Advertisment

କିଏ ହେବ କାନାଡ଼ା ପ୍ରଧାନମନ୍ତ୍ରୀ? ରେସ୍‌ରେ ୨ ଭାରତୀୟ

ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ ଓ ଜର୍ଜ ଚହଲ ସବୁଠୁ ଆଗରେ ଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
George Chahal and Anita anand

George Chahal and Anita anand

Advertisment

କିଏ ହେବ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ। ଜଷ୍ଟିନ୍‌ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦ ଓ ଲିବରେଲ ପାର୍ଟିର ନେତା ପଦରୁ ଇସ୍ତଫା ଦେଇସାରିଛନ୍ତି। ଏହାପରେ ଏବେ କାନାଡା ପ୍ରଧାନମନ୍ତ୍ରୀ ଆସନରେ କିଏ ବସିବ ତାକୁ ନେଇ ଚାଲିଛି ଚର୍ଚ୍ଚା। ଏହି ପଦବୀ ପାଇଁ ବର୍ତ୍ତମାନ ଦୁଇ ଭାରତୀୟ ବଂଶୋଦ୍ଭବ ନେତାଙ୍କ ନାଁ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଏହି ଦୁଇ ଜଣ ନେତା ପ୍ରଧାନମନ୍ତ୍ରୀ ରେସ୍‌ରେ ଆଗରେ ଅଛନ୍ତି।

Advertisment

ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ ଓ ଜର୍ଜ ଚହଲ ସବୁଠୁ ଆଗରେ ଥିବା କୁହାଯାଉଛି। ସେହିପରି ପ୍ରଧାନମନ୍ତ୍ରୀ ଦୌଡ଼ରେ ଖ୍ରୀଷ୍ଟିଆ ଫ୍ରିଲାଣ୍ଡଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସେପଟେ ଟ୍ରୁଡୋଙ୍କ ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ତାହା ନିର୍ଣ୍ଣୟ କରିବା ପାଇଁ ଭାରତୀୟ ବଂଶୋଦ୍ଭବ ସଚିତ ମେହରାଙ୍କୁ ଦାୟିତ୍ୱ ଦିଆଯାଇଛି।

କୁହାଯାଉଛି ଯେ, ଅନୀତା ଆନନ୍ଦ ପ୍ରଧାନମନ୍ତ୍ରୀ ରେସ୍‌ର ସବୁଠୁ ଆଗରେ ଅଛନ୍ତି। ସେ ଟ୍ରୁଡୋ ସରକାରରେ ପରିବହନ ମନ୍ତ୍ରୀ ଓ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ମନ୍ତ୍ରୀ ଅଛନ୍ତି। ଅନୀତାଙ୍କର ଭାରତର ତାମିଲନାଡୁ ଏବଂ ପଞ୍ଜାବଙ୍କ ସହ ମଧ୍ୟ ସମ୍ପର୍କ ରହିଛି। ରାଜନୀତିରେ ସେ ଜଣେ ପୋଖତ ଖେଳାଳି ହୋଇଥିବା ବେଳେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି। ଟ୍ରୁଡୋ ସରକାର ଅମଳରେ ଅନୀତା ବେଶ୍‌ ଭଲଭାବେ ମହାମାରୀ କରୋନାର ମୁକାବିଲା କରିଥିଲେ। ତାଙ୍କର ଏହି କାର୍ଯ୍ୟ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା।

Advertisment

ସେହିପରି ଭାରତୀୟ ବଂଶୋଦ୍ଭବ ନେତା ଜର୍ଜ ଚହଲ ମଧ୍ୟ କାନାଡାର ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଜର୍ଜ ଗତ ସପ୍ତାହରେ ହିଁ ନିଜ କକ୍‌ସ ସହକର୍ମୀଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ ନିଜ ପକ୍ଷ ରଖିଥିଲେ। ଜର୍ଜ ଚହଲ ଜଣେ ଓକିଲ ଓ କମ୍ୟୁନିଟି ଲିଡର୍ ଭାବେ କ୍ୟାଲଗର ସିଟି କାଉନ୍‌ସିଲର୍‌ ରୂପେ ବିଭିନ୍ନ କମିଟିରେ କାମ କରିଛନ୍ତି। ଚହଲ ମଧ୍ୟ ପ୍ରାକୃତିକ ଷ୍ଟାଚ୍ କମିଟିର ଚେୟାରମ୍ୟାନ୍ ଏବଂ ଶିଖ କକ୍‌ସର ଅଧ୍ୟକ୍ଷ ଅଟନ୍ତି। ଚହଲ ଏଥିପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି କାରଣ, ସେ ଗତ କିଛି ସମୟ ହେବ ଟ୍ରୁଡୋ ସରକାର ଓ ତାଙ୍କ ନୀତିଗୁଡିକୁ ବିରୋଧ କରି ଆସୁଥିଲେ।

କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ରୂପେ ଟ୍ରୁଡୋ ସରକାରରେ ଉପ-ପ୍ରଧାନମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀ ଥିବା କ୍ରିଷ୍ଟିଆ ଫ୍ରିଲ୍ୟାଣ୍ଡଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ଅଛି। ତାଙ୍କ ପାଖରେ ଥିବା ଅନ୍ତରାଷ୍ଟ୍ରୀୟ ଅଭିଜ୍ଞତା ଅନୁଯାୟୀ ତାଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିବେଚନା କରାଯାଉଛି।

ଟ୍ରୁଡୋ ଲିବରାଲ୍ ପାର୍ଟିର ନେତା ତଥା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ତେବେ ଲିବରାଲ୍ ପାର୍ଟି ତାର ନୂତନ ନେତା ବାଛିବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ରହିବେ।

Canada Canada PM Justin Trudeau Anita Ananda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe