Advertisment

ଇସ୍ରାଏଲ ଉପରେ ମିସାଇଲ ମାଡ଼ କରିପାରେ ଇରାନ!

ଜାତିସଂଘରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନକୁ ଖୋଲା ଧମକ ଦେଇଥିଲେ। ଏବେ ଇସ୍ରାଏଲ ଉପରେ ସିଧା ହମଲା କରିବାକୁ ଇରାନ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

Iran

Iran

Advertisment

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିପଦ ଘନେଇବାରେ ଲାଗିଛି। ଲେବାନନ ଓ ଗାଜାରେ ଇସ୍ରାଏଲ ଚଳାଇଥିବା ଅପରେସନରେ ମଧ୍ୟପ୍ରାଚ୍ୟର ଏକାଧିକ ଦେଶ କ୍ଷୁବ୍ଧ ହୋଇଛନ୍ତି। ବିଶେଷ କରି ଲେବାନନରେ ଇସ୍ରାଏଲ ସେନା ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ମୁଖ୍ୟ ହାସନ ନସ୍ରଲ୍ଲାଙ୍କୁ ହତ୍ୟା କରିବା ପରେ ବିବାଦ ବଢ଼ିଛି।

Advertisment

ଜାତିସଂଘରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନକୁ ଖୋଲା ଧମକ ଦେଇଥିଲେ। ଏବେ ଇସ୍ରାଏଲ ଉପରେ ସିଧା ହମଲା କରିବାକୁ ଇରାନ ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ଯେକୌଣସି ମୁହୂର୍ତ୍ତରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଗୋଟିଏ ବାଲାଷ୍ଟିକ ମିସାଇଲ ମାଡ଼ ହୋଇପାରେ ବୋଲି ଆମେରିକା ସୂଚନା ଦେଇଛି। ହ୍ୱାଇଟ ହାଉସର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି ଯେ “ଆମେ ସକ୍ରିୟ ଭାବେ ବାଲାଷ୍ଟିକ ମସାଇଲ ଆଟାକରୁ ଇସ୍ରାଏଲକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରି ଚାଲିଛୁ। ଯଦି ଇରାନ ବାଲାଷ୍ଟିକ ମିସାଇଲ ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣ କରିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ।”

Advertisment

ଏପରି ସତର୍କ ସୂଚନା ମିଳିବା ପରେ ଇରାନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଇସ୍ରାଏଲ ତା’ର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରି ଦେଇଛି। ଏଯାଏ ବିପଦର କୌଣସି ସଙ୍କେତ ମିଳି ନଥିବା ଇସ୍ରାଏଲ କହିଛି।

ଅନ୍ୟପକ୍ଷରେ ଇସ୍ରାଏଲ ସେନାର ଗୁଇନ୍ଦା ବିଭାଗ ବଡ଼ ତଥ୍ୟ ଦେଇଛି। ଅକ୍ଟୋବର ୭ରେ ହମାସ ଯେଉଁ ଭଳି ଭାବେ ଇସ୍ରାଏଲ ଉପରେ ଶତାଧିକ ମିସାଇଲ ମାଡ଼ କରି ଆତଙ୍କ ସୃଷ୍ଟି କରିଥିବା ଏବେ ହେଜବୁଲ୍ଲା ମଧ୍ୟ ସେଭଳି କିଛି କରିବାର ଯୋଜନା କରିଛି। ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଦକ୍ଷିଣ ଲେବାନନରେ ଗ୍ରାଉଣ୍ଡ ଅପରେସନ ବେଳେ ହେଜବୁଲ୍ଲାର ଏକାଧିକ ଯୋଜନା ସମ୍ପର୍କରେ ଜଣାପଡ଼ିଛି।

ହେଜବୁଲ୍ଲା ଇସ୍ରାଏଲରେ ପଶିବାକୁ ଯୋଜନା କରିଛି। ଏଥିସହ ହମାସ ଯେମିତି ଇସ୍ରାଏଲ ପଶି ଅପହରଣ ଓ ହତ୍ୟା କରିଥିଲା, ସେଭଳି କିଛି କରିବାକୁ ଯୋଜନା କରିଥିଲା। ଦକ୍ଷିଣ ଲେବାନନର ଏକାଧିକ ଗାଁର ରହିଥିବା ଘର ଭିତରହାର ପ୍ରମାଣ ମିଳିଛି। ପ୍ରମାଣ ଗୁକ ଅନ୍ତର୍ଜାତୀୟ ସମୂହ ଆଗରେ ଉପସ୍ଥାପନ କରାଯାଇଛି ବୋଲି ‌ଇସ୍ରାଏଲ କହିଛି।

ଇସ୍ରାଏଲ ସେନା ଲେବାନନରେ ଅପରେସନ କରୁଥିବା ବେଳେ ହେଜବୁଲ୍ଲା ତେଲ ଅଭିଭ ନିକଟରେ ଥିବା ମିଲିଟାରୀ ବେସ୍‌ ଓ ମୋସାଦ ମୁଖ୍ୟାଳୟକୁ ଟାର୍ଗେଟ କରିଛି।

Israel Israel Iran Conflict
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe