Indonesia Fitness Trainer Death
ପୁଣି ଜିମ୍ ନେଲା ଜୀବନ। ଫିଟନେସ୍ ପାଇଁ ଯୁବପିଢିଙ୍କର ଜିମ୍ ନିଶା ମୃତ୍ୟୁର କାରଣ ପାଲଟୁଛି। ଏବେ ଜଣେ ଇଣ୍ଡୋନେସିଆ ବାଲିର ଫିଟନେସ୍ ଟ୍ରେନରଙ୍କ ଦୁଃଖଦ ମୃତ୍ୟୁ ଘଟିଯାଇଛି। 210 କିଲୋଗ୍ରାମ ଓଜନ ବିଶିଷ୍ଟ ବାରବେଲ୍ ଉଠାଉଥିବା ସମୟରେ କାନ୍ଧ ଭାଙ୍ଗି ପ୍ରାଣ ଯାଇଛି ଏହି ଫିଟନେସ୍ ଟ୍ରେନରଙ୍କର। ବାରୱେଲର ଓଜନ 2 କ୍ୱିଣ୍ଟାଲରୁ ଅଧିକ ହୋଇଥିବାରୁ ଏହାକୁ ଉଠାଇବା ସମୟରେ ଭାରସାମ୍ୟ ହରାଇ ଫିଟନେସ୍ ଟ୍ରେନର ଜଷ୍ଟିନ ବିକିଙ୍କ ମୃତ୍ୟୁ ଘଟିଥିବା ସୂଚନା।
ଚ୍ୟାନେଲ ନ୍ୟୁଜ୍ ଏସିଆର ରିପୋର୍ଟ ଅନୁଯାୟୀ, ଜୁଲାଇ 15 ରେ ଏହି ଅଘଟଣ ଘଟିଥିଲା। ଇଣ୍ଡୋନେସିଆର ଫିଟନେସ୍ ଇନଫ୍ଲୁଏନ୍ସର 33 ବର୍ଷିୟ ଜଷ୍ଟିନ ବିକି ଏକ ବାରବେଲ୍ ଉଠାଇବାକୁ ଚେଷ୍ଟା କରୁଥିବା ସମୟରେ ଏହା ହଠାତ୍ ତାଙ୍କ କାନ୍ଧ ଉପରେ ପଡିଯାଇଥିଲା। ଫଳରେ ସେ ଗୁରୁତର ଭାବେ ଆଘାତ ପାଇଥିଲେ। ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ, ଏହି କାରଣରୁ ଜଷ୍ଟିନଙ୍କର କାନ୍ଧ ଭାଙ୍ଗିଯିବା ସହ ହାର୍ଟ ଏବଂ ଫୁସଫୁସ ସହିତ ସଂଯୁକ୍ତ ଗୁରୁତ୍ୱପୂର୍ଣ୍ଣ ସ୍ନାୟୁଗୁଡ଼ିକ ଚାପି ହୋଇଯାଇଥିଲା।
ଫଳରେ ତାଙ୍କର ଅସ୍ତ୍ରୋପଚାରର ଆବଶ୍ୟକତା ଥିଲା। ଅସ୍ତ୍ରୋପଚାର ପରେ ଜଷ୍ଟିନଙ୍କ ମୃତ୍ୟୁ ଘଟିଥିବା ଚ୍ୟାନେଲ ନ୍ୟୁଜ୍ ଏସିଆ ରିପୋର୍ଟ କରିଛି। ତେବେ ବିଦେଶ ହେଉ ଅବା ଆମ ଦେଶ ଭାରତରେ ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି। ଅତ୍ୟଧିକ ଜିମ୍ କରିବାରୁ ଅଧିକାଂଶ ଲୋକଙ୍କର ଜୀବନ ଚାଲିଯାଉଛି। ସ୍ୱାସ୍ଥ୍ୟ ପାଇଁ ଜିମର ଆବଶ୍ୟକତା ରହିଛି ନିଶ୍ଚୟ, ମାତ୍ର ଅସାବଧାନତା ଯେ ଜୀବନ ନେଇଯିବ ଏସବୁ ଗୋଟିଏ ଗୋଟିଏ ଉଦାହରଣ। ତେଣୁ ନିଜ ସାମର୍ଥ୍ୟ ଏବଂ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସର୍ବଦା ଜିମ୍ କରିବା ଉଚିତ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us