Advertisment

Air Pollution: ଦୀପାବଳିରେ ଭାରତରେ ଫୁଟିଲା ବାଣ, ପାକିସ୍ତାନରେ ବାଜିଲା ସତର୍କ ଘଣ୍ଟି

ଲାହୋର ଠାରୁ ଉପରେ ରହିଛି ଭାରତର ନୂଆଦିଲ୍ଲୀ। ଦୀପାବଳିର ଗୋଟିଏ ଦିନ ପରେ ଦିଲ୍ଲୀରେ ଏକ୍ୟୁଆଇ ୩୦୦ରେ ପହଞ୍ଚି ଯାଇଛି। ଦିଲ୍ଲୀ ଏବେ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି।

Lahor

ଲାହୋର

Advertisment

ଆଲୋକର ପର୍ବ ଦୀପାବଳି ପାକିସ୍ତାନର ନିଦ ହଜାଇ ଦେଇଛି। ଦୀପାବଳିକୁ ଭାରତବାସୀ ବାଣ ଫୁଟାଇ ଓ ଦୀପ ଜଳାଇ ପାଳନ କରିଛନ୍ତି। ଦୀପାବଳିରେ ଭାରତର ଆକାଶ ଆଲୋକମାଳରେ ଝଟକିଛି। ଲୋକମାନେ ଉତ୍ସବର ଆଲୋକରେ ମତୁଆଲା ହୋଇଛନ୍ତି। ଭାରତରେ ଆଲୋକର ପର୍ବ ପାଳନ କରା ଯାଇଥିବା ବେଳେ ସୀମା ସେପଟେ ଦେଖା ଯାଇଛି ଅସମ୍ଭବ ଅନ୍ଧକାର। 

Advertisment

ଦୀପାବଳି ପାଇଁ ପୂରା ଭାରତ ବାଣ ଫୁଟାଇଛି। ହେଲେ ପାକିସ୍ତାନ(Pakistan)ରେ ବାଜିଛି ସତର୍କ ଘଣ୍ଟି। ଭାରତର ଦୀପାବଳି ପାକିସ୍ତାନ ପାଇଁ ସୃଷ୍ଟି କରିଛି ସାଂଘାତିକ ସ୍ଥିତି। ପାକିସ୍ତାନର ପଞ୍ଜାବ ପ୍ରଦେଶ ବିଶେଷ କରି ଲାହୋର ସହରରେ ରବିବାର ଠାରୁ ବାୟୁର ଗୁଣବତ୍ତା ବିପଦଜନକ ସ୍ଥିତିକୁ ଚାଲି ଯାଇଛି। ଏହାକୁ ଦୂର କରିବା ପାଇଁ ମାରୟମ ନୱାଜ ନେତୃତ୍ୱାଧୀନ ପଞ୍ଜାବ ସରକାର ଜରୁରୀ ପଦକ୍ଷେପ ନେଇଛନ୍ତି। ବିଭିନ୍ନ ସ୍ଥାନରେ କୃତ୍ରିମ ବର୍ଷା କରାଯାଇ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଚେଷ୍ଟା କରାଯାଇଛି।

ପ୍ରଦୂଷଣ ପାଇଁ ପାକିସ୍ତାନର ସ୍ଥାନୀୟ ପ୍ରଶାସନ ଭାରତକୁ ଦାୟୀ କରିବାକୁ ଆଦୌ ପଛାଇ ନାହାନ୍ତି। ସ୍ଥାନୀୟ ଧୂଆଁ , ଭାରତରେ ଦୀପାବଳି ଯୋଗୁ ଫୁଟା ଯାଇଥିବା ବାଣରୁ ସୃଷ୍ଟି ହୋଇଥିବା ଗ୍ୟାସ ଓ ଧୀର ଗତିରେ ହେଉଥିବା ପବନ ଯୋଗୁ ଲାହୋରରେ ପ୍ରଦୂଷଣ ବଢ଼ିଥିବା ପାକ୍‌ ମିଡିଆ ଖବର ପ୍ରକାଶ କରିଛି। 

Advertisment

ପଞ୍ଜାବ ପରିବେଶ ସୁରକ୍ଷା ବିଭାଗ(ଇପିଡି)ର କହିବା କଥା ଯେ ନୂଆଦିଲ୍ଲୀ ଓ ଅନ୍ୟ ଉତ୍ତର ଭାରତୀୟ ସହରଗୁଡ଼ିକରୁ ନିର୍ଗତ ପ୍ରଦୂଷିତ ବାୟୁ ପବନରେ ପାକିସ୍ତାନକୁ ଆସୁଛି। ଏଥିପାଇଁ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ଥିତିରେ ପହଞ୍ଚି ଯାଇଛି। ମଙ୍ଗଳବାର ସକାଳେ ଲାହୋରରେ ଏକ୍ୟୁଆଇ ୨୬୬ରେ ପହଞ୍ଚିଛି। ଏଥିଯୋଗୁ ଲାହୋର ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହରରେ ପରିଣତ ହୋଇଛି।

କିନ୍ତୁ ଲାହୋର ଠାରୁ ଉପରେ ରହିଛି ଭାରତର ନୂଆଦିଲ୍ଲୀ। ଦୀପାବଳିର ଗୋଟିଏ ଦିନ ପରେ ଦିଲ୍ଲୀରେ ଏକ୍ୟୁଆଇ ୩୦୦ରେ ପହଞ୍ଚି ଯାଇଛି। ଦିଲ୍ଲୀ ଏବେ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଛି। 

ବିଷାକ୍ତ ବାୟୁର ମୁକାବିଲା କରି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ପଞ୍ଜାବ ସରକାର ଲାହୋରର ପ୍ରମୁଖ ରାସ୍ତାରେ ଧୂଆଁ ନରୋଧ ଗନ୍‌ ଓ ପାଣି ଚିଞ୍ଚନ କରିଛନ୍ତି। ପୂରା ଅପରେସନରେ ୯ଟି ବିଭାଗକୁ ସାମିଲ କରାଯାଇଛି। ସେହିପରି ବିଭିନ୍ନ ନିର୍ମାଣ କାମ ଓ ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କ ଉପରେ ନଜର ରଖିବବାକୁ ପ୍ରାଦେଶିକ ସରକାର ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି। 

ପବନର ଘଣ୍ଟା ପ୍ରତି ବେଗ ୪ରୁ ୭ କିମି ରହିଥିବାରୁ ପ୍ରଦୂଷଣର ମାତ୍ରା ଅଧିକ ରହିଛି। ଲାହୋର ବ୍ୟତୀତ ଫୈସଲାବାଦ, ଗୁଜରନୱାଲା, ସାହିୱାଲ ଓ ମୁଲତାନରେ ପ୍ରଦୂଷଣ ଯୋଗୁ ଲୋକମାନେ ବିଷ ପବନ ନେବାକୁ ବାଧ୍ୟ ହେଉଛନ୍ତି। 

ସୋମବାର ସନ୍ଧ୍ୟାରେ ଲାହୋର ବିଶ୍ୱର ତୃତୀୟ ସବୁଠାରୁ ପ୍ରଦୂଷିତ(Air Pollution) ସହରରେ ପରିଣତ ହୋଇଥିଲା। ଏଠାରେ ଏକ୍ୟୁଆଇ ୧୮୨ରେ ପହଞ୍ଚିଥିଲା। ଲାହୋର ଉପରେ କୋଲକାତା(୨୦୩) ଓ ଦିଲ୍ଲୀ(୨୧୩) ରହିଥିଲା। ଦୀପାବଳି(Diwali)ରେ ଲୋକମାନେ ସୋମବାର ଧୂମ ବାଣ ଫୁଟାଇଥିଲେ। ଏଥିଯୋଗୁ ମଙ୍ଗଳବାର ସ୍ଥିତି ଆହୁରି ସାଂଘାତିକ ହୋଇଛି। 

Pakistan Diwali Air Pollution
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe