Advertisment

ଇସ୍ରାଏଲ ଉପରକୁ ଇରାନର ଘନ ଘନ ମିଶାଇଲ ମାଡ଼, ନେତାନ୍ୟାହୁ କହିଲେ- କଡ଼ା ଜବାବ ଦେବୁ

ଗତକାଲି ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇସ୍ରାଏଲକୁ ଲକ୍ଷ୍ୟ କରି ଡ୍ରୋନ ଓ ମିଶାଇଲ ମାଡ଼ ହୋଇଛି ।

Conflict

Conflict

Advertisment

ମଧ୍ୟ ପ୍ରାଚ୍ୟରେ ବିଗିଡ଼ିବାରେ ଲାଗିଛି ସ୍ଥିତି । ପ୍ରାୟ ଦୁଇ ଦଶନ୍ଧି ଧରି ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ବିବାଦ ଉଗ୍ର ରୂପ ଧାରଣ କରିଛି। ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଶକ୍ତିଶାଳୀ ଦେଶ । ଆରମ୍ଭ ହୋଇଛି ଯୁଦ୍ଧ ପରିସ୍ଥିତି ।

Advertisment

ଗତକାଲି ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇସ୍ରାଏଲକୁ ଲକ୍ଷ୍ୟ କରି ଡ୍ରୋନ ଓ ମିଶାଇଲ ମାଡ଼ ହୋଇଛି । ଇରାନର ଷ୍ଟେଟ ଟିଭି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଇସ୍ରାଏଲ ଉପରେ ହମଲା କରିବାକୁ ଯୋଜନା କରୁଥିବା ଇରାନ ଗତକାଲି ଇସ୍ରାଏଲର ଗୋଟିଏ ପଣ୍ୟବାହୀ ଜାହାଜ MCS ଏରିଜକୁ ୟୁଏଇ ଉପକୂଳରେ ଜବତ କରି ନେଇଥିବା ଜଣାଯାଇଛି। ଉକ୍ତ ଜାହାଜରେ ଅତି କମରେ ୧୭ ଭାରତୀୟ ଥିବା ସୂଚନା ମିଳିଛି ।

ଗତ ରାତିରେ ଇରାନ ଇସ୍ରାଏଲ ଉପରକୁ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଡ୍ରୋନ ଓ ମିଶାଇଲ ମାଡ଼ କରିଛି। ମାତ୍ର ଇସ୍ରାଏଲ ସେନାର ଡିଫେନ୍ସ ସିଷ୍ଟମ ଏଥି ମଧ୍ୟରୁ ଅଧିକାଂଶ ମିଶାଇଲ ଓ ଡ୍ରୋନକୁ ଅକାମୀ କରି ଦେଇଥିବା ଜଣାଯାଇଛି। ଏହି ଆକ୍ରମଣ ପରେ ଇସ୍ରାଏଲ ନିଜର ସବୁ ଏୟାର ସ୍ପେଶକୁ ବନ୍ଦ କରି ଦେଇଛି। ଏଥିସହ ଇସ୍ରାଏଲ ଏବେ ନୋ ଫ୍ଲାଇଂ ଜୋନ୍‌ରେ ପରିଣତ ହୋଇ ଯାଇଛି।

Advertisment

ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ ହୋଇ ଯାଇଥିବାରୁ ସହାୟତା ପାଇଁ  ଆମେରିକା ପକ୍ଷରୁ ଯୁଦ୍ଧ ଜାହାଜ ପଠା ଯାଇଛି। ଇସ୍ରାଏଲ ସହାୟତା ପାଇଁ ଆଗକୁ ଆସିଥିବା ଆମେରିକା ନିଜ ଡିଫେନ୍ସ ସିଷ୍ଟର ଦ୍ୱାରା ଇରାନର ବହୁ ଡ୍ରୋନକୁ ଖସାଇ ଦେଇଛି।

ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲ ପ୍ରଧାନମନ୍ତ୍ର ବେଞ୍ଜାମିନ ନେତାନ୍ୟାହୁ  ନିଜ ନାଗରିକମାନଙ୍କୁ ସମ୍ବୋଧନ କରି କହିଛନ୍ତି, ଆମେ ରକ୍ଷାତ୍ମକ ତଥା ଆକ୍ରମଣାତ୍ମକ ପଦ୍ଧତି ଦ୍ୱାରା ଯେକୌଣସି ସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ଅଛୁ। ଇସ୍ରାଏଲ ସମେତ ଏହହାର ନାଗରିକ ଓ IDF ମଜଭୁତ ଓ ଶକ୍ତିଶାଳୀ ଥିବା ସେ ଆହ୍ୱାନ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଆମକୁ ସହାୟତା କରିବାକୁ ଆଗେଇ ଆସିଥିବା ବେଳେ ଆଗାମୀ ଦିନଗରେ ବ୍ରିଟେନ, ଫ୍ରାନ୍ସ ପରି ଦେଶ ବି ସମର୍ଥନ ଜଣାଇବେ ବୋଲି ଆଶା ରଖୁଛୁ।

ଏଥିସହ ସେ କହିଛନ୍ତି, ଯିଏ ବି ଆମକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ, ଆମେ କେବେ ବି ତା’ ପ୍ରତି ଉଦାର ହୋଇ ପାରିବୁ ନାହିଁ । ଆମେ ସ୍ଥିତିର ମୁକାବିଲା କରିବା ଭଲ ଭାବେ ଶିଖିଛୁ ଓ ଏହାର କଡ଼ା ଜବାବ ଦେବୁ । ଆମେ ଏକ ହୋଇ ଛିଡ଼ା ହେବୁ ଓ ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବୁ।

ଇରାନ ତରଫରୁ ହାମଲା ପରେ ଏହାର ମୁକାବିଲା ନିମନ୍ତେ ଜରୁରୀକାଳୀନ ବୈଠକ ଡାକିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ଏଥିସହ ଇରାନର ଡ୍ରୋନ ହାମଲା ପରେ ସେନାକୁ ହାଇ ଆଲର୍ଟରେ ରଖାଯାଇଛି।

ଏହି ଯୁଦ୍ଧ ପରିସ୍ଥିତିରେ ଇସ୍ରାଏଲ ସପକ୍ଷରେ ଛିଡ଼ା ହେବ ବୋଲି ଆମେରିକା ସ୍ପଷ୍ଟ କରି ସାରିଛି। ଅପରପକ୍ଷେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ଆକ୍ରମଣର ନିନ୍ଦା କରିଛନ୍ତି।

ଇସ୍ରାଏଲ ଉପରେ ହମଲା କରିବାକୁ ଯୋଜନା କରୁଥିବା ଇରାନ ଗତକାଲି ଇସ୍ରାଏଲର ଗୋଟିଏ ପଣ୍ୟବାହୀ ଜାହାଜ MCS ଏରିଜକୁ ୟୁଏଇ ଉପକୂଳରେ ଜବତ କରି ନେଇଥିବା ଜଣାଯାଇଛି। ଇରାନ ନୌସେନାର ସ୍ପେଶାଲ ଫୋର୍ସର ଗାର୍ଡମାନେ ଜାହାଜକୁ ଜବତ କରିଥିବା ବେଳେ ତାହା ଇରାନ ସୀମା ମଧ୍ୟରେ ରହିଛି। ପ୍ରବେଶ କରିଛି। ଇରାନ ଅଟକ ରଖିଥିବା ଇସ୍ରାଏଲୀ ଜାହାଜରେ ଅତି କମରେ ୧୭ ଭାରତୀୟ ଥିବା ସୂଚନା ମିଳିଛି ।

ଜାହାଜ ଜବତ କରିବା ଘଟଣାକୁ ନେଇ ଇସ୍ରାଏଲ ସିଧାସଳଖ ଇରାନକୁ ଧମକ ଦେଇଛି। ଇସ୍ରାଏଲ ଆର୍ମି କହିଛି ଯେ ଜାହାଜ ଜବତ କରିବା ଘଟଣାର ପରିଣାମ ଇରାନକୁ ଭୋଗିବାକୁ ପଡ଼ିବ। ସ୍ଥିତିକୁ ଆହୁରି ଖରାପ କରିବା ପାଇଁ ଇରାନର ଏପରି ପ୍ରୟାସ ଆଦୌ ଗ୍ରହଣୀୟ ନୁହେଁ। ଦେଶର ଏହାର ଭୟଙ୍କର ପରିଣାମ ଭୋଗିବ।

Israel Iran Israel Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe