Advertisment

ଇରାନ୍‌ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଠାବ, ରଇସିଙ୍କ ମିଳୁନି ପତ୍ତା

ଇରାନ୍‌ ରାଷ୍ଟ୍ରପତିଙ୍କ ଜୀବିତ ଥିବା ଆଶା ଖୁବ୍‌ କମ୍‌ ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Iran President Helicopter Crash

Iran President Helicopter Crash

Advertisment

ଠାବ ହେଲା ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର। ଦୁର୍ଘଟଣାର ୧୭ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ତାଙ୍କ ହେଲିକପ୍ଟରକୁ ଠାବ କରିଛନ୍ତି। ତେବେ ଇରାନ୍‌ ରାଷ୍ଟ୍ରପତିଙ୍କ ଏଯାଏଁ କୌଣସି ସନ୍ଧାନ ମିଳିନାହିଁ। ସେ ଏବଂ ତାଙ୍କ ସହ ହେଲିକପ୍ଟରରେ ଯାତ୍ରା କରୁଥିବା ଲୋକେ ଜୀବିତ ନା ନାହିଁ ସେ ନେଇ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ।

Advertisment

ଏକ ଡ୍ରୋନ୍ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟରଟି ଭୟଙ୍କର ଭାବେ କ୍ଷତିଗ୍ରସ୍ଥ ହୋଇଥିବାର ଦେଖିବାକୁ ମିଳିଛି। ହେଲିକପ୍ଟରଟି ପୂରାପୁରି ଜଳି ଯାଇଛି। ଇରାନ୍‌ ଗଣମାଧ୍ୟମର ସୂଚନା ମୁତାବକ, ଉଦ୍ଧାରକାରୀ ଦଳ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଚିହ୍ନଟ କରିଛନ୍ତି। ତେବେ ସେଠାରେ କୌଣସି ଜୀବନ୍ତ ବ୍ୟକ୍ତିଙ୍କର ସନ୍ଧାନ ମିଳିନାହିଁ।

ସୂଚନା ମୁତାବକ, ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ହେଲିକପ୍ଟର ଆଜେରବୈଜାନରୁ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରାଷ୍ଟ୍ରପତିଙ୍କ କନଭୟରେ ତିନୋଟି ହେଲିକପ୍ଟର ଅନ୍ତର୍ଭୁକ୍ତ ଥିଲା, ସେଥିମଧ୍ୟରୁ ଦୁଇଟି ସୁରକ୍ଷିତ ଭାବେ ଫେରିଥିଲେ। କିନ୍ତୁ ଯେଉଁ ହେଲିକପ୍ଟରରେ ରଇସିଙ୍କ ସହ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ୍ ଆମୀର ଅବଦୁଲ୍ଲାୟାନ୍, ପୂର୍ବ ଆଜେରବୈଇଜାନ ପ୍ରଦେଶର ରାଜ୍ୟପାଳ ମଲେକ ରହମାତି ଏବଂ ଧାର୍ମିକ ନେତା ମହମ୍ମଦ ଅଲି ଥିଲେ ତାହା ଫେରି ନଥିଲା। ଆଲେ-ହାଶେମ ମଧ୍ୟ ଉକ୍ତ ହେଲିକପ୍ଟରରେ ଥିଲେ।

Advertisment
Ebrahim Raisi Iran President Helicopter Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe