Advertisment

ଟ୍ରମ୍ପଙ୍କ ଚେତାବନୀକୁ ଖାତିର କଲାନି ଇରାନ, ମାଡ଼ କଲା ହାଇପରସୋନିକ ମିସାଇଲ୍‌

ଇରାନର ଘନଘନ ଆକ୍ରମଣର ଜବାବ ମଧ୍ୟ ଦେଇଛି ଇସ୍ରାଏଲ। ବୁଧବାର ଭୋର ସମୟରେ ଇସ୍ରାଏଲ ଯୁଦ୍ଧ ବିମାନ ଦ୍ୱାରା ଇରାନର ରାଜଧାନୀ ତେହରାନର ବିଭିନ୍ନ ସ୍ଥାନରେ ଆଟାକ କରିଛି।

ଅଦ୍ୟତନ ହୋଇଛି
Iran

Iran

Advertisment

ନିର୍ଣ୍ଣାୟକ ମୋଡରେ ପହଞ୍ଚି ଯାଇଛି ଇସ୍ରାଏଲ ଓ ଇରାନ ଲଢ଼େଇ। ଇସ୍ରାଏଲ ହମଲାର ଜବାବ ଦେଉଥିବା ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଡ଼ା ଚେତାବାନୀ ଦେବା ସହ ନିଃସର୍ତ୍ତ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦେଇଥିଲେ। ଯଦି ଇରାନ ଆଗକୁ ସାଧାରଣ ଲୋକ କିମ୍ବା ଆମେରିକା ସମ୍ପତ୍ତିକୁ ଟାର୍ଗେଟ କରିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଥିଲେ। 

Advertisment

କିନ୍ତୁ ଇରାନ ଟ୍ରମ୍ପଙ୍କ ଚେତାବନୀକୁ ଖାତିର କରି ନାହିଁ। ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନି ଯୁଦ୍ଧଂଦେହି ଡାକରା ଦେଇଛନ୍ତି। ଇସ୍ରାଏଲକୁ କ୍ଷମା ମିଳିବ ନାହିଁ ସେ କହିବା ପରେ ତେହରାନ ପକ୍ଷରୁ ହାଇପରସୋନିକ ମିସାଇଲ ଦ୍ୱାରା ଇସ୍ରାଏଲକୁ ଟାର୍ଗେଟ କରାଯାଇଛି। ମଙ୍ଗଳବାର ରାତିରେ ଇରାନର ହାଇପରସୋନିକ ମିସାଇଲ ମାଡ଼ରେ ଥରିଛି ଇସ୍ରାଏଲର ରାଜଧାନୀ ତେଲ ଅଭିଭ ସମେତ ଏକାଧିକ ପ୍ରମୁଖ ସହର।

ଟ୍ରମ୍ପଙ୍କ ଚେତାବାନୀ ପରେ ଇରାନର ସୁପ୍ରିମ ଲିଡର ଏକ୍ସରେ ପୋଷ୍ଟ କରିଥିଲେ ଯେ “ଈଶ୍ୱରଙ୍କ ନାଁରେ ଲଢ଼େଇ ଆରମ୍ଭ ହୋଇଛି।” ଆଉ ଏକ ପୋଷ୍ଟରେ ସେ କହିଥିଲେ ଯେ “ଆତଙ୍କବାଦୀ ଇହୁଦୀ ଶାସନକୁ ଇରାନ ଯେମିତି ହେଲେ ବି କଡ଼ା ଜବାବ ଦେବ। ଆମେ ଇହୁଦୀମାନଙ୍କୁ କୌଣସି ପ୍ରକାରର କ୍ଷମା ଦେବୁ ନାହିଁ।”

Advertisment

ଏହି ପୋଷ୍ଟ ପରେ ଇରାନର ରେଭ୍ୟୁଲେସନାରୀ ଗାର୍ଡ କ୍ରପ୍ସ ପକ୍ଷୁ ଇସ୍ରାଏଲ ଉପରେ ହାଇପରସୋନିକ ମିସାଇଲ ଦ୍ୱାରା ଆଟାକ କରାଯାଇଥିବା କୁହାଯାଇଛି। ଆଇଆରଜିସି ପକ୍ଷରୁ ଦେଶର ଗଣମାଧ୍ୟମକୁ କୁହାଯାଇଛି ଯେ ଅପରେସନ ହନେଷ୍ଟ ପ୍ରମିଜ ୩ ଅଧୀନରେ ଇରାନ ଫତା-୧ ମିସାଇଲର ବ୍ୟବହାର କରିଛି। ଇରାନ ପକ୍ଷରୁ ଏକାଧିକ ଡ୍ରୋନ ଇସ୍ରାଏଲ ଉପରେ ମାଡ଼ କରାଯାଇଛି। ଆତଙ୍କବାଦୀ(ଇସ୍ରାଏଲ)ଙ୍କ କଳବରେ ଥିବା ଅଞ୍ଚଳର ପୂରା ଆକାଶ ପଥ ଇରାନ ନିୟନ୍ତ୍ରଣରେ ଥିବା ଆଇଆରଜିସି କହିଛି।

ଇରାନର ଘନଘନ ଆକ୍ରମଣର ଜବାବ ମଧ୍ୟ ଦେଇଛି ଇସ୍ରାଏଲ। ବୁଧବାର ଭୋର ସମୟରେ ଇସ୍ରାଏଲ ଯୁଦ୍ଧ ବିମାନ ଦ୍ୱାରା ଇରାନର ରାଜଧାନୀ ତେହରାନର ବିଭିନ୍ନ ସ୍ଥାନରେ ଆଟାକ କରିଛି। ଡିଷ୍ଟ୍ରିକ ୧୮ ଅଞ୍ଚଳରୁ ସାଧାରଣ ଲୋକଙ୍କୁ ଚାଲି ଯିବାକୁ କହିବା ପରେ ଇସ୍ରାଏଲ ଏପରି ଆକ୍ରମଣ କରିଛି। ତେହରାନର ପିରୋଜି, ସାବାଲନ ଓ ସାୟଦ ଅଞ୍ଚଳରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି।

Iran Israel Conflict Ayatollah Ali Khamenei USA Donald Trump Iran Israel War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe