Advertisment

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଜାରି ହେଲା ଗିରଫ ପରୱାନା

ଯୁଦ୍ଧ ଅପରାଧ ଓ ମାନବୀୟ ଅପରାଧ ପାଇଁ କୋର୍ଟ ଏପରି ପଦକ୍ଷେପ ନେଇଛନ୍ତି।

Netanyahu

Netanyahu

Advertisment

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା। ଅନ୍ତର୍ଜାତୀୟ ଅପରାଧ କୋର୍ଟ(ଆଇସିସି) ଉଭୟଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଯୁଦ୍ଧ ଅପରାଧ ଓ ମାନବୀୟ ଅପରାଧ ପାଇଁ କୋର୍ଟ ଏପରି ପଦକ୍ଷେପ ନେଇଛନ୍ତି।

Advertisment

ଆଇସିସି କହିଛନ୍ତି ଯେ ନେତାନ୍ୟାହୁ ଓ ଗାଲାଣ୍ଟ ମାନବିକତା ବିରୋଧରେ ଅପରାଧ କରିଛନ୍ତି। ସେମାନେ ହତ୍ୟା ଓ ଅମାନବୀୟ କାଣ୍ଡ ଘଟାଇଛନ୍ତି। ଏଥିସହ ନେତାନ୍ୟାହୁ ଯୁଦ୍ଧ ସମୟରେ ଲୋକଙ୍କୁ ଭୋକିଲା ରଖିଥିଲେ। ସେମାନେ ଏହାକୁ ଯୁଦ୍ଧର ଏକ ମାଧ୍ୟମ କରିଥିଲେ। ଏପରି କରି ସେମାନେ ଯୁଦ୍ଧ ଅପରାଧ କରିଛନ୍ତି।

ଗାଜାରେ ଇସ୍ରାଏଲ ମନଇଚ୍ଛା ଆକ୍ରମଣ କରିଥିବା ବେଳେ ସେଠାକୁ ଖାଦ୍ୟ, ପାଣି ଓ ମେଡିକାଲ ଉପକରଣ ପଠାଇବାରେ ବାଧା ସୃଷ୍ଟି କରିଥିଲା। ଏଥିପାଇଁ ମାନବୀୟ ସଙ୍କଟ ଦେଖାଯିବା ସହ ଛୋଟ ପିଲାଙ୍କ ସହ ଅନେକ ପ୍ରାଣ ମଧ୍ୟ ହରାଥିଲେ ବୋଲି ଅନ୍ତର୍ଜାତୀୟ ଅପରାଧ କୋର୍ଟ କହିଛନ୍ତି। ଏହି ଦୁଇ ସାଂଘାତିକ ଅପରାଧ ପାଇଁ ନେତାନ୍ୟାହୁ ଓ ଗାଲାଣ୍ଟ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି।

Advertisment

ଗତବର୍ଷ ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଅପ୍ରତ୍ୟାଶିତ ହମଲା କରାଯାଇଥିଲା। ଏହାର ବଦଲା ନେବାକୁ ସେବେଠାରୁ ଇସ୍ରାଏଲ ସେନା ଗାଜା ଉପରେ ଆକ୍ରମଣ କରି ଚାଲିଛି।

ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ହଜାର ହଜାର ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଗାଜାରେ ଥିବା ହସ୍ପିଟାଲ ଓ ସ୍କୁଲ ଭଳି ପ୍ରମୁଖ ଭିତ୍ତିଭୂମି ଗୁଡ଼ିକ ମଧ୍ୟ ମାଟିରେ ମିଶି ଯାଇଛି।

କୋର୍ଟ ଶୁଣାଣି ବେଳେ କହିଛନ୍ତି ଯେ ଇସ୍ରାଏଲ ଜାଣିଶୁଣି ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛି ଓ ମେଡିକାଲ ଉପକରଣ ଯୋଗାଣକୁ ସୀମିତ କରିଥିଲା। ଏଥିଯୋଗୁ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିଲା।

ଏହାର ପ୍ରମାଣ ମଧ୍ୟ ମିଳିଛି। କୋର୍ଟ ୨୦୨୩ ଅକ୍ଟୋବର ୮ରୁ ୨୦୨୪ ମେ’ ୨୦ ମଧ୍ୟରେ ମିଳିଥିବା ତଥ୍ୟକୁ ଆଧାର କରି ଏପରି ରାୟ ଶୁଣାଇଛନ୍ତି।

Israel Benjamin Netanyahu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe