Advertisment

Middle East War: ଇସ୍ରାଏଲ-ଆମେରିକା ହମଲାରେ ଇରାନର ୨୫ ହସ୍ପିଟାଲ କ୍ଷତିଗ୍ରସ୍ତ, ଗଲାଣି ୧୨୦୦ରୁ ଅଧିକ ଜୀବନ

ଏୟାର ଷ୍ଟ୍ରାଇକରେ ୨୫ଟି ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି। ଏହା ମଧ୍ୟରୁ ୯ଟିରେ ସେବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ୧୮ଟି ପ୍ରି ହସ୍ପିଟାଲ ବେସ ଓ ୧୪ଟି ଆମ୍ବୁଲାନ୍ସ ଧ୍ୱଂସ ହୋଇଛି।

author-image
Hemant Lenka
Iran

ହମଲା ପରର ଦୃଶ୍ୟ

Middle East War Updates: ୮ ଦିନର ଯୁଦ୍ଧରେ ଇରାନର ସାଧାରଣ ଲୋକଙ୍କୁ ଧ୍ୱଂସଲୀଳାର ସାମ୍ନା କରିବାକୁ ପଡ଼ିଛି। ଏପରି କିଛି ଲେଖିଛନ୍ତି ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ହୁସେନ କେରମେନପୌର। ଏଥିସହ ଆମେରିକା-ଇସ୍ରାଏଲ ଏୟାରଷ୍ଟ୍ରାଇକ କରି କେମିତି ଜୀବନ ଓ ଭିତ୍ତିଭୂମିକୁ ନଷ୍ଟ କରି ଚାଲିଛନ୍ତି, ତା’ର ବିସ୍ତୃତ ତଥ୍ୟ ମଧ୍ୟ ଦେଇଛନ୍ତି।

Advertisment

ତାଙ୍କ କହିବା କଥା ଯେ ଇସ୍ରାଏଲ ଓ ଆମେରିକା ଏୟାର ଷ୍ଟ୍ରାଇକ ଯୋଗୁ ୧୦ ହଜାରରୁ ଅଧିକ ସାଧରଣ ଲୋକ ଆହତ ହୋଇଛନ୍ତି। ୧୨ ଶହରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏମାନଙ୍କ ମଧ୍ୟରେ ରହିଛନ୍ତି ୧୨ ବର୍ଷରୁ କମ ୨୦୦ ଶିଶୁ। ସେହିପରି ପ୍ରାୟ ୨୦୦ ମହିଳା ମଧ୍ୟ ପ୍ରାଣ ହରାଇଛନ୍ତି। ଆକ୍ରମଣ ଆରମ୍ଭ ହେବା ଦିନ ଠାରୁ ଇତି ମଧ୍ୟରେ ୧୪୦୦ରୁ ଅଧିକ ମହିଳା ଆହତ ହୋଇଥିବା ମଧ୍ୟ ସେ କହିଛନ୍ତି। 

ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଥିବା ବିବାଦ ଇରାନର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ମଧ୍ୟ ସାଂଘାତିକ ପ୍ରଭାବ ପକାଇଛି। କେରମେନପୌର କହିଛନ୍ତି ଯେ ଏୟାର ଷ୍ଟ୍ରାଇକରେ ୨୫ଟି ହସ୍ପିଟାଲ କ୍ଷତିଗ୍ରସ୍ତ ହୋଇଛି। ଏହା ମଧ୍ୟରୁ ୯ଟିରେ ସେବା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ୧୮ଟି ପ୍ରି ହସ୍ପିଟାଲ ବେସ ଓ ୧୪ଟି ଆମ୍ବୁଲାନ୍ସ ଧ୍ୱଂସ ହୋଇଛି। ଅତିରିକ୍ତ ଭାବେ ୨ଟି କାଉଣ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର, ୧୭ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୨ଟି ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ର ଏୟାରଷ୍ଟ୍ରାଇକରେ ନଷ୍ଟ ହୋଇଯାଇଥିବା ସେ ସୂଚନା ଦେଇଛନ୍ତି। 

Advertisment

ଇରାନର ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରଭାବିତ ହେଉଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ହୁ’ର ମହାନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ ଘେବ୍ରେୟସ କହିଛନ୍ତି ଯେ ଇରାନ ଓ ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ବିବାଦ ୧୦୦୦ରୁ ଅଧିକ ଲୋକ ଜୀବନ ନେଇ ସାରିଥିବା ବେଳେ ୧ ଲକ୍ଷ ଲୋକଙ୍କୁ ବିସ୍ଥାପିତ କରିଛି। ୧୬ଟି ଦେଶର ଲୋକମାନେ ଏହାଦ୍ୱାରା ପ୍ରଭାବିତ ହୋଇଥିବା ସେ କହିଛନ୍ତି। 


ତାଙ୍କ କହିବା କଥା ଯେ ଇରାନର ୧୩ଟି ଓ ଲେବାନନର ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ହମଲା ହୋଇଥିବା ହୁ’ ଜାଣିବାକୁ ପାଇଛି। ସ୍ୱାସ୍ଥ୍ୟ ସମ୍ପଦ ଉପରେ ହମଲା ମାନବୀୟ ଆଇନର ଉଲ୍ଲଙ୍ଘନ ବୋଲି ସେ କହିଛନ୍ତି। 

Middle East war updates