Advertisment

ରୁଷରେ ଗୃହଯୁଦ୍ଧ ଭଳି ସ୍ଥିତି! କେମିତି ୨୪ ଘଣ୍ଟାରେ ସବୁ ବଦଳି ଗଲା?

ସଂସ୍ଥାର ଯୋଦ୍ଧାମାନେ ରୁଷର ଦକ୍ଷିଣ ପ୍ରାନ୍ତରେ ଥିବା କିଛି ସହରକୁ ମଧ୍ୟ ନିୟନ୍ତ୍ରଣ କରି ସାରିଲେଣି। ଏବେ ସେମାନଙ୍କ ଲକ୍ଷ୍ୟ ମସ୍କୋରେ ପହଞ୍ଚିବା।

Russia

Russia

Advertisment

ରୁଷରେ ସୃଷ୍ଟି ହୋଇଛି ଗୃହଯୁଦ୍ଧ। ଦେଶର ଘରୋଇ ମିଲିଟାରୀ ସଂସ୍ଥା ୱାଗନରର ବସ୍‌ ୟେଭ୍‌ଗେନି ପ୍ରିଗୋଝିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଦ୍ରୋହ ଘୋଷଣା କରିବା ପରେ ରୁଷ ସ୍ଥିତି ବିଗିଡ଼ିଛି। ପୁଟିନ ଏହାକୁ ଦମନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ୱାଗନର ଗ୍ରୁପ୍‌ ନିଜ ଜିଦରେ ଅଟଳ ରହିଛି।

Advertisment

ସଂସ୍ଥାର ଯୋଦ୍ଧାମାନେ ରୁଷର ଦକ୍ଷିଣ ପ୍ରାନ୍ତରେ ଥିବା କିଛି ସହରକୁ ମଧ୍ୟ ନିୟନ୍ତ୍ରଣ କରି ସାରିଲେଣି। ଏବେ ସେମାନଙ୍କ ଲକ୍ଷ୍ୟ ମସ୍କୋରେ ପହଞ୍ଚିବା। ଏହାକୁ ଅଟକାଇବା ପାଇଁ ରୁଷ ସେନା ପୂରା ପ୍ରସ୍ତୁତ ହୋଇ ରହିଛି। ଏହାକୁ ନେଇ ଦେଶ ଭିତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି।

ତେବେ ୨୪ ଘଣ୍ଟା ମଧ୍ୟରେ କେମିତି ପୂରା ସ୍ଥିତି ବଦଳିଲା

ଶୁକ୍ରବାର

-ୟେଭ୍‌ଗେନି ପ୍ରିଗୋଝିନ ଗୋଟିଏ ଭିଡିଓ ଜାରି କରି ରୁଷ ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ତାଙ୍କର ତିକ୍ତତା ସମ୍ପର୍କରେ କହିଥିଲେ। ଏଥିସହ ପ୍ରଥମଥର ପାଇଁ ୟୁକ୍ରେନ ଉପରେ ରୁଷ କରୁଥିବା ଆକ୍ରମଣ ସମ୍ପର୍କରେ ମସ୍କୋ ଦେଉଥିବା ସଫେଇକୁ ଅଗ୍ରାହ୍ୟ କରିଥିଲେ।

Advertisment

- ଏହାପରେ ଏକାଧିକ ଅଡିଓ ସେ ଟେଲିଗ୍ରାମରେ ପୋଷ୍ଟ କରି ରୁଷ ମିଲିଟାରୀ ସମ୍ପର୍କରେ ବିଷ ଉଗାରିଥିଲେ। ରୁଷ ମିଲିଟାରୀର ନେତୃବୃନ୍ଦ ଚଳାଇଥିବା ଏକଛତ୍ରବାଦୀ ଶାସନକୁ ରୋକିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଏଥିସହ ନ୍ୟାୟ ପାଇଁ ୱାଗନର ଯୋଦ୍ଧାମାନେ ଅଭିଯାନ ଆରମ୍ଭ କରିବେ ବୋଲି ଘୋଷଣା କରିଥିଲେ।

