Iran
ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ବିରତି ଲାଗୁ ହେବାର ଗୋଟିଏ ଦିନ ପରେ ବଡ଼ ପଦକ୍ଷେପ ନେଇଛି ତେହରାନ। ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଇରାନ ୩ ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଛି। ଏମାନେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦ ପାଇଁ କାମ କରୁଥିଲେ ବୋଲି ଇରାନ ନ୍ୟାୟପାଳିକାର ମିଜାନ ନ୍ୟୁଜ ଏଜେନ୍ସି ରିପୋର୍ଟ ପ୍ରକାଶ କରିଛି।
ରିପୋର୍ଟରେ କୁହାଯାଇଛି ଯେ ଇଦ୍ରିସ ଅଲୀ, ଆଜାଦ ଶୋଜାଇ ଓ ରସୁଲ ଅହମଦ ରସୁଲଙ୍କୁ ଇରାନରେ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଏମାନେ ଗୋଟିଏ ହତ୍ୟାକାଣ୍ଡ ଘଟାଇବା ପାଇଁ ମୋସାଦ ପ୍ରରୋଚନାରେ କାମ କରୁଥିଲେ। ନିଜ ଯୋଜନାକୁ ସଫଳ କରିବା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ଆମଦାନୀ କରିଥିଲେ।
ଏହି ଅଭିଯୋଗରେ ଏହି ୩ ଜଣଙ୍କୁ ଗିରଫ କରାଯାଇଥିଲା। ଜିଓନିଷ୍ଟ(ଇସ୍ରାଏଲ) ଶାସକଙ୍କୁ ଏମାନେ ସହାୟତା କରିବାରେ ଲାଗିଥିଲେ। ପୂର୍ବରୁ ସେମାନେ ଦୋଷୀ ସାବ୍ୟସ୍ତ ହୋଥିବା ବେଳେ ଆଜି ସକାଳୁ ସମସ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି।
ତୁର୍କୀ ସୀମାନ୍ତ ଉର୍ମିଆ ଠାରେ ଫାଶୀ ଦଣ୍ଡକୁ କାର୍ଯ୍ୟକାରୀ କରାଯାଇଛି। ୩ ସନ୍ଦିଗ୍ଧ ଗୁପ୍ତଚର ବ୍ଲ୍ୟୁରଙ୍ଗର କଏଦୀ ପୋଷାକରେ ରହିଥିଲେ। ଏହାପୂର୍ବରୁ ରବିବାର ଓ ସୋମବାର ମଧ୍ୟ ଇରାନ ତଥାକଥିତ ମୋସାଦ ଏଜେଣ୍ଟଙ୍କୁ ଫାଶୀ ଦେଇଥିଲା।
ନୌର ନ୍ୟୁଜରେ ଆଉ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ ଇସ୍ରାଏଲ ସହ ଲିଙ୍କ ରଖିବା ଅଭିଯୋଗରେ ଇରାନ ଆଉ ୭୦୦ ଜଣଙ୍କୁ ମଧ୍ୟ ଗିରଫ କରିଛି। ସମସ୍ତଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିବା ବେଳେ ସେମାନଙ୍କ ବିଚାର ଇରାନ ନିଜ ତରଫରୁ କରିବ। ତେଣୁ ସେମାନଙ୍କୁ ନ୍ୟାୟ ମିଳିବା ସମ୍ଭାବନା କମ ବୋଲି ବିଭିନ୍ନ ମାନବାଧିକାର ସଂଗଠନ ପକ୍ଷରୁ ଆଶଙ୍କା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Iran__1750839739.jpg)