ଟ୍ରମ୍ପ ଓ ଖାମେନେଇ
ମଧ୍ୟପ୍ରାଚ୍ୟରେ(US-Iran Conflict) ଘମାଘୋଟ ଲଢ଼େଇ ଆରମ୍ଭ ହୋଇଯାଇଛି। ପ୍ରଥମେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ। ୩୦ଟି ଠିକଣାରେ ଦୁଇ ଦେଶ ଏୟାର ଷ୍ଟ୍ରାଇକ କରିବା ପରେ ଏବେ ପାଲଟା ଜବାବ ଦେଇଛି ଇରାନ। ବାହାରିନ, କୁଏତ, ସିରିୟା, କତର ଓ ୟୁଏଇଇରେ ଥିବା ଆମେରିକା ସେନା ବେସ୍ ଉପରେ ଇରାନ ପକ୍ଷରୁ ଘନଘନ ମିସାଇଲ ମାଡ଼ କରାଯାଇଛି। ସେହିପରି ଇରାନ ସମର୍ଥନରେ ହୁତି ବିଦ୍ରୋହୀମାନେ ମଧ୍ୟ ଇସ୍ରାଏଲ ଓ ଆମେରିକାର ବିଭିନ୍ନ ଜାହାଜ ଉପରେ ଆକ୍ରମଣ କରି ଦେଇଥିବା ଜଣାପଡ଼ିଛି।
ବାହାରିନର ଜୁଫୈର ଅଞ୍ଚଳରେ ଇରାନର ମିସାଇଲ ମାଡ଼ ଯୋଗୁ ଆମେରିକାର ୫ମ ପ୍ଲିଟ ନୌସେନା ବେସ କ୍ଷତିଗ୍ରସ୍ତ ହୋଇଛି। ମିସାଇଲ ମାଡ଼ ପରେ ପୂରା ଅଞ୍ଚଳରୁ ଭୟଙ୍କର କଳା ଧୂଆଁ ଉଠୁଥିବାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ପ୍ରଥମେ ଇସ୍ରାଏଲକୁ ଟାର୍ଗେଟ କରି ଇରାନ ପକ୍ଷରୁ ୩୫ରୁ ୭୦ଟି ମିସାଇଲ ମାଡ଼ କରାଯାଇଥିଲା। ଏହାପରେ ଆମେରିକା ନୌସେନେ ବେସକୁ ତେହରାନ ଟାର୍ଗେଟ କରିଛି। ଇରାନର ପାଲଟା ଆକ୍ରମଣ ଯୋଗୁ ଜେରୁଜେଲମରେ ଘନଘନ ଯୁଦ୍ଧ ସାଇରନ ବାଜିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।
କତାର ସ୍ଥିତ ଆମେରିକା ଏୟାର ବେସ୍କୁ ଇରାନ ଟାର୍ଗେଟ କରିଥିଲେ ହେଁ ଏଥିରେ ସଫଳତା ମିଳିନି। କତର ଏୟାର ଡିଫେନ୍ସ ସିଷ୍ଟମ ମିସାଇଲକୁ ଚିହ୍ନଟ କରିବା ସହ ଏହାକୁ ନଷ୍ଟ କରି ଦେଇଛି। ତଥାପି ୱାର୍ଣ୍ଣିଂ ସାଇରନ ଗଲ୍ଟ ଷ୍ଟେଟରେ ଶୁଣା ଯାଇଛି। କତରରେ ଆମେରିକାର ଅଲ ଉଦେଇଡ ମିଲିଟାରୀ ବେସ ରହିଛି।
ଅବୁଧାବି ଓ ଦୁବାଇରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ଅବୁଧାବି ଓ ଦୁବାଇରେ ଆମେରିକା ସେନାର ବେସ ରହିଛି। ତେଣୁ ଇରାନ ଏହାକୁ ଟାର୍ଗେଟ କରିଛି। ସ୍ଥିତିକୁ ଦୃଷ୍ଟିରେ ରଖି ୟୁଏଇ ନିଜର ଆକାଶ ପଥକୁ ବନ୍ଦ କରି ଦେଇଛି। ଜୋର୍ଡାନ ଓ ସିରିୟାରେ ମଧ୍ୟ ଇରାନ ହମଲା କରିଛି। ମଧ୍ୟପ୍ରାଚ୍ୟର ପ୍ରାୟଟି ଦେଶରେ ଇରାନ ଆକ୍ରମଣ କରିବା ଯୋଗୁ ସ୍ଥିତି ପୂରା ଅସମ୍ଭାଳ ହୋଇପଡ଼ିଛି।
ଅନ୍ୟପକ୍ଷରେ ୟେମେନର ହୁତି ମଧ୍ୟ ଇରାନ ସପକ୍ଷରେ ବାହାରି ଇସ୍ରାଏଲ ଆଡ଼କୁ ବାଲାଷ୍ଟିକ ମିସାଇଲ ମାଡ଼ କରିଛି। ତେବେ ଏହି ବାଲାଷ୍ଟିକ ମିସାଇଲ ଗୁଡ଼ିକୁ ଇସ୍ରାଏଲର ଡିଫେନ୍ସ ସିଷ୍ଟମ ନଷ୍ଟ କରି ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/28/iran1-2026-02-28-15-23-19.jpg)