Advertisment

ଇରାନ ଆକ୍ରମଣକୁ ଆଉ ୨୪ ଘଣ୍ଟା! ଇସ୍ରାଏଲର ସହାୟତା ପାଇଁ ଯୁଦ୍ଧ ଜାହାଜ ପଠାଇଲା ଆମେରିକା

ମୁକାବିଲା ପାଇଁ ଇସ୍ରାଏଲ ପ୍ରସ୍ତୁତ ଥିବା କହୁଥିଲେ ହେଁ ଏବେ ଆମେରିକା ସହଯୋଗୀ ଦେଶର ସହାୟତା ପାଇଁ ଆଗେଇ ଆସିଛି।

author-image
Hemant Lenka
Israel

Israel

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଘନେଇବାରେ ଲାଗିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିପାରେ ଇରାନ। ଏଥିପାଇଁ ଇରାନ ଶତାଧିକ କ୍ଷେପଣାସ୍ତ୍ର ଓ ଡ୍ରୋନକୁ ଆଲର୍ଟରେ ରଖିଛି।

Advertisment

ଏହାର ମୁକାବିଲା ପାଇଁ ଇସ୍ରାଏଲ ପ୍ରସ୍ତୁତ ଥିବା କହୁଥିଲେ ହେଁ ଏବେ ଆମେରିକା ସହଯୋଗୀ ଦେଶର ସହାୟତା ପାଇଁ ଆଗେଇ ଆସିଛି। ଇସ୍ରାଏଲ ଉପରେ ଆକ୍ରମଣ ଭୟ ସୃଷ୍ଟି ହୋଇଥିବାରୁ ଆମେରିକା ପକ୍ଷରୁ ସହାୟତା ପାଇଁ ଯୁଦ୍ଧ ଜାହାଜ ପଠା ଯାଇଛି।

ଆକ୍ରମଣ କରିବା ପୂର୍ବରୁ ଇରାନ ଖୋଲାଖୋଲି ଭାବେ ଆମେରିକାକୁ ପୂରା ବିବାଦରୁ ଦୂରେଇ ରହିବାକୁ କହିଥିଲା। କିନ୍ତୁ ଆମେରିକା ଏବେ ଇସ୍ରାଏଲର ସହାୟତା ପାଇଁ ଆଗକୁ ଆସିଛି।

Advertisment

ଏପରି ସ୍ଥିତିରେ ଯଦି ଇରାନ କ୍ଷେପଣାସ୍ତ୍ର ମାଡ଼ କରେ, ତା’ହେଲେ ମଧ୍ୟପ୍ରାଚ୍ୟରେ ସାଂଘାତିକ ସ୍ଥିତି ସୃଷ୍ଟି ହେବ। କାରଣ ଏବେ ଇସ୍ରାଏଲ ସେନା ଗାଜାରେ ଯୁଦ୍ଧ କରୁଛନ୍ତି। ସେହିପରି ରୁଷ ଓ ୟୁକ୍ରେନ ମଧ୍ୟରେ ୨ ବର୍ଷ ହେଲା ଲଢ଼େଇ ଚାଲିଛି। ତେଣୁ ଆଉ ଏକ ଯୁଦ୍ଧ ପରିସ୍ଥିତି ସମସ୍ତଙ୍କୁ ଡରାଇବା ଆରମ୍ଭ କରିଛି।

ଇରାନ ଆକ୍ରମଣ କରିବ ବୋଲି ଖବର ପାଇବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିବୃତି ସାମ୍ନାକୁ ଆସିଛି। ଏଥିରେ ସେ ଇରାନକୁ ଆକ୍ରମଣ ଠାରୁ ଦୂରେଇ ରହିବାକୁ କହିଛନ୍ତି। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଇରାନ କ୍ଷେପଣାସ୍ତ୍ର ଓ ଡ୍ରୋନ ଦ୍ୱାରା ଇସ୍ରାଏଲ ଉପରେ ଆସନ୍ତାକାଲି ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ।

ଇରାନ ପାଖରେ ଅନେକ ବଲାଷ୍ଟିକ ଓ କ୍ରୁଜ ମିସାଇଲ ଅଛି, ଯାହାର ଲକ୍ଷ୍ୟଭେଦ କ୍ଷମତା ୨୦୦୦ କିମି। କାଳେ ଇରାନ ବଡ଼ଧରଣର ହମଲା କରିବ, ସେଥିପାଇଁ ଆମେରିକା ଅତିରିକ୍ତ ମିଲଟାରୀ ଆସେଟ୍ସ ଇସ୍ରାଏଲର ସୁରକ୍ଷା ପାଇଁ ପଠାଇଛି।

ଆମେରିକା ପକ୍ଷରୁ ମିସାଲକୁ ଧ୍ୱଂସ କରିପାରୁଥିବା ୨ଟି ଯୁଦ୍ଧ ଜାହାଜ Eastern Mediterranean ସମୁଦ୍ରରେ ମୁତୟନ କରାଯାଇଛି। ଡ୍ରୋନ ଓ କ୍ଷେପଣାସ୍ତ୍ରକୁ ଏହି ଯୁଦ୍ଧ ଜାହାଜ ସକ୍ଷମ। ଏହାବାଦ ବିବାଦ ସାଧାନ କରିବା ପାଇଁ ଆମେରିକା କୂଟନୀତିକ ଚ୍ୟାନେଲରେ ପ୍ରୟାସ ଆରମ୍ଭ କରିଛି।

ସ୍ୱିଜରଲ୍ୟାଣ୍ଡ ସହାୟତାରେ ଆମେରିକା ପକ୍ଷରୁ ଇରାନକୁ ବୁଝାଇବାକୁ ଚେଷ୍ଟା କରାଯାଉଛି। ସେହିପରି ସାଉଦି ଆରବ, କତାର ଓ ଅନ୍ୟ କିଛି ସରକାରଙ୍କ ସହ ମଧ୍ୟ ଆମେରିକା ଯୋଗାଯୋଗରେ ରହିଛି। ଇରାନର ବିପଦ ବଢ଼ୁଥିବାରୁ ଆମେରିକା ସରକାର ସେଣ୍ଟ୍ରାଲ କମାଣ୍ଡ ଜେନେରାଲ ମାଇକେଲ କୁରିଲ୍ଲାଙ୍କୁ ତୁରନ୍ତ ଇସ୍ରାଏଲ ପଠାଇଛନ୍ତି।

ତଥାପି ଏଯାଏ ଇରାନର ସମ୍ଭାବ୍ୟ ଆକ୍ରମଣ ଭୟ ଟଳି ନାହିଁ। ଏପ୍ରିଲ ୧ରେ ସିରିଆର ଡାମସକସରେ ଥିବା ଇରାନ ଦୂତାବସ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା।

ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନି ଏଥିପାଇଁ ଇସ୍ରାଏଲ ଯେମିତି ହେଲେ ବି ଦଣ୍ଡ ପାଇବ ବୋଲି କହି ସାରିଛନ୍ତି।

Israel Iran Israeli Air Strike