Advertisment

Middle East War: ଆକ୍ରମଣ ପାଇଁ ପଡ଼ୋଶୀ ଦେଶଗୁଡ଼ିକୁ କ୍ଷମା ମାଗିଲା ଇରାନ, ଆଉ ହମଲା କରିବନି କହିଲା

ଉତ୍ତେଜନା ବଢ଼ୁଥିବାରୁ ଆଜି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶକିଆନ ପଡ଼ୋଶୀ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି। ଇସ୍ରାଏଲ ଓ ଆମେରିକା ସହ ଉତ୍ତେଜନା ଯୋଗୁ ଇରାନ କେବେ ହେଲେ ଅନ୍ୟ ଦେଶରେ ଅନୁପ୍ରବେଶ ଉଦ୍ଦେଶ୍ୟ ରଖି ନଥିଲା ବୋଲି ସେ କହିଛନ୍ତି।

author-image
Hemant Lenka
Iran12

ଇରାନ ରାଷ୍ଟ୍ରପତି

Middle East War Updates: ଇସ୍ରାଏଲ ଓ ଆମେରିକା ସହ ଯୁଦ୍ଧ ସମୟରେ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶଗୁଡ଼ିକ ଉପରେ ଆକ୍ରମଣ କରିଛି ଇରାନ। ବାହାରିନ ଠାରୁ ଆରମ୍ଭ କରି ୟୁଏଇ ଓ ସାଉଦି ଭଳି ଦେଶରେ ଥିବା ଆମେରିକାର ବେସ୍‌ଗୁଡ଼ିକ ଇରାନ ପକ୍ଷରୁ ଟାର୍ଗେଟ କରାଯାଇଥିଲା। ଏହାକୁ ନେଇ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକ ମଧ୍ୟ ଇରାନ ଉପରେ ଖପ୍ପା ହୋଇଥିଲେ। ବିଶେଷ କରି ତୈଳ ଡିପୋ ଓ ଏୟାରପୋର୍ଟରେ ଇରାନୀୟ ମିସାଇଲ ମାଡ଼ ହେବାରୁ ଉତ୍ତେଜନା ବଢ଼ିଥିଲା।

Advertisment

ଉତ୍ତେଜନା ବଢ଼ୁଥିବାରୁ ଆଜି ଇରାନ ରାଷ୍ଟ୍ରପତି ମାସୌଦ ପେଜେଶକିଆନ ପଡ଼ୋଶୀ ଦେଶଗୁଡ଼ିକୁ କ୍ଷମା ମାଗିଛନ୍ତି। ଇସ୍ରାଏଲ ଓ ଆମେରିକା ସହ ଉତ୍ତେଜନା ଯୋଗୁ ଇରାନ କେବେ ହେଲେ ଅନ୍ୟ ଦେଶରେ ଅନୁପ୍ରବେଶ ଉଦ୍ଦେଶ୍ୟ ରଖି ନଥିଲା ବୋଲି ସେ କହିଛନ୍ତି। ଏଥିସହ ମଧ୍ୟପ୍ରାଚ୍ୟ କିମ୍ବା କୌଣସି ଗଲ୍ଫ ଦେଶ ଉପରେ ଆଗକୁ ଇରାନ ଆକ୍ରମଣ କରିବ ନାହିଁ ବୋଲି ମଧ୍ୟ ରାଷ୍ଟ୍ରପତି ମାସୌଦ ପ୍ରତିଶ୍ରୁତି ଦେଇଛନ୍ତି। 

ଗୋଟିଏ ଟିଭି ବାର୍ତ୍ତାରେ ପେଜେଶକିଆନ କହିଛନ୍ତି ଯେ “ଇରାନର ଅସ୍ଥାୟୀ ନେତୃମଣ୍ଡଳୀ ପରିଷଦ ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ଦେଶଗୁଡ଼ିକ ଇରାନ ବିରୋଧରେ ଆକ୍ରମଣ ଆରମ୍ଭ ନ କରିବା ଯାଏ ତେହେରାନ କୌଣସି ପ୍ରକାରର ମିସାଇଲ ମାଡ଼ କରିବ ନାହିଁ।

Advertisment

ମୁଁ ବ୍ୟକ୍ତିଗତ ପାଇଁ ପଡ଼ୋଶୀ ଦେଶଗୁଡ଼ିକୁ କ୍ଷମା ମାଗୁଛି। ଅନ୍ୟ ଦେଶରେ ଅନାଧିକାର ପ୍ରବେଶ ପାଇଁ ଆମର କୌଣସି ଉଦ୍ଦେଶ୍ୟ ନାହିଁ। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାକୁ ଅଧିକ ତୀବ୍ର ନ କରିବା ପାଇଁ ଇରାନ ଏପରି ପଦକ୍ଷେପ ନେଇଛି।” 

ପଡ଼ୋଶୀଙ୍କ ଉପରେ ଆକ୍ରମଣ ବନ୍ଦ କଲା ଇରାନ 

ପେଜେଶକିଆନଙ୍କ କହିବା କଥା ସୁପ୍ରିମ ଲିଡର ଆୟୋତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ଗଠନ ହୋଇଥିବା ଅସ୍ଥାୟୀ ଲିଡରଶିପ ପରିଷଦ ପଡ଼ୋଶୀଙ୍କ ଉପରେ ଆକ୍ରମଣ ନ କରିବାକୁ ନିଷ୍ପତ୍ତି ନେଇଛି। ଯେଉଁ ପର୍ଯ୍ୟନ୍ତ ପଡ଼ୋଶୀ ଦେଶଗୁଡ଼ିକ ପକ୍ଷରୁ ଇରାନ ଉପରେ ଆକ୍ରମଣ କରାଯାଇ ନାହିଁ ସେ ଯାଏ ତେହରାନ ମିସାଇଲ ମାଡ଼ କରିବ ନାହିଁ।

ଯଦି ପଡ଼ୋଶୀ ଦେଶକୁ ଆକ୍ରମଣ ପାଇଁ ବ୍ୟବହାର କରଯିବ, ତା’ହେଲେ ଏହାର ଜବାବ ଦେବାକୁ ଇରାନ ପାଖରେ ଅଧିକାର ରହିଥିବା ସେ କହିଛନ୍ତି। 
ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ ବନ୍ଦ ପାଇଁ ଇରାନ ନିଷ୍ପତ୍ତି ନେଇଥିଲେ ହେଁ ଇସ୍ରାଏଲ ସହ ଲଢ଼େଇ ଜାରି ରଖିବ ବୋଲି ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି। 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତେଜନା ମଧ୍ୟରେ ଇରାନକୁ ନିଃସର୍ତ୍ତ ଆତ୍ମସମର୍ପଣ ପାଇଁ କହିଥିଲେ। ହେଲେ ଇରାନ ରାଷ୍ଟ୍ରପତି ପେଜେଶକିଆନ ଏହାକୁ ବେଖାତିର କରିଛନ୍ତି। ଆମେରିକା ଆଗରେ ଇରାନ କୌଣସି ପ୍ରକାରର ମୁଣ୍ଡ ନୁଆଁବ ନାହିଁ ବୋଲି ସେ କହିଛନ୍ତି। 

ଟ୍ରମ୍ପଙ୍କ ଆତ୍ମସମର୍ପଣ ଦାବିକୁ ଅଗ୍ରାହ୍ୟ କରି ସେ କହିଛନ୍ତି ଯେ “ଆମେ ନିଃସର୍ତ୍ତ ଆତ୍ମସମର୍ପଣ କରିବୁ ବୋଲି ସେମାନେ ଦେଖୁଥିବା ସ୍ୱପ୍ନକୁ ନର୍କରେ ପକାଇ ଦିଅନ୍ତୁ।” 

Middle East war updates