ପୋର୍ଟରେ ଆକ୍ରମଣ
ୟୁଏଇର ଅବୁଧାବି ଓ ଦୁବାଇ, କତରର ଦୋହା, ସାଉଦି ଆରବର ରିୟାଦରେ ଇରାନ ପକ୍ଷରୁ ଘନଘନ ମିସାଇଲ ମାଡ଼ କରାଯାଇଛି। ବଡ଼ବଡ଼ ବିସ୍ଫୋରଣ ଯୋଗୁ ଏହି ସହରଗୁଡ଼ିକ ଥରିଛି। ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ତେହରାନ ଏହାର ଜବାବରେ ଏପରି ପଦକ୍ଷେପ ନେଇଛି। ଆକ୍ରମଣ ଓ ପ୍ରତି ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟ(Middle East)ରେ ଅସମ୍ଭାଳ ଯୁଦ୍ଧ ଆରମ୍ଭ ହୋଇଯାଇଛି।
ଅବୁଧାବିର ୨ ଜଣ ସ୍ଥାୟୀ ଲୋକଙ୍କ କହିବା କଥା ଯେ ସେମାନେ ଏକାଧିକ ବିସ୍ଫୋରଣର ଶବ୍ଦ ଶୁଣିଛନ୍ତି। ଦୋହା ଓ ରିୟାଦରେ ମଧ୍ୟ ଲୋକମାନେ ବିସ୍ଫୋରଣ ହୋଇଥିବା ସୂଚନା ଦେଇଛନ୍ତି। ଅବୁଧାବିରେ ୟୁଏଇ ଏୟାର ଫୋର୍ସ ଓ ଆମେରିକା ଏୟାର ଫୋର୍ସର ଅଲ ଧାଫ୍ରା ଏୟାର ବେସ୍ ରହିଛି। ଦୁବାର ଜେବେଲ ଅଲୀ ପୋର୍ଟ ହେଉଛି ଆମେରିକା ନୌସେନାର ସବୁଠାରୁ ବଡ଼ ପୋର୍ଟ। ଏଠାକୁ ନିୟମିତ ଆମେରିକୀୟ ଏୟାରକ୍ରାଫ କ୍ୟାରିୟର୍ସ ଓ ଅନ୍ୟ ଜାହାଜ ସବୁ ଆସିଥାଏ।
ଦୋହାର ୨୪ ହେକ୍ଟର ବିଶିଷ୍ଟ ଅଲ ଉଡୈଡ ଏୟାର ବେସ୍ ହେଉଛି ଆମେରିକା କେନ୍ଦ୍ରୀୟ କମାଣ୍ଡର ଫରୱାର୍ଡ ମୁଖ୍ୟାଳୟ। ସାଉଦିରେ ଆମେରିକାର ପ୍ରାୟ ୨ ହଜାର ସୈନ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ସୈନ୍ୟ ରିୟାଦରେ ଥିବା ସୁଲତାନ ଏୟାର ବେସ୍ରେ ମଧ୍ୟ ମୁତୟନ ରହିଛନ୍ତି। ଏହି ବେସ୍ ଆମେରିକାର ଆର୍ମିର ସମ୍ପତ୍ତିକୁ ସହାୟତା କରିଥାଏ।
ବାହାରିନରେ ମଧ୍ୟ ଆମେରିକା ନୌସେନାର ୫ମ ଫ୍ଲିଟ ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଛି। ମାନାମା ସ୍ଥିର ଆମେରିକା ନୌସେନାର ଏହି କାର୍ଯ୍ୟାଳୟ ମିସାଇଲ ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି। ବାହାରିନ ଜାତୀୟ ଯୋଗାଯୋଗ କେନ୍ଦ୍ର କହିଛି ଯେ “୫ମ ଫ୍ଲିଟ ମୁଖ୍ୟାଳୟରେ ମିସାଇଲ ମାଡ଼ ହୋଇଛି। ଆମେ ଏ ସମ୍ପର୍କରେ ଖୁବଶୀଘ୍ର ବିସ୍ତୃତ ତଥ୍ୟ ଦେବୁ।”
ଆମେରିକା ନୌସେନାର ୫ମ ଫ୍ଲିଟ ଗଲ୍ଫ, ଲାଲ ସାଗର, ଆରବ ସାଗର ଓ ଭାରତ ମହାସାଗରର କିଛି ଅଂଶ କଥା ବୁଝିଥାଏ। ଏକାଧିକ ଆମେରିକା ଜାହାଜ ମଧ୍ୟ ବାହାରିନକୁ ନିଜର ଘରୋଇ ପୋର୍ଟ ଭାବେ ବେବଚନା କରନ୍ତି। ତେଣୁ ଏଠାରେ ଇରାନ ଆକ୍ରମଣ କରିଛି।
ଜୋର୍ଡାନରେ ଯୁଦ୍ଧ ସାଇରନ ବାଜିଥିବା ବେଳେ କୁଏତ ଏୟାର ଡିଫେନ୍ସ ସିଷ୍ଟମ ଏକାଧିକ ମିସାଇଲକୁ ଧ୍ୱଂସ କରିଛି। କତାର କହିଛି ଯେ ସେମାନେ ସଫଳତାର ସହ ମିସାଇଲଗୁଡ଼ିକୁ ନଷ୍ଟ କରିଛନ୍ତି। ଆକ୍ରମଣରେ କୌଣସି କ୍ଷତି ହୋଇନି। କେହି ବି ମୃତାହତ ହୋଇନାହାନ୍ତି କିମ୍ବା କୌଣସି ଆବାସିକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇନି। ଲୋକମାନଙ୍କୁ ଅଜଣା ଜିନିଷ କିମ୍ବା କାହାରି ଧ୍ୱଂସାବଶେଷ ସ୍ପର୍ଶ ନ କରିବାକୁ କତର ସରକାର ପରାମର୍ଶ ଦେଇଛନ୍ତି।
ଇରାନର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସାଉଦି ନାପସନ୍ଦ କରିଛି। ଇରାନର ଆକ୍ରମଣ ୟୁଏଇ, ବାହାରିନ, କତର, କୁଏତ ଓ ଜୋର୍ଡାନର ସାର୍ବଭୌମତ୍ୱର ଖୋଲା ଉଲ୍ଲଙ୍ଘନ। ଏଥିସହ ସାଉଦି ଏହାର ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ ଚେତାଇ ଦେଇଛି।
ଅନ୍ୟପକ୍ଷରେ ସାମରିକ ବିବାଦ ଯୋଗୁ ଏକାଧିକ ଏୟାରଲାଇନ୍ସ ମଧ୍ୟପ୍ରାଚ୍ୟକୁ ନିଜର ବିମାନ ସେବାକୁ ବନ୍ଦ କରି ଦେଇଛନ୍ତି। ଇସ୍ରାଏଲ, ଇରାନ, କୁଏତ, ଇରାକ, ବାହାରିନ ଓ କତର ସେମାନଙ୍କ ଆକାଶ ପଥ ସିଲ କରିଛନ୍ତି। ଆକାଶ ପଥ ବନ୍ଦ ଥିବାରୁ ବିମାନ କମ୍ପାନୀଗୁଡ଼ିକ ମଧ୍ୟପ୍ରାଚ୍ୟକୁ ବିମାନ ଉଡ଼ାଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/28/attack-2026-02-28-16-59-17.jpg)