Advertisment

ଧର୍ମ ବଦଳାଇ ପାକିସ୍ତାନରେ ନିଜର ଫେସବୁକ ବନ୍ଧୁଙ୍କୁ ବାହା ହେଲେ ଭାରତୀୟ ମହିଳା

ଉତ୍ତର ପ୍ରଦେଶର କାଲିଓର ଗାଁରେ ଜନ୍ମିତ ଅଞ୍ଜୁ ରାଜସ୍ଥାନର ଅଲୱର ଠାରେ ରହୁଥିଲେ। ସେ ପାକିସ୍ତାନ ଯିବା ପରେ ଗୋଟିଏ ଛୋଟ ଭିଡିଓ ଶୁଟିଂ କରି ସେଠାରେ ସେ ସୁରକ୍ଷିତ ମଣୁ ଥିବା କହିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Pakistan

Pakistan

ଭାରତରେ ନିଜ ଦୁଇ ପିଲା ଓ ସ୍ୱାମୀଙ୍କୁ ଛାଡ଼ି ଆଇନଗତ ଉପାୟରେ ପାକିସ୍ତାନ ଯାଇଥିବା ଅଞ୍ଜୁ ସେଠାରେ ନିଜର ଫେସବୁକ ବନ୍ଧଙ୍କୁ ଆଜି ବିବାହ କରିଛନ୍ତି। ସେ ହିନ୍ଦୁ ହୋଇଥିବା ବେଳେ ନିଜର ଫେସବୁକ ପ୍ରେମିକଙ୍କୁ ବିବାହ କରିବା ପାଇଁ ଇସଲାମ ଧର୍ମ ଗ୍ରହଣ କରିଥିଲେ। ଏହାପରେ ସେମାନଙ୍କ ନିକା ଶେଷ ହୋଇଛି। 

Advertisment

ଏବେ ୩୪ ବର୍ଷୀୟ ଅଞ୍ଜୁ ତାଙ୍କର ୨୯ ବର୍ଷୀୟ ପାକିସ୍ତାନୀ ବନ୍ଧୁ ନସରୁଲ୍ଲାଙ୍କ ଘରେ ରହୁଛନ୍ତି। ୨୦୧୯ରେ ପ୍ରଥମେ ଫେସବୁକରେ ଏମାନଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ଏହା ବିବାହର ରୂପ ନେଇଛି। ଏହି ପ୍ରେମପକ୍ଷୀ ସ୍ଥାନୀୟ ଜିଲ୍ଲା ଓ ସେସନ୍ସ ଜଜଙ୍କ କୋର୍ଟରେ ପରସ୍ପରକୁ ବିବାହ କରିଛନ୍ତି।

ଅପାର ଦିର ଜିଲ୍ଲାରେ ଥିବା ମୋହରାର ସିଟି ପୁଲିସ୍‌ ଷ୍ଟେସନର ଅଧିକାରୀ ମହମ୍ମଦ ୱାହାବ କହିଛନ୍ତି, “ନସରୁଲ୍ଲା ଓ ଅଞ୍ଜୁଙ୍କ ବିବାହ ଆଜି ଅନୁଷ୍ଠିତ ହୋଇଛି। ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରିବା ପରେ ନିୟମ ଅନୁସାରେ ନିକା ଶେଷ ହୋଇଛି। ଦିର ବାଲାରେ ଥିବା ଜିଲ୍ଲା କୋର୍ଟରେ ଉଭୟ ହାଜର ହୋଇଥିଲେ। ନସରୁଲ୍ଲାଙ୍କ ପରିବାର ଲୋକ, ପୁଲିସ୍‌ କର୍ମଚାରୀ ଓ ଆଇନଜୀବୀ ମଧ୍ୟ ଏହି ସମୟରେ ଉପସ୍ଥିତି ରହିଥିଲେ ବୋଲି ସେ କହିଛନ୍ତି।

Advertisment

ମାଲାକନ୍ଦ ଡିଭିଜନର ଡିଆଇଜି ନସିର ମହମଦ ସାତ୍ତି ବିବାହ ଖବରକୁ ନିଶ୍ଚିତ କରିଛନ୍ତି। ଏଥିସହ ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରିବା ପରେ ତାଙ୍କ ନାଁ ଫାତିମା ହୋଇଯାଇଛି। ବାହାଘର ପରେ ଭାରତୀୟ ମହିଳାଙ୍କୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଘରକୁ ପଠା ଯାଇଛି।

ସୋମବାର ଉଭୟ ନସରୁଲ୍ଲା ଓ ଅଞ୍ଜୁ କଡ଼ା ସୁରକ୍ଷା ବିଳୟ ମଧ୍ୟରେ ବୁଲିବାକୁ ଯାଇଥିଲେ। ସେମାନେ ଲାୱରି ଟନେଲ ବୁଲିବା ସହ ଭିଡିଓ ଓ ଫଟୋ ମଧ୍ୟ ଉଠାଇଥିଲେ। ସେମାନେ ଗୋଟିଏ ଘାଷ ଗାଲିଚାରେ ପରସ୍ପରର ହାତ ଧରି ବସି ରହିଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଉତ୍ତର ପ୍ରଦେଶର କାଲିଓର ଗାଁରେ ଜନ୍ମିତ ଅଞ୍ଜୁ ରାଜସ୍ଥାନର ଅଲୱର ଠାରେ ରହୁଥିଲେ। ସେ ପାକିସ୍ତାନ ଯିବା ପରେ ଗୋଟିଏ ଛୋଟ ଭିଡିଓ ଶୁଟିଂ କରି ସେଠାରେ ସେ ସୁରକ୍ଷିତ ମଣୁ ଥିବା କହିଥିଲେ।

୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲ। ଉଭୟଙ୍କ ବିବାହକୁ ଇତି ମଧ୍ୟରେ ୧୬ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତେବେ ନିକଟରେ ଅଞ୍ଜୁ ନିଜ ସ୍ୱାମୀ ଓ ୨ ପିଲାଙ୍କୁ ଛାଡ଼ି ପାକିସ୍ତାନ ପଳାଇଥିଲେ।

Pakistan India