିକିତାଙ୍କ ମୃତଦେହ ପୁଲିସ୍‌ ଜବତ କରିବା ପରେ ଅର୍ଜୁନଙ୍କ ନାଁରେ ଗିରଫ ପରୱାନା ଜାରି କରିଛି। ହେଲେ ସେ ଭାରତ ଚାଲି ଆସିଥିବାରୁ ତାଙ୍କୁ ଗିରଫ କରାଯାଇ ପାରିନାହିଁ। 

Advertisment

ତଦନ୍ତକାରୀ ଅଧିକାରୀଙ୍କ କହିବା କଥା ଯେ ଜାନୁଆରୀ ୨ରେ ଅର୍ଜୁନ ଶର୍ମା ହିଁ ପ୍ରଥମେ ନିକିତାଙ୍କ ନିଖୋଜ ଅଭିଯୋଗ ପୁଲିସ ନିକଟରେ କରିଥିଲେ। ଡିସେମ୍ବର ୩୧ରେ ସେ ଶେଷଥର ନିକିତାଙ୍କୁ ମାରୀଲାଣ୍ଡ ସିଟିରେ ଥିବା ନିଜ ଆପାର୍ଟମେଣ୍ଟରେ ଦେଖିଥିବା ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ ନିଖୋଜ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା।

ଜାନୁଆରୀ ୩ରେ ଯେତେବେଳେ ସମାନ ଆପାର୍ଟମେଣ୍ଟରେ ସର୍ଚ୍ଚ ଅପରେସନ କରାଯାଇଥିଲା ସେତେବେଳେ ସେଠାରୁ ନିକିତାଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ମୃତଦେହ ମିଳିବା ପରେ ପୁଲିସ୍‌ ଅର୍ଜୁନଙ୍କ ସହ ଯୋଗାଯୋଗ କରିଥିଲା। କିନ୍ତୁ ସେ ଯେଉଁ ଦିନ ପୁଲିସ୍‌ ନିକଟରେ ନିଖୋଜ ଅଭିଯୋଗ କରିଥିଲେ ସେହିଦିନ ହିଁ ବିମାନ ଯୋଗେ ଭାରତ ପଳେଇଥିବା ଜଣାପଡ଼ିଛି।

ଡିସେମ୍ବର ୩୧ ସନ୍ଧ୍ୟା ୭ଟା ପରେ ନିକିତାଙ୍କୁ ହତ୍ୟା କରିବା ପରେ ଅର୍ଜୁନ ନିଖୋଜ ନାଟକ ରଚିଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ତେବେ ହତ୍ୟାଣ୍ଡର କାରଣ ଜଣାପଡ଼ିନାହିଁ। ଏବେ ପୁଲିସ୍‌ ଅର୍ଜୁନଙ୍କୁ ଠାବ କରିବା ସହ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି। 

ଏପଟେ ଭାରତୀୟ ଦୂତାବାସ ପକ୍ଷରୁ ନିକିତାଙ୍କ ପରିବାରକୁ ସମସ୍ତ ପ୍ରକାରର କନସୁଲାର ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। 

Murder