- ରୁଷର ଏଫଏସବି ସିକ୍ୟୁରିଟି ସର୍ଭିସ ଏହାର ଜବାବ ୟେଭ୍‌ଗେନି ପ୍ରିଗୋଝିନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଦେଇଥିଲା। ଏଥିସହ ପ୍ରିଗୋଝିନଙ୍କ ୱାଗନର ସୈନ୍ୟ ବିଦ୍ରୋହ କରିଥିବା କହିଥିଲା।

- ରୁଷର ୟୁକ୍ରେନ ଅଭିଯାନର ଡେପୁଟି କମାଣ୍ଡର ଜେନେରାଲ ସେରଗେଇ ସୁରୋଭିକିନ ଗୋଟିଏ ବାର୍ତ୍ତା ଜାରି କରି ୱାଗନର ମିଲିସିଆଙ୍କୁ ଅସ୍ତ୍ର ଛାଡ଼ିବାକୁ କହିଥିଲେ। ଏଥିସହ ନିଜ ନିଜର ବେସ୍‌କୁ ଫେରି ଯିବାକୁ ଆହ୍ୱାନ ଦେଇଥିଲେ।

ଶନିବାର

- ୟେଭ୍‌ଗେନି ପ୍ରିଗୋଝିନ ପୁଣି ଭିଡିଓ ଜାରି କରି କହିଥିଲେ ଯେ ତାଙ୍କ ଯୋଦ୍ଧାମାନେ ୟୁକ୍ରେନରୁ ରୁଷରେ ପ୍ରବେଶ କରିବା ଆରମ୍ଭ କରିଛନ୍ତି। ରୁଷ ମିଲିଟାରୀ ବିରୋଧରେ ଅଲଆଉଟ ଲଢ଼େଇ କରିବାକୁ ପ୍ରସ୍ତୁତ ରହିଛନ୍ତି।

- ୱାଗନର ଫାଇଟରମାନେ ରୋସ୍ତୋଭକୁ ନିୟନ୍ତ୍ରଣକୁ ନେଇଛନ୍ତି ବୋଲି ୟେଭ୍‌ଗେନି ପ୍ରିଗୋଝିନ ଘୋଷଣା କରିଥିଲେ।

- ପୁଟିନ ଦେଶବାସୀଙ୍କୁ ସମ୍ବୋଧନ କରି ୱାଗନର ଓ ୟେଭ୍‌ଗେନି ପ୍ରିଗୋଝିନଙ୍କୁ ସମାଲୋଚନା କରିଥିଲେ। ସେ ସମସ୍ତଙ୍କୁ ଦେଶଦ୍ରୋହୀ କହିବା ସହ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଥିଲେ। 

-ପୁଟିନ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବା ପରେ ରୁଷ ବାୟୁସେନା ୱାଗନରର କନଭୟ ଉପରେ ଏୟାର ଷ୍ଟ୍ରାଇକ ମଧ୍ୟ ଆରମ୍ଭ କରିଥିଲା।

-ରୁଷର ସରକାରୀ ଓକିଲ ଜେନେରାଲ ଇଗୋର କାରସନୋଭ ବିଧିବଦ୍ଧ ଭାବେ ୟେଭ୍‌ଗେନି ପ୍ରିଗୋଝିନଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ ହୋଇଥିବା ପୁଟିନଙ୍କୁ ଜଣାଇଥିଲେ।

-ସ୍ଥିତିକୁ ଦେଖି ରୋସ୍ତୋଭ ଓ ଏହାର ଆଖପାଖ ଅଞ୍ଚଳରେ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି।

-ରୁଷର ଦକ୍ଷିଣ ପ୍ରାନ୍ତରେ ଥିବା ଭୋରୋନେଝ ସହରରେ ଥିବା ଗୋଟିଏ ତୈଳ ଡିପୋରେ ବୋମା ମାଡ଼ ହୋଇଛି। 

Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe