Advertisment

ନସ୍ରଲ୍ଲାଙ୍କ ହତ୍ୟା ପରେ ଭୟରେ ଇରାନ୍‌, ଲୁଚିଲେ ସୁପ୍ରିମ ଲିଡର୍‌ ଖାମେନେଇ

ଇରାନ୍‌ ନିଜର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମେନେଇଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ପଠାଇ ଦେଇଛି। ତାଙ୍କୁ ଗୁପ୍ତ ବଙ୍କର ଭିତରେ ଲୁଚାଇ ରଖାଯାଇଥିବା ସୂଚନା ମିଳିଛି।

ayatollah-khamenei

ayatollah-khamenei

Advertisment

ହଜିଯିବା ସ୍ଥିତିରେ ହେଜବୁଲ୍ଲା। ଇସ୍ରାଏଲ ଏୟାରଷ୍ଟ୍ରାଇକରେ ଆତଙ୍କୀ ସଂଗଠନର ମୁଖ୍ୟ ହସନ୍ ନସ୍ରଲ୍ଲାଙ୍କ ମୃତ୍ୟୁ ପରେ ଲାଗିଛି ବଡ଼ ଝଟକା। ଏବେ ଭୟରେ ଇରାନ୍‌। ଲୁଚିଲେ ଇରାନ୍‌ର ଟପ୍‌ ନେତା।

Advertisment

ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇକ୍‌ ଓ ନସ୍ରଲ୍ଲାଙ୍କ ହତ୍ୟା ପରେ ନିଜର ସୁପ୍ରିମ ଲିଡ୍‌ରଙ୍କ ଜୀବନ ପ୍ରତି ଇରାନକୁ ଚିନ୍ତା ଘାରିଛି। ଏଥିପାଇଁ ଇରାନ୍‌ ନିଜର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମେନେଇଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ପଠାଇ ଦେଇଛି। ତାଙ୍କୁ ବଙ୍କର ଭିତରେ ଲୁଚାଇ ରଖାଯାଇଥିବା ସୂଚନା ମିଳିଛି।

ତେହେରାନର ଅଧିକାରୀ ରଏଟର୍ସକୁ ଦେଇଥିବା ସୂଚନା ମୁତାବକ ଖାମେନେଇଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ତାଙ୍କୁ ଏକ ଗୁପ୍ତ ବଙ୍କର ଭିତରେ ଲୁଚାଇ ରଖାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ନସ୍ରଲ୍ଲାଙ୍କ ହତ୍ୟା ପରେ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରିବାକୁ ଇରାନ ହେଜବୁଲ୍ଲା ଏବଂ ଅନ୍ୟାନ୍ୟ ଆଞ୍ଚଳିକ ପ୍ରକ୍ସି ଗୋଷ୍ଠୀ ସହ ଯୋଗାଯୋଗରେ ଅଛି।

Advertisment

ହାସନ ନସ୍ରଲ୍ଲାଙ୍କ ହତ୍ୟା ପରେ ଖାମେନେଇ କହିଛି ଯେ, ଆମେ ଲେବନାନ ସହ ଅଛୁ। ଇସ୍ରାଏଲ ଅସ୍ତ୍ରହୀନ ଲୋକଙ୍କୁ ଟାର୍ଗେଟ କରୁଛି। ତା'ର ନିଷ୍ଠୁରତା ପୁଣି ଥରେ ବିଶ୍ୱ ସମ୍ମୁଖରେ ପ୍ରକାଶ ପାଇଛି। ବେରୁଟ ଆକ୍ରମଣରେ ମହିଳା ଓ ଶିଶୁଙ୍କୁ ଟାର୍ଗେଟ କରାଯାଇଛି। ଇସ୍ରାଏଲର ଅସ୍ତ୍ରହୀନ ଲୋକଙ୍କୁ ହତ୍ୟା କରିବା ତା'ର ବର୍ବରତା ପ୍ରକୃତିକୁ ପ୍ରମାଣ କରେ।

ସୂଚନା ଅନୁସାରେ, ଲେବାନନ ରାଜଧାନୀ ବେରୁଟ୍‌ ର ଏକ ଗୁପ୍ତ ସ୍ଥାନରେ ରହୁଥିଲା ହସନ୍ ନସ୍ରଲ୍ଲା। ତେବେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ହସନ୍ ସହିତ ତା ଝିଅ ଜେନବର ଏବଂ ବହୁ ଆତଙ୍କୀଙ୍କର ମୃତ୍ୟୁ ଘଟିଛି। ଆକାଶମାର୍ଗରୁ ଘନ ଘନ ମିଜାଇଲ୍ ମାଡ଼ରେ ହେଜବୁଲ୍ଲାର ମୁଖ୍ୟାଳୟ ବି ଧ୍ୱଂସ ହୋଇଯାଇଛି।

ଲେବାନନ ପଟୁ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣର ଠିକ୍ ଦିନକ ପରେ, ଏଭଳି ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛି ଇସ୍ରାଏଲ୍ ସେନା। ହସନ୍ ନିହତ ହେବା ପରେ, ସେ ଆଉ ପୃଥିବୀରେ ଆତଙ୍କ ରଚିପାରିବ ନାହିଁ ବୋଲି ସୋସିଆଲ ମିଡିଆରେ କହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ।

୩୨ ବର୍ଷ ଧରି ହେଜବୁଲ୍ଲାର ମୁଖ୍ୟ ଥିବା ହସନର ମୃତ୍ୟୁ ପରେ ହେଜବୁଲ୍ଲାର ଏକପ୍ରକାର ମେରୁଦଣ୍ଡ ଭାଙ୍ଗିଯାଇଛି। ଇସ୍ରାଏଲ ଆକ୍ରମଣରେ ଏହି ଆତଙ୍କୀ ସଂଗଠନର ପ୍ରାୟ ସବୁ କମାଣ୍ଡର ମାନେ ମଧ୍ୟ ନିପାତ ହୋଇଯାଇଥିବାରୁ, ହସନ୍ ପରେ କିଏ ସଂଗଠନର ନେତୃତ୍ୱ ନେବ ତାକୁ ନେଇ ଭାଳେଣି ପଡ଼ିଛି।

Iran Israel Conflict Ayatollah Khamenei Israel Rocket Attacks Israel Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe