Advertisment

ଭୟଙ୍କର ହେବ ସ୍ଥିତି! ଇସ୍ରାଏଲ ବିରୋଧରେ ଅଧିକ ଶକ୍ତିଶାଳୀ ଅସ୍ତ୍ର ବ୍ୟବହାର କରିବ ଇରାନ

ଅକ୍ଟୋବର ୨୬ରେ ଇସ୍ରାଏଲ ପକ୍ଷରୁ ଇରାନର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏବେ ଇରାନ ଏହାର ପ୍ରତିଶୋଧ ନେବାକୁ ଯୋଜନା ପ୍ରସ୍ତୁତ କରିଛି।

Iran

Iran

Advertisment

ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ତିକ୍ତତା ଆଗକୁ ଆହୁରି ଭୟଙ୍କର ହେବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଇସ୍ରାଏଲ ବିରୋଧରେ ଇରାନ ସେନା ଅଧିକ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ବ୍ୟବହାର କରିବ ବୋଲି ଆଜି ସଙ୍କେତ ଦେଇଛି।

Advertisment

ଅକ୍ଟୋବର ୨୬ରେ ଇସ୍ରାଏଲ ପକ୍ଷରୁ ଇରାନର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏବେ ଇରାନ ଏହାର ପ୍ରତିଶୋଧ ନେବାକୁ ଯୋଜନା ପ୍ରସ୍ତୁତ କରିଛି। ପୂର୍ବରୁ ତେହରାନ କେବେ ହେଲେ ଯୁଦ୍ଧାସ୍ତ୍ରକୁ ଇସ୍ରାଏଲ ବିରୋଧରେ ବ୍ୟବହାର କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ଇରାନ ଓ ଆରବ ଅଧିକାରଙ୍କ ପାଖରୁ ପାଇଥିବା ତଥ୍ୟ ଆଧାରରେ ଏପରି ଖବର ପ୍ରକାଶ କରିଛି। ଅକ୍ଟୋବର ୨୬ରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଇରାନର ୪ ଜଣ ସୁରକ୍ଷାକର୍ମୀ ଓ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ବାସ୍ତବରେ ଅକ୍ଟୋବର ୧ରେ ଇରାନ କରିଥିବା ରକେଟ ମାଡ଼ର ଜବାବରେ ଇସ୍ରାଏଲ ଏପରି ଆକ୍ରମଣ କରିଥିଲା।

Advertisment

ଏହି ଆକ୍ରମଣ ଓ ପ୍ରତି ଆକ୍ରମଣକୁ ନେଇ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏବେ ଯଦି ଇରାନ ଆହୁରି ଅଧିକ ବଳ ପ୍ରୟୋଗ କରି ଇସ୍ରାଏଲ ଉପରେ ଆକ୍ରମଣ କରିବ, ତା’ହେଲେ ସ୍ଥିତି ଭୟଙ୍କର ହେବାର ଆଶଙ୍କା ରହିଛି।

ରିପୋର୍ଟ ଅନୁସାରେ, ଇରାନ ଓ ଆରବ ଅଧିକାରୀମାନେ ସଙ୍କେତ ଦେଇଛନ୍ତି ଯେ ଇରାନ ସେନା ଭବିଷ୍ୟତରେ ଇସ୍ରାଏଲ ବିରୋଧୀ ଅପରେସନରେ ସାମିଲ ହୋଇପାରନ୍ତି। ଭବିଷ୍ୟତରେ ହେବାକୁ ଥିବା ଅପରେସନରେ ଡ୍ରୋନ ଓ ମିସାଇଲ ବ୍ୟତୀତ ଆଉ କିଛି ଅସ୍ତ୍ର ବ୍ୟବହାର କରାଯିବ। ମିସାଇଲରେ ଶକ୍ତିଶାଳୀ ଯୁଦ୍ଧାସ୍ତ୍ରକୁ ଖଞ୍ଜା ଯିବ ବୋଲି ରିପୋର୍ଟରେ ଦାବି କରାଯାଇଛି।

ଏହାପୂର୍ବରୁ ଆମେରିକା ମଧ୍ୟ ଇରାନ ସେନେ ଇସ୍ରାଏଲ ବିରୋଧରେ ଗୁପ୍ତ ବୋମା ବ୍ୟବହାର କରି ଭୟଙ୍କର ସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥିବା କହିଥିଲା। ଏବେ ରିପୋର୍ଟରେ ପାଖାପାଖି ସମାନ ରିପୋର୍ଟ ପ୍ରକାଶ ପାଇଛି।

ତେବେ ଏନେଇ ଇସ୍ରାଏଲର ପ୍ରତିକ୍ରିୟା ମିଳିପାରି ନାହିଁ। ପୂର୍ବରୁ ଇସ୍ରାଏଲ କହି ସାରିଛି ଯେ ଯଦି ଇରାନ ଅକ୍ଟୋବର ୨୬ ଏୟାର ଷ୍ଟ୍ରାଇକର ଜବାବ ଦେବାକୁ ଚେଷ୍ଟା କରିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ। ପୁଣି ଇରାନରେ ପ୍ରବେଶ କରିବା ପାଇଁ ଇସ୍ରାଏଲ ସେନାକୁ କେହି ବି ରୋକି ପାରିବେ ନାହିଁ। ଏଥର ଆକ୍ରମଣ ଆହୁରି ଭୟଙ୍କର ହେବ ବୋଲି ଇସ୍ରାଏଲ ସରକାର କହିଥିଲେ।

Iran Israel Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe