Advertisment

ଦୁର୍ଘଟଣାରେ ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ମୃତ

ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସିଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
undefined

Iran President

Advertisment

ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି। ଆଜେରବୈଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ତାଙ୍କ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଡୋଲହିଆନ ମଧ୍ୟ ପ୍ରାଣ ହରାଇଛନ୍ତି। ଉଭୟଙ୍କ ମୃତ୍ୟୁ ହୋଇଥିବା ଏବଂ ହେଲିକପ୍ଟରର ଭଗ୍ନାବଶେଷ ମିଳିଛି ବୋଲି ଇରାନ ଗଣମାଧ୍ୟମ ଦାବି କରିଛି।

Advertisment

କେବଳ ସେତିକି ନୁହେଁ ଆଜରବୈଜାନ ରାଜ୍ୟପାଳ ମଲିକ ରହମତି, ଧର୍ମଗୁରୁ ଅୟାତୁଲ୍ଲା ଅଲ ହାସିମ୍‌, ପାଇଲଟ, କୋ-ପାଇଲଟ୍‌, କ୍ରୁ ଚିଫ୍‌, ସିକ୍ୟୁରିଟି ହେଡ୍‌ ଓ ବଡିଗାର୍ଡ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି। ରଇସିଙ୍କ ହେଲିକପ୍ଟର୍‌ରେ ମୋଟ ୯ ଜଣ ବ୍ୟକ୍ତି ଥିବା କୁହାଯାଉଛି। 

ରିପୋର୍ଟରେ କୁହାଯାଇଛି ଯେ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ ହୋଇଛି। ଏହା ପୂରାପୁରି ଧ୍ୱଂସ ହୋଇଯାଇଛି। ଏଥିରେ ଥିବା ଯାତ୍ରୀଙ୍କ ଜୀବନ୍ତ ଥିବା କୌଣସି ସଂକେତ ନାହିଁ। ଦୀର୍ଘ ୧୭ ଘଣ୍ଟାର ଅପରେଶନ ପରେ ଡ୍ରୋନ୍ ଫୁଟେଜ୍ ଅନୁଯାୟୀ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟିକୁ ଖୋଜି ବାହାର କରିଥିଲେ।

Advertisment

ସେପଟେ ଇରାନ୍‌ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସିଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ହଠାତ୍‌ ମୃତ୍ୟୁକୁ ନେଇ ମୁ ଅତ୍ୟନ୍ତ ଦୁଃଖିତ ଏବଂ ଚକିତ। ଭାରତ-ଇରାନ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ପରିବାର ଏବଂ ଇରାନବାସୀଙ୍କୁ ମୋର ହୃଦୟରୁ ସମବେଦନା | ଏହି ଦୁଃଖରେ ଭାରତ ଇରାନ ସହିତ ଛିଡା ହୋଇଛି।

ସୂଚନାଯୋଗ୍ୟ, ରବିବାର ଦିନ ପାଖାପାଖି ୩ଟା ସମୟରେ ଇରାନର ରାଜଧାନୀରୁ ପାଖାପାଖି ୬୦୦ କିଲୋମିଟର ଦୂର  ଆଜରବୈଜାନର ଉତର ପଶ୍ଚିମର ଜୋଲଫା ସହରରେ ହଠାତ୍ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରବଳ ବର୍ଷା କାରଣରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସେପଟେ ଅଧିକାରୀ ଓ ସେନା ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଡ୍ରୋନର ସହାୟତା ନେଇଥିଲେ। 

Ebrahim Raisi Iran President Helicopter Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe