Advertisment

ଇରାନକୁ ଘାରିଲା ଇସ୍ରାଏଲ ଭୟ, ଗୁପ୍ତ ସ୍ଥାନକୁ ପଳେଇଲେ ସୁପ୍ରିମ ଲିଡର୍‌

ଶୁକ୍ରବାର ବିଳମ୍ବିତ ରାତିରେ ଇସ୍ରାଏଲ ସେନା ଲେବାନନର ରାଜଧାନୀ ବେରୁଟରେ ଥିବା ହେଜବୁଲ୍ଲାର ମୁଖ୍ୟାଳୟକୁ ଧ୍ୱଂସ କରିଦେଇଥିଲା। ୮୦ ଟନ ବୋମା ମାଡ଼ କରାଯିବାରୁ ମୁଖ୍ୟାଳୟରେ ଥିବା ହେଜବୁଲ୍ଲା ମୁଖ୍ୟ ହାସନ ନସ୍ରଲ୍ଲା ପ୍ରାଣ ହରାଇଥିବା ଇସ୍ରାଏଲ ଦାବି କରିଛି।

Iran

Iran

Advertisment

ଲେବାନନରେ ଇସ୍ରାଏଲର ଘନଘନ ଏୟାର ଷ୍ଟ୍ରାଇକ ଦେଖି ଇରାନ ଛାତି ଧଡ଼ଧଡ଼ ହୋଇଛି। ଇସ୍ରାଏଲର ଆକ୍ରମଣ ଭୟରେ ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲି ଖାମେନେଇଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ତାଙ୍କୁ ଦେଶର ଗୋଟିଏ ଗୁପ୍ତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Advertisment

ଶୁକ୍ରବାର ବିଳମ୍ବିତ ରାତିରେ ଇସ୍ରାଏଲ ସେନା ଲେବାନନର ରାଜଧାନୀ ବେରୁଟରେ ଥିବା ହେଜବୁଲ୍ଲାର ମୁଖ୍ୟାଳୟକୁ ଧ୍ୱଂସ କରିଦେଇଥିଲା। ୮୦ ଟନ ବୋମା ମାଡ଼ କରାଯିବାରୁ ମୁଖ୍ୟାଳୟରେ ଥିବା ହେଜବୁଲ୍ଲା ମୁଖ୍ୟ ହାସନ ନସ୍ରଲ୍ଲା ପ୍ରାଣ ହରାଇଥିବା ଇସ୍ରାଏଲ ଦାବି କରିଛି। 

ଏହି ଖବର ପ୍ରଚାର ହେବା ପରେ ଇରାନ ଉପରେ ମଧ୍ୟ ଇସ୍ରାଏଲ ଆକ୍ରମଣ କରିବାର ଭୟ ସୃଷ୍ଟି ହୋଇଛି। କାରଣ ଗତକାଲି ମିଳିତ ଜାତିସଂଘର ସାଧାରଣ ସଭାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନକୁ ଖୋଲାଖୋଲି ଆକ୍ରମଣର ଧମକ ଦେଇଥିଲେ। ତାଙ୍କ ଭାଷଣ ପରେ ଇସ୍ରାଏଲ ସେନେ ଲେବାନନରା ଆକ୍ରମଣକୁ ଆହୁରି ଜୋରଦାର କରିଥିଲା। ଏଥିରେ ନସ୍ରାଲ୍ଲାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। 

Advertisment

ନସ୍ରାଲ୍ଲଙ୍କ ମୃତ୍ୟୁ ପରେ ଇସ୍ରାଏଲ ଯେକୌଣସି ମୁହୂର୍ତ୍ତରେ ଇରାନ ଉପରେ ମଧ୍ୟ ଆକ୍ରମଣ କରିବାର ଆଶଙ୍କା ରହିଛି। କାରଣ ଲେବାନନରେ ସକ୍ରିୟ ଥିବା ହେଜବୁଲ୍ଲାକୁ ଇରାନ ହିଁ ସବୁ ପ୍ରକାରର ସହାୟତା କରିଥାଏ।

ଏବେ ଇରାନ ପ୍ରତି ଆକ୍ରମଣର ଭୟ ଥିବାରୁ ସୁପ୍ରିମ ଲିଡର ଅୟତୋଲ୍ଲା ଅଲି ଖାମେନେଇଙ୍କୁ ତୁରନ୍ତ ଅତ୍ୟନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେ ଗୁପ୍ତ ସ୍ଥାନରେ ପହଞ୍ଚିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ଅନ୍ୟପକ୍ଷରେ ଇରାନ ସମର୍ଥିତ ହେଜବୁଲ୍ଲା ଏବେ ଇସ୍ରାଏଲ ଠାରୁ ପ୍ରତିଶୋଧ ନେବାକୁ ପଣ କରିଛି। ନସ୍ରଲ୍ଲାଙ୍କ ମୃତ୍ୟୁ ଦାବି ହେବା ପରେ ହେଜବୁଲ୍ଲା ପକ୍ଷରୁ ଇସ୍ରାଏଲକୁ ଟାର୍ଗେଟ କରାଯାଇଛି। ଇସ୍ରାଏଲର ରୋଶ ପିନା ସହର ଉପରେ ହେଜବୁଲ୍ଲା ରକେଟ ମାଡ଼ କରିଛି। ଏହାକୁ ନେଇ ପୂରା ମଧ୍ୟପ୍ରାଚ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Iran Strikes Israel Israel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe