Advertisment

ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସାମୁକ୍ତ କଲା ଥାଇଲ୍ୟାଣ୍ଡ

ପର୍ଯ୍ୟଟନ କ୍ଷେତ୍ରରେ ଭାରତ ଥାଇଲ୍ୟାଣ୍ଡର ଚତୁର୍ଥ ବୃହତ୍ତମ ବଜାର ଉତ୍ସ ହୋଇପାରିଛି।

author-image
Debibandita Barick
Thailand Tourist Place

Thailand Tourist Place

ଏଣିକି ବିନା ଭିସାରେ ଥାଇଲ୍ୟାଣ୍ଡ ଗସ୍ତ କରିପାରିବେ ଭାରତୀୟ। ଭାରତୀୟଙ୍କ ପାଇଁ ଭିସା ମୁକ୍ତ କରିଛନ୍ତି ଥାଇଲ୍ୟାଣ୍ଡ ସରକାର। ଥାଇ ପର୍ଯ୍ୟଟନ ଅନୁଯାୟୀ, ଭାରତୀୟମାନେ ନଭେମ୍ବର 10, 2023ରୁ ମେ 10, 2024 ପର୍ଯ୍ୟନ୍ତ ବିନା ଭିସାରେ ଥାଇଲ୍ୟାଣ୍ଡ ପରିଦର୍ଶନ କରିପାରିବେ। ଏଥିସହ ସେଠାରେ 30 ଦିନ ମଧ୍ୟ ରହିପାରିବେ ବୋଲି ଥାଇ ପର୍ଯ୍ୟଟନ ଘୋଷଣା କରିଛି। 

Advertisment

ଅଧିକ ପର୍ଯ୍ୟଟକଙ୍କ ଆଗମନ ପାଇଁ ଥାଇଲ୍ୟାଣ୍ଡ ସରକାର ଭାରତୀୟ ଏବଂ ତାଇୱାନ ନାଗରିକଙ୍କ ପାଇଁ ଭିସା ଆବଶ୍ୟକତାକୁ ରଦ୍ଦ କରିଦେଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ମଧ୍ୟ ଚୀନ୍ ନାଗରିକଙ୍କ ପାଇଁ ଭିସାମୁକ୍ତ କରିଥିଲା ଥାଇଲ୍ୟାଣ୍ଡ। ଏବେ ଭାରତ ଏବଂ ତାଇୱାନର ନାଗିରକଙ୍କ ପାଇଁ ଏହି ନିୟମକୁ ହଟାଇ ଦେଇଛି।

ଗୋଟିଏ ସପ୍ତାହ ମଧ୍ୟରେ ଭାରତୀୟ ବିଶ୍ୱ ଯାତ୍ରୀମାନଙ୍କ ପାଇଁ ଏହା ହେଉଛି ଦ୍ୱିତୀୟ ଖବର। ଏହା ପୂର୍ବରୁ ଶ୍ରୀଲଙ୍କା ମାର୍ଚ୍ଚ 31, 2024 ପର୍ଯ୍ୟନ୍ତ ଭାରତ, ଚୀନ୍ ଏବଂ ଋଷ ସମେତ ସାତୋଟି ଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଭିସାମୁକ୍ତ ଘୋଷଣା କରିଥିଲା। ପାଇଲଟ୍ ପ୍ରୋଜେକ୍ଟର ଏକ ଅଂଶ ଭାବରେ ଶ୍ରୀଲଙ୍କା ଏହି ଘୋଷଣା କରିଥିଲା। 

Advertisment

ପର୍ଯ୍ୟଟନ କ୍ଷେତ୍ରରେ ଭାରତ ଥାଇଲ୍ୟାଣ୍ଡର ଚତୁର୍ଥ ବୃହତ୍ତମ ବଜାର ଉତ୍ସ ହୋଇପାରିଛି। ଥାଇଲ୍ୟାଣ୍ଡକୁ ବିଶ୍ୱରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। 

ଭାରତର ସରକାରୀ ତଥ୍ୟରୁ ଜଣାପଡିଛି ଯେ, ବିଦେଶ ଯାତ୍ରା କରୁଥିବା ଭାରତୀୟଙ୍କ ସଂଖ୍ୟା କ୍ରମାଗତ ଭାବରେ 2011ରେ 1.4 କୋଟିରୁ ବୃଦ୍ଧି ପାଇ 2019ରେ 2.7 କୋଟିରେ ପହଞ୍ଚିଛି। ମହାମାରୀ କାରଣରୁ ଦୁଇ ବର୍ଷର ଯାତ୍ରା କଟକଣା ପରେ ପୁଣି 2022ରେ 2.1 କୋଟିରେ ପହଞ୍ଚିଛି। ତେଣୁ ବିଦେଶ ଭ୍ରମଣକାରୀଙ୍କ ପାଇଁ ଏହା ନିଶ୍ଚିତ ରୂପେ ଖୁସି ଖବର। 

Thai Toursim Visa Free For Indians Thailand