Advertisment

ଆମେରିକା ଶାସନ ଉପରେ ବଡ଼ ବିଜୟ ନେଇ ଦାବି କଲେ ଇରାନର ସୁପ୍ରିମ ଲିଡର୍‌

ଖାମେନି ଇରାନର ଆଣବିକ କେନ୍ଦ୍ରରେ ଆମେରିକା କରିଥିବା ଏୟାର ଷ୍ଟ୍ରାଇକ ସମ୍ପର୍କରେ ସମସ୍ତଙ୍କୁ ଜଣାଇଛନ୍ତି। ତାଙ୍କ କହିବା କଥା ଯେ ଆମେରିକା ଷ୍ଟ୍ରାଇକରେ ବିଶେଷ କିଛି କ୍ଷତି ହୋଇନାହିଁ ଓ ଆମେରିକା ବିଶେଷ କିଛି ହାସଲ କରିପାରି ନାହିଁ।

Donald Trump

Donald Trump

Advertisment

ଇସ୍ରାଏଲ ସହ ଯୁଦ୍ଧ ବିରତି ଲାଗୁ ହେବା ପରେ ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନି। ସେ ଯୁଦ୍ଧରେ ଇରାନର ବିଜୟ ହୋଇଥିବା ଦାବି କରିଛନ୍ତି ଓ ଇସ୍ରାଏଲ ପାଇଁ ବାହାରି ତେହରାନ ଉପରେ ଆକ୍ରମଣ କରିଥିବା ଆମେରିକାକୁ ତୀବ୍ର ସାମାଲୋଚନା କରିଛନ୍ତି। ଆମେରିକା ଗାଲରେ ଶକ୍ତ ଚାପୁଡ଼ା ଲାଗିଥିବା ଖାମେନି କହିଛନ୍ତି।

Advertisment

ଗୋଟିଏ ଟିଭି ବାର୍ତ୍ତାରେ ଖାମେନି ଇରାନର ଆଣବିକ କେନ୍ଦ୍ରରେ ଆମେରିକା କରିଥିବା ଏୟାର ଷ୍ଟ୍ରାଇକ ସମ୍ପର୍କରେ ସମସ୍ତଙ୍କୁ ଜଣାଇଛନ୍ତି। ତାଙ୍କ କହିବା କଥା ଯେ ଆମେରିକା ଷ୍ଟ୍ରାଇକରେ ବିଶେଷ କିଛି କ୍ଷତି ହୋଇନାହିଁ ଓ ଆମେରିକା ବିଶେଷ କିଛି ହାସଲ କରିପାରି ନାହିଁ।

ସେ କହିଛନ୍ତି, “ଆମେରିକା ଶାସନ ଓ ପ୍ରଶାସନ ଉପରେ ଇରାନର ବିଜୟ ନେଇ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଆମେରିକା ଶାସନ ସିଧାସଳଖ ଯୁଦ୍ଧରେ ସାମିଲ ହୋଇଥିଲା। କାରଣ ଆମେରିକା ଅନୁଭବ କରିଥିଲା ଯେ ଯଦି ସେମାନେ ହସ୍ତକ୍ଷେପ ନ କରିବେ, ତା’ହେଲେ ଜିଓନିଷ୍ଟ ଶାସନ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯିବ। ଶାସନକୁ ବଞ୍ଚାଇବାକୁ ଯାଇ ଆମେରିକା ଯୁଦ୍ଧରେ ହସ୍ତକ୍ଷେପ କରିଥିଲା। କିନ୍ତୁ କିଛି ବି ହାସଲ କରିପାରିଲା ନାହିଁ।

Advertisment

ଇସଲାମିକ ରିପବ୍ଲିକ ଆମେରିକା ମୁହଁରେ ଶକ୍ତ ଚାପୁଡ଼ା ଲଗାଇଛି। ଇରାନ ସେନା ଏହି ଅଞ୍ଚଳରେ ଥିବା ଆମେରିକାର ଅଲ ଉଦେଇଦ ଏୟାର ବେସ ଉପରେ ଆକ୍ରମଣ କରିଛି ଓ ଏହାକୁ କ୍ଷତି ପହଞ୍ଚାଇବାରେ ସକ୍ଷମ ହୋଇଛି।”

ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଲଢ଼େଇରେ ହଠାତ ଆମେରିକା ଜୁନ ୨୧ରେ ହସ୍ତକ୍ଷେପ କରିଥିଲା। ଆମେରିକା ସେନା ଇରାନର ଫୋର୍ଡୋ, ନତାଞ୍ଜ ଓ ଇସଫାନ ସ୍ଥିତ ନ୍ୟୁକ୍ଲିୟର ସାଇଟ ଉପରେ ବୋମା ବର୍ଷଣ କରିଥିଲା। ଆମେରିକାର ଏୟାର ଷ୍ଟ୍ରାଇକ ପରେ ଇରାନ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା। କତରରେ ଥିବା ଆମେରିକା ଏୟାର ବେସ୍‌ ଉପରେ ଇରାନ ଏୟାର ଷ୍ଟ୍ରାଇକ କରିଥିଲା। ଏହାର ଦିନକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବିରତି ପ୍ରସ୍ତାବ ଦେଇଥିଲେ ଓ ଇରାନ ଏବଂ ଇସ୍ରାଏଲ ଏହାକୁ ଗ୍ରହଣ କରିଥିଲେ।

ଏବେ ଇରାନର ସୁପ୍ରିମ ଲିଡର ଖାମେନି ସିଧାସଳଖ ବିଜୟ ଘୋଷଣା କରିଛନ୍ତି। ଏଥିସହ ଭବିଷ୍ୟତରେ ଯଦି ଇରାନ ବିରୋଧରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରାଯିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ସେ ଚେତାଇ ଦେଇଛନ୍ତି। କତରରେ ଥିବା ଆମେରିକା ବେସ୍‌ ଉପରେ ଇରାନର ଆକ୍ରମଣକୁ ସେ ବଡ଼ ଉପଲବ୍ଧି ବୋଲି କହିଛନ୍ତି ଓ ଦରକାର ପଡ଼ିଲେ ଭବିଷ୍ୟତରେ ଏହାର ପୁନରାବୃତ୍ତି ହେବ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି।

Iran Israel Conflict Ayatollah Ali Khamenei Donald Trump Iran Israel War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe