Advertisment

ନିଜକୁ ନିଜେ ବିବାହ କରିଥିବା ଯୁବତୀ ୫ ମହଲା ଉପରୁ ଡେଇଁ ପଡ଼ିଲେ

ସେ ନିଜକୁ ନିଜେ ବାହା ହେବା ଭିଡିଓ ବେଶ ଭାଇରାଲ ହୋଇଥିଲା।

Turkey

Turkey

Advertisment

ଟିକଟିକ ଜରିଆରେ ପ୍ରସିଦ୍ଧି ଲାଭ କରିଥିବା ତୁର୍କୀର କୁବ୍ରା ଅୟକୁତ ଦିନେ ବିନା ବରରେ ବାହା ହୋଇ ଚର୍ଚ୍ଚାକୁ ଆସିଥିଲେ। ସେ ନିଜକୁ ନିଜେ ବାହା ହେବା ଭିଡିଓ ବେଶ ଭାଇରାଲ ହୋଇଥିଲା। କିନ୍ତୁ ଏବେ ୨୬ ବର୍ଷୀୟ କୁବ୍ରା ନିଜ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟର ୫ମ ମହଲାରୁ ତଳକୁ ଡେଇଁ ଜୀବନ ହାରିଛନ୍ତି।

Advertisment

ଇସ୍ତାନବୁଲର ସୁଲତାନବେଲି ଜିଲ୍ଲାରେ କୁବ୍ରା ରହୁଥିଲେ। ପ୍ରଥମେ ତାଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ପୁଲିସ୍‌ କରିଥିଲା। ହେଲେ ସେ ମୃତ୍ୟୁ ବେଳେ ପିନ୍ଧିଥିବା ପୋଷାକରୁ ପୁଲିସ ଗୋଟିଏ ହାତ ଲେଖାଚିଠି ଉଦ୍ଧାର କରିଛି। ଏଥିରେ ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଛନ୍ତି।

Advertisment

ଆତ୍ମହତ୍ୟା କରିବା ପୂର୍ବରୁ କୁବ୍ରା ଗୋଟିଏ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ମଧ୍ୟ ତାଙ୍କର ଶେଷ ଭିଡିଓ ରହିଥିଲେ। ସେଥିରେ ମଧ୍ୟ କୁବ୍ରା ବେଶ ଚିନ୍ତିତ ଥିବା ଭଳି ଲାଗୁଥିଲେ। ସେହିପରି ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ଗୋଟିଏ ଚିଠି ମଧ୍ୟ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ।

ସେ ତାଙ୍କ ଶେଷ ପୋଷ୍ଟରେ କହିଥିଲେ ଯେ “ମୁଁ ମୋ ଶକ୍ତି ଫେରିପାଇଛି। କିନ୍ତୁ ଓଜନ ବୃଦ୍ଧି ହେବା ଭଳି ଲାଗୁନି। ପ୍ରତିଦିନ ମୋ ଓଜନ ଗୋଟିଏ ଲେଖାଏ କେଜି ହ୍ରାସ ପାଉଛି। ମୁଁ ଜାଣିପାରୁନି, କ’ଣ କରିବି? ମୋତେ ତୁରନ୍ତ ଓଜନ ବଢ଼ାଇବାର ଆବଶ୍ୟକତା ରହିଛି।” ଶେଷ ଟିକଟିକ ଭିଡିଓରେ ସେ ନିଜ ଆପାର୍ଟମେଣ୍ଟ ସଫା କରୁଥିବା ଦେଖିବାକୁ ମିଳିଥିଲା।

Turkey Tik Tok
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe