Advertisment

ହମାସକୁ ହମଲା ପାଇଁ ପାଣ୍ଠି ଯୋଗାଇଥିବା ଇରାନ କମାଣ୍ଡରଙ୍କୁ ମାରିଲା ଇସ୍ରାଏଲ!

ବରିଷ୍ଠ କମାଣ୍ଡର ଜଣଙ୍କ ଇସ୍ରାଏଲ ପକ୍ଷରୁ ଇରାନର କ୍ୱାମ ସ୍ଥିତ ଆପାର୍ଟମେଣ୍ଟରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି।

Iran

Iran

Advertisment

ଇରାନର ସେନାର ଆଉ ଜଣେ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରିଥିବା ନେଇ ଦାବି କରିଛି ଇସ୍ରାଏଲ। ଇରାନର ଅସ୍ତ୍ରଗାରାର ଦେଖାଶୁଣା କରୁଥିବା ବରିଷ୍ଠ କମାଣ୍ଡର ଜଣଙ୍କ ଇସ୍ରାଏଲ ପକ୍ଷରୁ ଇରାନର କ୍ୱାମ ସ୍ଥିତ ଆପାର୍ଟମେଣ୍ଟରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି। ଏନେଇ ଆଜି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ସୂଚନା ଦେଇଛନ୍ତି।

Advertisment

ତାଙ୍କ କହିବା କଥା ଯେ ନିହତ ଭେଟରାନ କମାଣ୍ଡର ଜଣଙ୍କ ହେଲେ ସୟିଦ ଇଜାଦି। ସେ କ୍ୟୁଡସ ଫୋର୍ସର ପାଲେଷ୍ଟାଇନ କ୍ରପ୍ସର ନେତୃତ୍ୱ ନେଉଥିଲେ। କ୍ୟୁଡସ ଫୋର୍ସ ଗୋଟିଏ ଆରବ ମେଣ୍ଟ ଭାବେ ଗଠିତ ହୋଇଥିଲା। ଏହାକୁ ଆକ୍ସିସ ଅଫ ରେଜିଷ୍ଟାନ ବୋଲି କୁହାଯାଏ। ଏହି ସଂଗଠନ ଅଧୀନରେ ୧୯୮୨ ମସିହାରେ ଲେବାନନର ହେଜବୁଲ୍ଲା କାମ ଆରମ୍ଭ କରିଥିଲା। ଗାଜା ଷ୍ଟ୍ରିପରେ ଏହା ପାଲେଷ୍ଟାଇନ ଗ୍ରୁପ ହମାସକୁ ସମର୍ଥନ କରିଥାଏ।

୨୦୨୩ ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ସବୁଠାରୁ ବଡ଼ ଆକ୍ରମଣ କରାଯାଇଥିଲା। ଏହାପର ଠାରୁ ହମାସ ଓ ଇସ୍ରାଏଲ ମଧ୍ୟରେ ଲଢ଼େଇ ଜାରି ରହିଛି। କାଟଜ ଦାବି କରିଛନ୍ତି ଯେ ହମାସ ଇସ୍ରାଏଲ ଉପରେ କରିଥିବା ଅକ୍ଟୋବର ୭ ହମଲା ପାଇଁ ଇଜାଦି ଆର୍ଥିକ ସହାୟତା ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲେ। ଏବେ ତାଙ୍କୁ ନିହତ କରାଯିବା ଇସ୍ରାଏଲ ଗୁଇନ୍ଦା ସଂସ୍ଥା ଓ ଏୟାର ଫୋର୍ସ ପାଇଁ ଗୋଟିଏ ବଡ଼ ସଫଳତା।

Advertisment

ହମାସ ଓ ଅନ୍ୟ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରଖିବା ଅଭିଯୋଗରେ ଇଜାଦିଙ୍କ ଉପରେ ଆମେରିକା ଓ ବ୍ରିଟେନ କଟକଣା ଲଗାଇଛନ୍ତି।

Iran Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe