Advertisment

ୟୁକ୍ରେନ ଉପରେ ରୁଷର ICB ମିସାଇଲ ମାଡ଼

ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ନୀତିରେ ପରିବର୍ତ୍ତନ ଆଣିବାର ଦିନକ ପରେ ଏହି ଆକ୍ରମଣ କରିଛି ରୁଷ।

ଅଦ୍ୟତନ ହୋଇଛି
Missile launching (file photo)

Missile launching (file photo)

Advertisment

ୟୁକ୍ରେନ ଉପରେ ଏକ ଇଣ୍ଟର-କଣ୍ଟିନେଣ୍ଟାଲ (ଆନ୍ତଃମହାଦେଶୀୟ) ବାଲିଷ୍ଟିକ ମିସାଇଲ (ICBM) ଉତକ୍ଷେପଣ କରିଛି ରୁଷ। ଭ୍ଲାଦିମିର ପୁଟିନ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ନୀତିରେ ପରିବାର୍ତ୍ତନ ଆଣିବାର ଦିନକ ପରେ ଏହି ଆକ୍ରମଣ କରାଯାଇଛି। 

Advertisment

ରୁଷ ICBM ଉତକ୍ଷେପଣ କରିଥିବା ନେଇ ୟୁକ୍ରେନ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ୟୁକ୍ରେନ ବାୟୁସେନା ଏନେଇ ଏକ ବିବୃତ୍ତି ଜାରି କରି କହିଛି ଯେ, ୟୁକ୍ରେନ ଉପରେ ରୁଷ ଇଣ୍ଟର-କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ମାଡ଼ କରିଛି।

କିନ୍ତୁ ଏହା କେଉଁ ପ୍ରକାର ଯୁଦ୍ଧାସ୍ତ୍ର କିମ୍ବା ଏହା ପରମାଣୁ ଅସ୍ତ୍ରଶସ୍ତ୍ର କି ନୁହେଁ ସନେଇ ବାୟୁସେନା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।  

Advertisment

ICBM ହେଉଛି ରୁଷ ଆଣବିକ ଅସ୍ତ୍ରଶସ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାକୁ ଆଣବିକ ୱାରହେଡ୍ ନେବା ଆଣିବା ପାଇଁ ପ୍ରସ୍ତୁତ କରାଯାଇଥିଲା, ତଥାପି ପାରମ୍ପରିକ ୱାରହେଡ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। 

ପ୍ରକାଶ ଥାଉକି, ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ, ଆମେରିକା ଦେଇଥିବା ବଡ଼ବଡ଼ ମିସାଇଲକୁ ୟୁକ୍ରେନ ରୁଷ ବିରୋଧରେ ବ୍ୟବହାର କରିବ। ଏହାପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ନୀତିରେ ତୁରନ୍ତ ପରିବର୍ତ୍ତନ ଆଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଥିଲେ। ଯଦି ଗୋଟିଏ ଆଣବିକ ଯୁଦ୍ଧାସ୍ତ୍ର ରାଷ୍ଟ୍ର ଅଣଆଣବିକ ଯୁଦ୍ଧାସ୍ତ୍ର ରାଷ୍ଟ୍ରକୁ ସମର୍ଥନ କରିବ, ତେବେ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ ପୁଟିନ।

ଅଣଆଣବିକ କ୍ଷମତା ନଥିବା ରାଷ୍ଟ୍ର ଉପରେ ମଧ୍ୟ ରୁଷ ପରମାଣୁ ଯୁଦ୍ଧାସ୍ତ୍ର ଦ୍ୱାରା ଆକ୍ରମଣ କରିପାରିବ ବୋଲି ପୁଟିନ ସଂଶୋଧିତ ନିର୍ଦ୍ଦେଶନାମାରେ ଜାରି କରିଥିଲେ। ଏହାର ଦିନକ ପରେ ୟୁକ୍ରେନ ଉପରେ ICBM ଆକ୍ରମଣ କରିଛି ରୁଷ, ମାତ୍ର ଏହା ପରୁମାଣ ଅସ୍ତ୍ରଶସ୍ତ୍ର କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ।  

Russia-Ukraine War ICB Missile ICBM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe