Advertisment

ଆନ୍ଦୋଳନ ଭିଡିଓ ଯୋଗୁ ତେହେରାନ କ୍ଷୁବ୍ଧ, ଭାରତ ଗସ୍ତ ବାତିଲ କଲେ ଇରାନ ମନ୍ତ୍ରୀ

ସରକାରଙ୍କୁ ବିରୋଧ କରି ଜଣେ ଇରାନ ମହିଳା ଚୁଟି କାଟୁଥିବା ଭିଡିଓ ଦେଖି କ୍ଷୁବ୍ଧ ହୋଇଛି ତେହରାନ।

Iran Minister

Iran Minister

Advertisment

ସରକାରଙ୍କୁ ବିରୋଧ କରି ଜଣେ ଇରାନ ମହିଳା ଚୁଟି କାଟୁଥିବା ଭିଡିଓ ଦେଖି କ୍ଷୁବ୍ଧ ହୋଇଛି ତେହରାନ। ଏଥିପାଇଁ ଭାରତ ଗସ୍ତ ବାତିଲ କରିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଆମୀର ଅବଦୋଲ୍ଲାହିଆନ। ରାଇସିନା ଡାଏଲଗରେ ଭାଗ ନେବାକୁ ମନ୍ତ୍ରୀ ହୁସେନ ଆସନ୍ତା ମାସରେ ଭାରତ ଆସିବାର ଥିଲା। ଏହି କାର୍ଯ୍ୟକ୍ରମକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ସହ ମିଶି Observer Research Foundation ଆୟୋଜନ କରୁଛି।

Advertisment

କାର୍ଯ୍ୟକ୍ରମରେ ଯୋଗଦେବାକୁ ଇରାନର ବୈଦେଶିକ ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ଇରାନ ସରକାରରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ହୁସେନ ଯୋଗ ଦେଇପାରିବେ ନାହିଁ ବୋଲି ଆୟୋଜକମାନଙ୍କୁ ଜଣାଇ ଦେଇଛନ୍ତି।

ରିପୋର୍ଟ ଅନୁସାରେ, ରାଇସିନା ଡାଏଲଗର ପ୍ରମୋସନାଲ ଭିଡିଓ ଯୋଗୁ ଇରାନ କ୍ଷୁବ୍ଧ ହୋଇଛି। ଏହି ଭିଡିଓରେ ଏମିତି ଗୋଟିଏ ଦୃଶ୍ୟ ରହିଛି, ଯେଉଁଥିରେ ଜଣେ ମହିଳା ଇରାନ ସରକାରଙ୍କୁ ବିରୋଧ କରି ନିଜର ଚୁଟି କାଟୁଛନ୍ତି। ଏହି ସମୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରୈସିଙ୍କ ଫଟୋ ମଧ୍ୟ ରହିଛି। ପ୍ରାୟ ମାସକ ତଳେ ଏହି ଭିଡିଓକୁ ଆୟୋଜକ ସଂସ୍ଥା ଜାରି କରିଥିଲା।

Advertisment

ଭିଡିଓ ସାମ୍ନାକୁ ଆସିବା ପରେ ଇରାନ ଦୂତାବାସ ପକ୍ଷରୁ Observer Research Foundation (ORF) ଓ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଇଥିଲା। ବିକ୍ଷୋଭକାରୀଙ୍କ ସହ ଦେଶର ରାଷ୍ଟ୍ରପତିଙ୍କ ଫଟୋ ଥିବାରୁ ଏହାକୁ ଦୂତାବାସ ବିରୋଧ କରିଥିଲା। ଏଥିସହ ଆୟୋଜକଙ୍କୁ ତୁରନ୍ତ ଭିଡିଓକୁ ଡିଲିଟ କରିବାକୁ କୁହାଯାଇଥିଲା। ହେଲେ ଆୟୋଜକମାନେ ଏହାକୁ ଖାତିର କରି ନଥିଲେ। ଏଥିପାଇଁ ଏବେ ଇରାନ ସରକାରରେ ମନ୍ତ୍ରୀ ଥିବା ହୁସେନ ତାଙ୍କ ଭାରତ ଗସ୍ତ ବାତିଲ କରିଦେଇଛନ୍ତି।

ସୂଚନାଯୋଗ୍ୟ, ୨୨ ବର୍ଷୀୟ ମହସା ଆମିନୀଙ୍କ ଇରାନ ପୁଲିସ ହେପାଜତରେ ମୃତ୍ୟୁ ହେବା ପରେ ସେପ୍ଟେମ୍ବର ମାସରୁ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ମହସା ଇରାନର ଥିବା ଡ୍ରେସ୍ କୋଡ୍ ନିୟମ ଉଲ୍ଲଂଘନ କରିଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା ଓ ପୁଲିସ ନିର୍ଯାତନା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଆନ୍ଦୋଳନକାରୀ ଦାବି କରିଥିଲେ। ଏହା ବିରୋଧରେ ସମଗ୍ର ଦେଶରେ ପ୍ରତିବାଦର ନିଆଁ ଜଳିଥିଲା। ମହିଳାମାନେ ନିଜର ଚୁଟି କାଟି ଅଭିନବ ଢଙ୍ଗରେ ସରକାରଙ୍କ ଆଗରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

India Iran Women
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe