Social Media Post
ଜାରି ରହିଛି ଇସ୍ରାଏଲ-ହମାସ ଲଢେଇ। ଉଭୟ ପକ୍ଷ ଘୋମାଘୋଟ ଯୁଦ୍ଧ କରୁଛନ୍ତି, ଯେଉଁଥିରେ ସୈନିକଙ୍କଠୁ ଆରମ୍ଭ କରି ସାଧାରଣ ନାଗରିକ ପ୍ରାଣ ହରାଉଛନ୍ତି, କୋଟି କୋଟି ଟଙ୍କାର ଧନ ସମ୍ପତ୍ତି ପୋଡି ପାଉଁଶ ହୋଇଯାଉଛି। ଏହାରି ମଧ୍ୟରେ ହମାସ ସଂଗଠନର ଉଦାରତା ମନୋଭାବର ତିତ୍ର ସାମ୍ନାକୁ ଆସିଛି। ହମାସମାନେ ଇସ୍ରାଏଲ ଛୋଟ ପିଲାଙ୍କ ଯତ୍ନ ନେଉଥିବା ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି।
ଟେଲିଗ୍ରାମରେ ହମାସ ଗୋଷ୍ଠୀ ଏହି ଭିଡିଓ ପୋଷ୍ଟ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହି ଭିଡିଓରେ କିଛି ଇସ୍ରାଏଲ ପିଲା ହମାସ ସଂଗଠନ କବଜାରେ ଥିବାବେଳେ କାନ୍ଦୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ଦେଖାଯାଉଛି ଯେ, ହମାସମାନେ ଛୋଟ ପିଲାମାନଙ୍କୁ ବୁଝାଉଛନ୍ତି, ସେମାନଙ୍କୁ ଦୋଳିରେ ଝୁଲାଉଛନ୍ତି। ଏପରିକି ଆଘାତ ପାଇ ରକ୍ତ ବାହାରୁଥିବା ପିଲାମାନଙ୍କର ବ୍ୟାଣ୍ଡେଜ୍ ମଧ୍ୟ କରୁଛନ୍ତି। ହମାସ କବଜାରେ ଜଣେ ନବଜାତ ଶିଶୁ ଥିବାବେଳେ ଅନ୍ୟମାନେ 4ରୁ 6 ବର୍ଷର ପିଲା ଥିବା ଅନୁମାନ କରାଯାଉଛି।
ସବୁଠୁ ବଡ କଥା ହେଉଛି କି, ସଂଗଠନ ନିଜ ମୁଦ୍ଦାକୁ ପାଥେୟ କରି ପିଲାମାନଙ୍କ ଜୀବନ ବଞ୍ଚାଉଥିବା କହିବା କିଛି ଭୁଲ୍ ହେବନି। କାରଣ ପୋଷ୍ଟ ହୋଇଥିବା ଭିଡିଓ ଅନୁସାରେ, ହମାସ ସଦସ୍ୟମାନେ ଛୋଟ ପିଲାମାନଙ୍କୁ "ବିସମିଲ୍ହା" କହିବାକୁ କହୁଛନ୍ତି। ଆଉ ସେମାନେ "ବିସମିଲ୍ହା" କହିବା ପରେ ଯାଇ ପାଣି ପିଇବାକୁ ଦେଉଛନ୍ତି।
ଇସ୍ରାଏଲର ପ୍ରତିରକ୍ଷା ବଳ(ଆଇଡିଏଫ) ନିଜ ଏକ୍ସ ପୋଷ୍ଟରେ ଏହି ଭିଡିଓ ଶେଆର୍ କରିଛି। ଆଇଡିଏଫ ଲେଖିଛି ଯେ, 'ଛୋଟ ପିଲାମାନଙ୍କର ଆଘାତ ଦେଖି ପାରୁଥିବେ ଏବଂ ସେମାନଙ୍କ କାନ୍ଦିବା ଶୁଣି ପାରୁଥିବେ। ଏହି ପିଲାମାନେ ଭୟଭୀତ ଅବସ୍ଥାରେ ନିଜ ଘରେ ବନ୍ଦୀ ହୋଇ ଅଛନ୍ତି। ସେମାନଙ୍କ ବାପାମାଆମାନେ ଅନ୍ୟ କଠୋରୀରେ ମୃତ ଅବସ୍ଥାରେ ପଡିଛନ୍ତି। ଏମାନେ ହେଉଛନ୍ତି ଆତଙ୍କବାଦୀ, ଯେଉଁମାନଙ୍କୁ ଆମେ ପରାସ୍ତ କରିବାକୁ ଯାଉଛୁ।'
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us