ଆକ୍ରମଣ
Middle East War Updates: ଭାରତ ମହାସାଗରରେ ଇରାନୀୟ ଶିପ ଉପରେ ଆମେରିକା କରିଥିବା ହମଲାର ବଦଲା ନେଇଛି ତେହରାନ। ଶିପ ଆଟାକର କିଛି ଘଣ୍ଟା ପରେ ଆଇଆରଜିସି ନର୍ଦ୍ଦନ ପର୍ସିଆନ ଗଲ୍ଟରେ ଗୋଟିଏ ଆମେରିକା ଟ୍ୟାଙ୍କରକୁ ଉଡ଼ାଇ ଦେଇଛି। ଡ୍ରୋନ ଓ ମିସାଇଲ ମାଡ଼ କରି ଆମେରିକା ଶିପକୁ ଜାଳି ଦେଇଛି ଇରାନ। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି। ଇରାନୀୟ ଗଣମାଧ୍ୟମ ଏହାର କିଛି ଭିଡିଓ ଓ ଫଟୋ ଜାରି କରିଛନ୍ତି। କିନ୍ତୁ ଆମେରିକା ପକ୍ଷରୁ ଆକ୍ରମଣ ସମ୍ପର୍କରେ କିଛି ବି କୁହାଯାଇ ନାହିଁ।
ଶ୍ରୀଲଙ୍କା ଉପକୂଳ ଠାରୁ ସାମନ୍ୟ ଦୂର ଅନ୍ତର୍ଜାତୀୟ ଜଳ ରାଶିରେ ଆମେରିକା ବୁଡ଼ାଜାହାଜ ଇରାନର ଗୋଟିଏ ଯୁଦ୍ଧ ତୋପ ଉପରେ ହମଲା କରିଥିଲା। ଇରାନୀ ଯୁଦ୍ଧ ତୋପ ସମୁଦ୍ରରେ ବୁଡ଼ି ଯିବା ସହ ହମଲାରେ ପ୍ରାୟ ୮୭ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାର ଏପରି ହମଲାର ବଦଲା ନେବ ବୋଲି ଇରାନ କହିଥିଲା।
ଚେତାବନୀ ଦେବାର କିଛି ଘଣ୍ଟା ପରେ ହିଁ ଇରାନ ପକ୍ଷରୁ ଆମେରିକା ଟ୍ୟାଙ୍କର ଉପରେ ହମଲା କରାଯାଇଛି। ଆକ୍ରମଣରେ ଆମେରିକା ଜାହାଜଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ନିଆଁ ଲାଗି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।
ଆକ୍ରମଣ ପୂର୍ବରୁ ଆଇଆରଜିସି ଗୋଟିଏ ବିବୃତିରେ କହିଥିଲା ଯେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରୁଥିବା ଜାହାଜଗୁଡ଼ିକ ଇରାନ ନିୟନ୍ତ୍ରଣରେ ରହିଛି। ଇରାନ କୌଣସି ଜାହାଜକୁ ଏହି ରାସ୍ତା ଅତିକ୍ରମ କରିବାକୁ ଦେବ ନାହିଁ। ସେହିପରି ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ପ୍ରାୟ ୭ଟି ଜାହାଜ ଉପରେ ଇରାନ ଆକ୍ରମଣ କରି ନିଜର ଭୟଙ୍କର ରୂପ ମଧ୍ୟ ଦେଖାଇଛି।
ଇରାନ ଯେସାକୁ ତେସା ନୀତି ଆପଣାଇଥିବାରୁ ଆମେରିକା ଓ ଇସ୍ରାଏଲ ସହ ଚାଲିଥିବା ଲଢ଼େଇ ଆହୁରି ତୀବ୍ର ହୋଇଛି। ଶନିବାର ଠାରୁ ଆରମ୍ଭ ହୋଇଥିବା ମହାଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଲକ୍ଷାଧିକ କୋଟି ଟଙ୍କାର ସମ୍ପତ୍ତି ବରବାଦ ହେବାରେ ଲାଗିଛି। ଲଢ଼େଇ ୬ଷ୍ଠ ଦିନରେ ପହଞ୍ଚିଥିବା ବେଳେ ଏହା ଥମିବା ବଦଳରେ ସମୟ ସହ ଅଧିକ ଭୟଙ୍କର ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/05/iran-2026-03-05-14-33-05.jpg)