Advertisment

US-Iran Conflict: ମୁଣ୍ଡ ନୁଆଁଇବାକୁ ମନା କଲା ଇରାନ, ଆକ୍ରମଣ କରିପାରେ ଆମେରିକା!

ଆଲୋଚନା ଦ୍ୱାରା ତେହରାନ ନିଜ ଉପରେ ଲାଗିଥିବା କଠୋର ଅର୍ଥନୀତିକ କଟକଣାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବାକୁ ଆମେରିକା ଚାହୁଁଛି।

Iran

ଟ୍ରମ୍ପ ଓ ଖାମେନେଇ (ଫାଇଲ ଫଟୋ)

Advertisment

ଆମେରିକା ଚାପ ଆଗରେ ମୁଣ୍ଡ ନୁଆଁବାକୁ ମନା କରିଦେଇଛି ଇରାନ। ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଆମେରିକା ପକ୍ଷରୁ ଇରାନକୁ ନିଜର ୟୁରାନିୟମ ସମୃଦ୍ଧି କାର୍ଯ୍ୟକ୍ରମ ବନ୍ଦ କରିବାକୁ କୁହାଯାଇଥିଲା। ଏଥିସହ ନୂଆ କଟକଣାର ଧମକ ମଧ୍ୟ ୱାଶିଂଟନ ଦେଇଥିଲା। ତଥାପି ଇରାନ(US-Iran Conflict) ନିଜର ୟୁରାନିୟମ କାର୍ଯ୍ୟକ୍ରମ ବନ୍ଦ କରିବ ନାହିଁ ବୋଲି ଘୋଷଣା କରିଛି। 

Advertisment

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରାଘଚି କହିଛନ୍ତି ଯେ ଚାପରେ ପଡ଼ି ତେହରାନ ନିଜର ଆଣବିକ ନୀତି ବଦଳାଇବା ପାଇଁ କେବେ ବି ରାଜି ହେବ ନାହିଁ ଓ ବର୍ତ୍ତମାନ ଚାଲିଥିବା ବୁଝାମଣାରେ ଆମେରିକା ଆପଣାଇଥିବା ନୀତି ଆଦୌ ଗ୍ରହଣୀୟ ନୁହେଁ ବୋଲି ମଧ୍ୟ କହିଛନ୍ତି।

ଇରାନ ଓ ଆମେରିକା ମଧ୍ୟରେ ପ୍ରାୟ ବର୍ଷକ ପରେ ପ୍ରଥମଥର ପାଇଁ ଓମାନରେ ଆଣିବକ କାର୍ଯ୍ୟକ୍ରମକୁ ନେଇ ଆଲୋଚନା ଆରମ୍ଭ ହୋଇଥିବା ବେଳେ ଅରାଘଚିଙ୍କ ବୟାନ ସାମ୍ନାକୁ ଆସିଛି। ଆଲୋଚନା ଦ୍ୱାରା ତେହରାନ ନିଜ ଉପରେ ଲାଗିଥିବା କଠୋର ଅର୍ଥନୀତିକ କଟକଣାକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବାକୁ ଆମେରିକା ଚାହୁଁଛି। 

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିବା ଗୋଟିଏ କାର୍ଯ୍ୟକ୍ରମରେ ଅରାଘଚି ସ୍ପଷ୍ଟ କରିଛନ୍ତି ଯେ “ୟୁରାନିୟମ ସମୃଦ୍ଧିକରଣ ତେହରାନ ପାଇଁ ଏଯାବତ ଅଲୋଚନାଯୋଗ୍ୟ ବିଷୟ ନୁହେଁ। ଆମେ ସମୃଦ୍ଧିକରଣ ଉପରେ ଏତେ ଜୋର କାହିଁକି ଦେଉଛୁ ଓ ଯୁଦ୍ଧ ଥୋପା ଯାଉଥିଲେ ହେଁ ଆମେ ଏହାକୁ ଛାଡ଼ିବାକୁ କାହିଁକି ମନା କରୁଛୁ? କାରଣ କେହି ମଧ୍ୟ ଆମ ଆଚରଣ ବା ବ୍ୟବହାର କେମିତି ହେବ, ସେଥିପାଇଁ ଆଦେଶ ଦେବାର ଅଧିକାର ରଖି ନାହାନ୍ତି।”

ଇରାନର ଜଳ ସୀମା ନିକଟରେ ଆମେରିକା ସାମରିକ ତୋପ ମୁତୟନ କରୁଥିବାରୁ ତେହରାନରେ ଚାପରେ ରହୁଛି କି ପ୍ରଶ୍ନକୁ ମଧ୍ୟ ଅରାଘଚି ଅଗ୍ରାହ୍ୟ କରିଛନ୍ତି। ସେ କହିଛନ୍ତି ଯେ “ଏହି ଅଞ୍ଚଳରେ ସେମାନଙ୍କ ସାମରିକ ତୋପ ମୁତୟନ ଆମକୁ ଭୟଭୀତ କରୁନାହିଁ। ଆମେରିକା ଉପରେ ଇରାନର ଭରସା ଅତ୍ୟନ୍ତ କମ। ଆମେରିକା ପ୍ରକୃତରେ କୂଟନୀତିକ ସମ୍ପର୍କ ପାଇଁ ପ୍ରତିବଦ୍ଧ ରହିଛି ତ? ଦେଶର ସ୍ୱାଧୀନତା କିମ୍ବା ଜାତୀୟ ଗରିମାକୁ କ୍ଷତି ପହଞ୍ଚାଉଥିବା କୌଣସି ଚୁକ୍ତିକୁ ତେହରାନ କେବେ ହେଲେ ମଞ୍ଜୁର ଦେବ ନାହିଁ।” 

ତାଙ୍କ କହିବା କଥା ଯେ ଇରାନ ବିଶ୍ୱାସ ସୃଷ୍ଟି କରିବା ଭଳି ଏକାଧିକ ପଦକ୍ଷେପ ନେବାକୁ ରାଜି ରହିଛି। କାରଣ ଇରାନ କଟକଣାରୁ ଆଶ୍ୱସ୍ତ ଚାହେଁ। ତଥାପି ଏହି ସବୁ କାର୍ଯ୍ୟକ୍ରମ ପରସ୍ପରର ସମ୍ମାନକୁ ଦୃଷ୍ଟିରେ ରଖି କରାଯିବା ଦରକାର।

ପଶ୍ଚିମ ଦେଶ ଓ ଇରାନ କ୍ରମାଗତ ଭାବେ ଇରାନ ଆଣବିକ ଅସ୍ତ୍ରଶସ୍ତ୍ର ବିକଶିତ କରୁଥିବା ଅଭିଯୋଗ କରି ଆସୁଛନ୍ତି। କିନ୍ତୁ ଏହାକୁ ତେହରାନ ଖଣ୍ଡନ କରି ଆସିଛି। ସେହିପରି ଦେଶର ଏପରି କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଉପାୟରେ ହେଉଛି। 

ଅରାଘଚି କହିଛନ୍ତି, “ସେମାନେ ଆମ ଆଣିବକ ବୋମାକୁ ଡରୁଥିବା ବେଳେ ଆମେ ସେଥିପ୍ରତି ଆଦୌ ଲକ୍ଷ୍ୟ ରଖିନାହୁଁ। ଆମର ପରମାଣୁ ବୋମା ହେଉଛି ବଡ଼ ଶକ୍ତିଶାଳୀ ଦେଶମାନଙ୍କୁ ‘ନା’ କହିବାର ସାହସ ଓ ଶକ୍ତି।”

Iran US
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe